Posted inଜାତୀୟ

ତିନି ଦିନିଆ କର୍ନାଟକ ଗସ୍ତରେ ଯିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୬ ।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁୁ ସୋମବାରଠାରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ୩ ଦିନିଆ କର୍ନାଟକ ଗସ୍ତରେ ଯାଉଛନ୍ତି । ରାଷ୍ଟ୍ରପତି ଭାବେ କୌଣସି ରାଜ୍ୟକୁ ଏହା ତାଙ୍କର ପ୍ରଥମ ଗସ୍ତ ହେବ । ଏହି ଯାତ୍ରା ସମୟରେ ସୋମବାର ସେ ଚାମୁଣ୍ଡି ହିଲ୍‌ସ, ମୈସୁରରେ ମୈସୁର ଦଶହରା ମହୋତ୍ସବର ଉଦଘାଟନ କରିବେ । ଏହାପରେ ସେ ହୁବଲି-ଧାରୱାଡ ନଗର ନିଗମ ଦ୍ୱାରା ହୁବଲିରେ ଆୟୋଜିତ ସମ୍ମାନ ସମାରୋହ ‘ପୌରା ସମ୍ମାନ’ରେ ବି ସାମିଲ ହେବେ । ସେ ଧାରୱାଡରେ ଭାରତୀୟ ସୂଚନା ପ୍ରଦ୍ଦ୍ୟୋଗିକ ସଂସ୍ଥାନ, ଧାରୱାଡର ନୂଆ ପରିସରକୁ ଉଦଘାଟନ କରିବେ ।
ରାଷ୍ଟ୍ରପତି ଭବନପକ୍ଷରୁ ଜାରି କାର୍ଯ୍ୟକ୍ରମ ଅନୁଯାୟୀ, ରାଷ୍ଟ୍ରପତି ୨୭ ସେପ୍ଟେମ୍ବରରେ ବେଙ୍ଗାଲୁରୁରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡର ଏକିକୃତ କାର୍ଯ୍ୟଯୋଜନା ଇଞ୍ଜିନ ନିର୍ମାଣ ସୁବିଧାର ଉଦ୍‌ଘାଟନ କରିବେ । ସେହିପରି ଶେଷ ଦିନରେ ସେ ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେଇ ନୂଆଦିଲ୍ଲୀ ଫେରିବେ ।
ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁ ତାଙ୍କର ପ୍ରଥମ ଗସ୍ତ ଆରମ୍ଭ କରିଛନ୍ତି । ବିଦେଶ ଯାତ୍ରା ଭାବେ ପ୍ରଥମେ ସେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ଲାଗି ଲଣ୍ଡନ ଗସ୍ତ କରିଥିଲେ । ଏବେ ବେଙ୍ଗାଲୁରୁ ଗସ୍ତ ପରେ ୧୪ ଅକ୍ଟୋବରକୁ ସେ ତ୍ରିପୁରା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?