ସ୍କୁଲରୁ ଅଲିମ୍ପିକ୍ସ ପ୍ରସ୍ତୁତି

ଭୁବନେଶ୍ୱର,୨୫।୫(ବ୍ୟୁରୋ): ପାଠଶାଳାରୁ ଆରମ୍ଭ ହେବ ଅଲିମ୍ପିକ୍ସ ପ୍ରସ୍ତୁତି। ଛାତ୍ରୀଛାତ୍ର ସ୍କୁଲ ସମୟରୁ ଅଲିମ୍ପିକ୍ସର ମୂଲ୍ୟ ବୁଝିବେ। ସ୍କୁଲରେ ଦିଆଯିବ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା। ଆମେରିକା, ଚାଇନା ଓ ଜାପାନ ଭଳି ଓଡ଼ିଶାରୁ ଅଲିମ୍ପିକ୍ସ ବିଜେତା ବାହାରିବେ। ଆସନ୍ତା ୨୦୨୮ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ଏବେଠାରୁ ରାଜ୍ୟ ସରକାର ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ପିଲାମାନଙ୍କୁ ଅଲିମ୍ପିକ୍ସ ବାବଦରେ ଶିକ୍ଷା ଓ ବିଭିନ୍ନ ଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରଶିକ୍ଷଣ ଦିଆଯିବ। ରାଜ୍ୟ ସରକାର ଓ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି(ଆଇଓସି)ର ମିଳିତ ସହଯୋଗରେ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନା କାର୍ଯ୍ୟକାରୀ କରାଯିବ।
ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭର୍ଚୁଆଲ ମୋଡ୍‌ରେ ‘ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନା’ର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପାଇଲଟ ପ୍ରକଳ୍ପ ଭାବେ ଭୁବନେଶ୍ୱର ଓ ରାଉରକେଲାର ୯୦ ସ୍କୁଲରେ ଏହି ଯୋଜନା ଆରମ୍ଭ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ରାଜ୍ୟର ଅନ୍ୟ ସ୍କୁଲରେ କାର୍ଯ୍ୟକାରୀ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହିଠାରୁ ଦେଶର ନୂଆ ଅଲିମ୍ପିକ୍ସ ଆନ୍ଦୋଳନର ଶୁଭାରମ୍ଭ ହେବ। ଆମ ପିଲାମାନେ ଅଲିମ୍ପିକ୍ସ ମୂଲ୍ୟବୋଧରୁ ଉତ୍କର୍ଷ, ବନ୍ଧୁତା ଓ ସମ୍ମାନ ଆଦିର ଅଭିଜ୍ଞତା ଓ ଫାଇଦା ପାଇପାରିବେ। କ୍ରୀଡ଼ା ଜରିଆରେ ଓଡ଼ିଶାର ଛାତ୍ରୀଛାତ୍ରମାନଙ୍କ ଶିକ୍ଷା ବ୍ୟକ୍ତିତ୍ୱ ବିକାଶ କରିବା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ। ସରକାର ସବୁବେଳେ ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରର ଉତ୍କର୍ଷ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। ଭାରତରେ ଓଡ଼ିଶା ଏକ ବୃହତ୍‌ କ୍ରୀଡ଼ା ହବ୍‌ ଭାବେ ଉଭା ହୋଇଛି। ସହଭାଗିତାରେ କ୍ରୀଡ଼ା କ୍ଷେତ୍ରକୁ ଆହୁରି ଆଗକୁ ନେଇହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏଥିପାଇଁ ଓଡ଼ିଶାରେ କ୍ରୀଡ଼ାର ବିକାଶ କ୍ଷେତ୍ରରେ ଆଇଓସିର ଏହି ସହଯୋଗକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ସହଭାଗିତା ନିମନ୍ତେ ମୁଖ୍ୟମନ୍ତ୍ରୀ ଇଣ୍ଡିଆନ ଅଲିମ୍ପିକ୍ସ ଆସୋସିଏଶନ ଚେୟାରମ୍ୟାନ ଡ. ନରିନ୍ଦର ବାତ୍ରା, ଆଇଓସି ସଦସ୍ୟା ନୀତା ଅମ୍ବାନୀ, ଅଲିମ୍ପିଆନ୍‌ ଅଭିନବ ବିନ୍ଦ୍ରାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଏହି ସହଭାଗିତା ଆମ ସ୍କୁଲ ପିଲାଙ୍କ ଉପରେ ଏକ ବୌଦ୍ଧିକ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଭାବେ କାର୍ଯ୍ୟକରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ପିଲାମାନଙ୍କ ଜୀବନକୁ ଏକ ଭିନ୍ନ ଭାବେ ଗଢ଼ିବାରେ ସହାୟକ ହେବ। ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଭିଜନକୁ ସେ ପ୍ରଶଂସା କରିଛନ୍ତି।
କାର୍ଯ୍ୟକ୍ରମରେ ଯୋଗଦେଇ ଆଇଓସି ଶିକ୍ଷା କମିଶନ ଅଧ୍ୟକ୍ଷ ମିକେଲା ସି. ଜଓ୍ବରସ୍କି କହିଛନ୍ତି ଯେ ପରିବର୍ତ୍ତନ କ୍ଷେତ୍ରରେ ସାଧାରଣ ଶିକ୍ଷା ଅପେକ୍ଷା କ୍ରୀଡ଼ା ଏକ ଶକ୍ତିଶାଳୀ ଯନ୍ତ୍ର। ସମାଜ ପାଇଁ ଅଲିମ୍ପିକ୍ସ ଆନ୍ଦୋଳନର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହାକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯିବ ବୋଲି ସେ କହିଛନ୍ତି। ଓଆଇସି ସଂସ୍କୃତି ଓ ହେରିଟେଜ କମିଟିର ନିର୍ଦ୍ଦେଶକ ଆଞ୍ଜେଲିଟା ଟିଓ କହିଛନ୍ତି ଯେ ଅଲିମ୍ପିକ୍ସ ଶିକ୍ଷା ଜୀବନଦର୍ଶନ ବିକାଶରେ ସହାୟତା କରିଥାଏ। ଏହା ପିଲାମାନଙ୍କୁ ଏକ ଶାନ୍ତିପୂର୍ଣ୍ଣ ଓ ଉତ୍ତମ ଜୀବନଯାପନ କରିବାରେ ସହାୟକ ହୋଇଥାଏ। ଏହା ଏକ ମୂଲ୍ୟବୋଧଭିତ୍ତିକ ଶିକ୍ଷା ପ୍ରଦାନ କରିବା ଦିଗ ଉପରେ ଫୋକସ କରିବ। ଆଇଓସି ସଦସ୍ୟା ନୀତା ଅମ୍ବାନୀ କହିଛନ୍ତି ଯେ, ଯଦିଓ ପ୍ରତ୍ୟେକ ପିଲା ଜଣେ ଅଲିମ୍ପିଆନ ହୋଇପାରିବେ ନାହିଁ, ତେବେ ଅଲିମ୍ପିକବାଦ୍‌ର ଶକ୍ତି ବିଷୟରେ ସବୁ ପିଲା ଶିକ୍ଷାଲାଭ କରିପାରିବେ। ଓଡ଼ିଶା ଦେଶରେ ଏକ କ୍ରୀଡ଼ା ହବ୍‌ ଭାବେ ଉଭା ହୋଇପାରିଛି। ଏହି ଆନ୍ଦୋଳନରେ ସାମିଲ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ।
ଅଲିମ୍ପିଆନ ଅଭିନବ ବିନ୍ଦ୍ରା କହିଛନ୍ତି ଯେ, ଶ୍ରେଣୀ ଗୃହ ବାହାରେ ଜୀବନର ଅନ୍ତର୍ନିହିତ ମୂଲ୍ୟବୋଧକୁ ଶିକ୍ଷା କରାଯାଇଥାଏ। ଅଲିମ୍ପିକ୍ସ ଆନ୍ଦୋଳନ ସାମାଜିକ ପରିବର୍ତ୍ତନ ପାଇଁ ବାଟ ଫିଟାଏ। ଓଡ଼ିଶା ହକି ପ୍ରମୋଶନ କାଉନସିଲର ସଭାପତି ଦିଲୀପ ତିର୍କୀ କହିଛନ୍ତି ଯେ ସେ ଅଲିମ୍ପିକ୍ସ ଖେଳି ସମୟାନୁବର୍ତ୍ତିତା, ସମ୍ମାନ ଓ ଆତ୍ମବିଶ୍ୱାସର ମୂଲ୍ୟବୋଧ ପାଇପାରିଛନ୍ତି। ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନର ଅଧ୍ୟକ୍ଷ ନରେନ୍ଦ୍ର ବାତ୍ରା କହିଛନ୍ତି ଯେ ଏହି ଆନ୍ଦୋଳନ ଶିକ୍ଷା କ୍ଷେତ୍ରରେ କ୍ରୀଡ଼ାର ମୂଲ୍ୟବୋଧକୁ ଭର୍ତ୍ତି କରି କରିପାରିବ। ଏହାଛଡ଼ା ସାଂସ୍କୃତିକ ବିଭେଦତାକୁ ମଧ୍ୟ ସମ୍ମାନ ଜଣାଇ ପାରିବ। ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିବ। ଓଡ଼ିଶାରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିବାରୁ ଏହା ପିଲାମାନଙ୍କର ସୁସ୍ଥ ଜୀବନ ପ୍ରଣାଳୀରେ ସହାୟକ ହୋଇପାରିବ। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ତୁଷାର କାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କ୍ରୀଡ଼ା ସଚିବ ଭିନୀଲ କ୍ରିଷ୍ଣା ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?