ଜିନପିଙ୍ଗଙ୍କୁ ତୃତୀୟଥର ଶାସନ ଭାର ଦେବାକୁ ପ୍ରସ୍ତୁତି, ବେଜିଂରେ ସୁରକ୍ଷା କଡାକଡି ୧୪ ଲକ୍ଷରୁ ଅଧିକ ଲୋକ ଗିରଫ

ବେଜିଂ,୧୯ ।୧୦: ଚାଇନାରେ ଚଳିତ ସପ୍ତାହରେ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସର ୨୦ତମ ଅଧିବେଶନ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି । ଏଥିରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ତୃତୀୟ ଥର ଲାଗି ଲଗାତର ଶାସନ ଡୋର ଦିଆଯିବ । ଏଥିପାଇଁ ବେଜିଂ ସଡ଼କରେ ପ୍ରତି ୧୦୦ ଫୁଟ ଦୂରତାରେ ସୁରକ୍ଷା ସ୍ୱୟଂସେବକଙ୍କୁ ନିଯୁକ୍ତ କରାଯାଇଛି । ଏହାସହ ଜୁନ ଶେଷ ବେଳକୁ ସାରା ଦେଶରୁ ପ୍ରାୟ ୧୪ ଲକ୍ଷରୁ ଅଧିକ ସନ୍ଦିଗ୍ଧଙ୍କୁ ଜେଲ ପଠାଇ ଦିଆଯାଇଛି । ଫଳରେ ସିଙ୍କୁ କେହି ବିରୋଧ କରିପାରିବେ ନାହିଁ ।
ଅଧିବେଶନ ସହ ଜଡିତ ଜଣେ ଅଧିକାରୀ କହିଛନ୍ତି ବେଜିଂରେ ଏହି ଅଧିବେଶନ ୨୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ କରୋନା ସଂକ୍ରମିତ ଅଞ୍ଚଳକୁ ଗସ୍ତ କରିଥିବା ଜଣେ ବି ବ୍ୟକ୍ତିଙ୍କୁ ସହରରେ ପ୍ରବେଶ କରାଇ ଦିଆଯିବ ନାହିଁ । ଏହାସହ ଅଧିକାରୀଙ୍କୁ ସେଭଳି ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ କୁହାଯାଇଛି ଯେଉଁମାନେ ସରକାରଙ୍କ ବିରୋଧରେ କୌଣସି ପ୍ରକାର ଷଡଯନ୍ତ୍ରରେ ସଂମ୍ପୃକ୍ତ ଥିବେ ।
ଏହାସହ ଅଧିକାରୀଙ୍କୁ ମେଲ କରୁଥିବା ସମସ୍ତ ବ୍ୟକ୍ତିଙ୍କ ଆଇଡି ଯାଞ୍ଚ କରାଯିବ । ସି ଜିନିପିଙ୍ଗଙ୍କ ତୃତୀୟ ଥର ଶାସନ କ୍ଷମତା ହାସଲ କରିବାକୁ ନେଇ ସାରା ବେଜିଂକୁ ଏକ କିଲାରେ ପରିଣତ କରାଯାଇଛି । ଫଳରେ ଅଧିବେଶନ ସମୟରେ ଯେମିତି କୌଣସି ପ୍ରକାର ଅସୁବିଧା ଦେଖା ନ ଯାଏ । ଲି ୱେନଗେ ନାମକ ଜଣେ ବ୍ୟକ୍ତି କହିଛନ୍ତି, ଯେ ପର୍ଯ୍ୟନ୍ତ ଅଧିବେଶନ ଶେଷ ନ ହୋଇଛି ସେପର୍ଯ୍ୟନ୍ତ ଏଠାରେ କଡା ସୁରକ୍ଷା ବ୍ୟବସ୍ଥା ରହିବ ଅତିରିକ୍ତ ସ୍ୱୟଂସେବକଙ୍କ ଉପସ୍ଥିତି ବି ରହିବ ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri