ସ୍କୁଲରୁ ଅଲିମ୍ପିକ୍ସ ପ୍ରସ୍ତୁତି

ଭୁବନେଶ୍ୱର,୨୫।୫(ବ୍ୟୁରୋ): ପାଠଶାଳାରୁ ଆରମ୍ଭ ହେବ ଅଲିମ୍ପିକ୍ସ ପ୍ରସ୍ତୁତି। ଛାତ୍ରୀଛାତ୍ର ସ୍କୁଲ ସମୟରୁ ଅଲିମ୍ପିକ୍ସର ମୂଲ୍ୟ ବୁଝିବେ। ସ୍କୁଲରେ ଦିଆଯିବ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା। ଆମେରିକା, ଚାଇନା ଓ ଜାପାନ ଭଳି ଓଡ଼ିଶାରୁ ଅଲିମ୍ପିକ୍ସ ବିଜେତା ବାହାରିବେ। ଆସନ୍ତା ୨୦୨୮ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ଏବେଠାରୁ ରାଜ୍ୟ ସରକାର ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ପିଲାମାନଙ୍କୁ ଅଲିମ୍ପିକ୍ସ ବାବଦରେ ଶିକ୍ଷା ଓ ବିଭିନ୍ନ ଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରଶିକ୍ଷଣ ଦିଆଯିବ। ରାଜ୍ୟ ସରକାର ଓ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି(ଆଇଓସି)ର ମିଳିତ ସହଯୋଗରେ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନା କାର୍ଯ୍ୟକାରୀ କରାଯିବ।
ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭର୍ଚୁଆଲ ମୋଡ୍‌ରେ ‘ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନା’ର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପାଇଲଟ ପ୍ରକଳ୍ପ ଭାବେ ଭୁବନେଶ୍ୱର ଓ ରାଉରକେଲାର ୯୦ ସ୍କୁଲରେ ଏହି ଯୋଜନା ଆରମ୍ଭ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ରାଜ୍ୟର ଅନ୍ୟ ସ୍କୁଲରେ କାର୍ଯ୍ୟକାରୀ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହିଠାରୁ ଦେଶର ନୂଆ ଅଲିମ୍ପିକ୍ସ ଆନ୍ଦୋଳନର ଶୁଭାରମ୍ଭ ହେବ। ଆମ ପିଲାମାନେ ଅଲିମ୍ପିକ୍ସ ମୂଲ୍ୟବୋଧରୁ ଉତ୍କର୍ଷ, ବନ୍ଧୁତା ଓ ସମ୍ମାନ ଆଦିର ଅଭିଜ୍ଞତା ଓ ଫାଇଦା ପାଇପାରିବେ। କ୍ରୀଡ଼ା ଜରିଆରେ ଓଡ଼ିଶାର ଛାତ୍ରୀଛାତ୍ରମାନଙ୍କ ଶିକ୍ଷା ବ୍ୟକ୍ତିତ୍ୱ ବିକାଶ କରିବା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ। ସରକାର ସବୁବେଳେ ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରର ଉତ୍କର୍ଷ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। ଭାରତରେ ଓଡ଼ିଶା ଏକ ବୃହତ୍‌ କ୍ରୀଡ଼ା ହବ୍‌ ଭାବେ ଉଭା ହୋଇଛି। ସହଭାଗିତାରେ କ୍ରୀଡ଼ା କ୍ଷେତ୍ରକୁ ଆହୁରି ଆଗକୁ ନେଇହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏଥିପାଇଁ ଓଡ଼ିଶାରେ କ୍ରୀଡ଼ାର ବିକାଶ କ୍ଷେତ୍ରରେ ଆଇଓସିର ଏହି ସହଯୋଗକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ସହଭାଗିତା ନିମନ୍ତେ ମୁଖ୍ୟମନ୍ତ୍ରୀ ଇଣ୍ଡିଆନ ଅଲିମ୍ପିକ୍ସ ଆସୋସିଏଶନ ଚେୟାରମ୍ୟାନ ଡ. ନରିନ୍ଦର ବାତ୍ରା, ଆଇଓସି ସଦସ୍ୟା ନୀତା ଅମ୍ବାନୀ, ଅଲିମ୍ପିଆନ୍‌ ଅଭିନବ ବିନ୍ଦ୍ରାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଏହି ସହଭାଗିତା ଆମ ସ୍କୁଲ ପିଲାଙ୍କ ଉପରେ ଏକ ବୌଦ୍ଧିକ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଭାବେ କାର୍ଯ୍ୟକରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ପିଲାମାନଙ୍କ ଜୀବନକୁ ଏକ ଭିନ୍ନ ଭାବେ ଗଢ଼ିବାରେ ସହାୟକ ହେବ। ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଭିଜନକୁ ସେ ପ୍ରଶଂସା କରିଛନ୍ତି।
କାର୍ଯ୍ୟକ୍ରମରେ ଯୋଗଦେଇ ଆଇଓସି ଶିକ୍ଷା କମିଶନ ଅଧ୍ୟକ୍ଷ ମିକେଲା ସି. ଜଓ୍ବରସ୍କି କହିଛନ୍ତି ଯେ ପରିବର୍ତ୍ତନ କ୍ଷେତ୍ରରେ ସାଧାରଣ ଶିକ୍ଷା ଅପେକ୍ଷା କ୍ରୀଡ଼ା ଏକ ଶକ୍ତିଶାଳୀ ଯନ୍ତ୍ର। ସମାଜ ପାଇଁ ଅଲିମ୍ପିକ୍ସ ଆନ୍ଦୋଳନର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହାକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯିବ ବୋଲି ସେ କହିଛନ୍ତି। ଓଆଇସି ସଂସ୍କୃତି ଓ ହେରିଟେଜ କମିଟିର ନିର୍ଦ୍ଦେଶକ ଆଞ୍ଜେଲିଟା ଟିଓ କହିଛନ୍ତି ଯେ ଅଲିମ୍ପିକ୍ସ ଶିକ୍ଷା ଜୀବନଦର୍ଶନ ବିକାଶରେ ସହାୟତା କରିଥାଏ। ଏହା ପିଲାମାନଙ୍କୁ ଏକ ଶାନ୍ତିପୂର୍ଣ୍ଣ ଓ ଉତ୍ତମ ଜୀବନଯାପନ କରିବାରେ ସହାୟକ ହୋଇଥାଏ। ଏହା ଏକ ମୂଲ୍ୟବୋଧଭିତ୍ତିକ ଶିକ୍ଷା ପ୍ରଦାନ କରିବା ଦିଗ ଉପରେ ଫୋକସ କରିବ। ଆଇଓସି ସଦସ୍ୟା ନୀତା ଅମ୍ବାନୀ କହିଛନ୍ତି ଯେ, ଯଦିଓ ପ୍ରତ୍ୟେକ ପିଲା ଜଣେ ଅଲିମ୍ପିଆନ ହୋଇପାରିବେ ନାହିଁ, ତେବେ ଅଲିମ୍ପିକବାଦ୍‌ର ଶକ୍ତି ବିଷୟରେ ସବୁ ପିଲା ଶିକ୍ଷାଲାଭ କରିପାରିବେ। ଓଡ଼ିଶା ଦେଶରେ ଏକ କ୍ରୀଡ଼ା ହବ୍‌ ଭାବେ ଉଭା ହୋଇପାରିଛି। ଏହି ଆନ୍ଦୋଳନରେ ସାମିଲ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ।
ଅଲିମ୍ପିଆନ ଅଭିନବ ବିନ୍ଦ୍ରା କହିଛନ୍ତି ଯେ, ଶ୍ରେଣୀ ଗୃହ ବାହାରେ ଜୀବନର ଅନ୍ତର୍ନିହିତ ମୂଲ୍ୟବୋଧକୁ ଶିକ୍ଷା କରାଯାଇଥାଏ। ଅଲିମ୍ପିକ୍ସ ଆନ୍ଦୋଳନ ସାମାଜିକ ପରିବର୍ତ୍ତନ ପାଇଁ ବାଟ ଫିଟାଏ। ଓଡ଼ିଶା ହକି ପ୍ରମୋଶନ କାଉନସିଲର ସଭାପତି ଦିଲୀପ ତିର୍କୀ କହିଛନ୍ତି ଯେ ସେ ଅଲିମ୍ପିକ୍ସ ଖେଳି ସମୟାନୁବର୍ତ୍ତିତା, ସମ୍ମାନ ଓ ଆତ୍ମବିଶ୍ୱାସର ମୂଲ୍ୟବୋଧ ପାଇପାରିଛନ୍ତି। ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନର ଅଧ୍ୟକ୍ଷ ନରେନ୍ଦ୍ର ବାତ୍ରା କହିଛନ୍ତି ଯେ ଏହି ଆନ୍ଦୋଳନ ଶିକ୍ଷା କ୍ଷେତ୍ରରେ କ୍ରୀଡ଼ାର ମୂଲ୍ୟବୋଧକୁ ଭର୍ତ୍ତି କରି କରିପାରିବ। ଏହାଛଡ଼ା ସାଂସ୍କୃତିକ ବିଭେଦତାକୁ ମଧ୍ୟ ସମ୍ମାନ ଜଣାଇ ପାରିବ। ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିବ। ଓଡ଼ିଶାରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିବାରୁ ଏହା ପିଲାମାନଙ୍କର ସୁସ୍ଥ ଜୀବନ ପ୍ରଣାଳୀରେ ସହାୟକ ହୋଇପାରିବ। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ତୁଷାର କାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କ୍ରୀଡ଼ା ସଚିବ ଭିନୀଲ କ୍ରିଷ୍ଣା ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri