ସ୍ଥିତି ନିୟନ୍ତ୍ରଣ ପାଇଁ ସଜବାଜ

ଅନୁଗୋଳ ଅଫିସ, ୧୨।୪: ଅନୁଗୋଳ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ବୃଦ୍ଧି ପାଇବାରେ ଲାଗିଛି ଆଗାମୀ ଦିନରେ ସ୍ଥିତି ହାତରୁ ଖସିଯାଇପାରେ। ତେଣୁ ଏପରି ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ପୂର୍ବରୁ କଟକଣା କଡ଼ାକଡ଼ି କରାଯାଇଥିବା ବେଳେ ରବିବାରଠାରୁ ଅମାନିଆଙ୍କ ନିକଟରୁ ୨ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଉଛି। ଏଥିସହ ବଜାରରେ ଭିଡ଼ ନିୟନ୍ତ୍ରଣ ପାଇଁ ସଜବାଜ ଆରମ୍ଭ ହୋଇଛି। ଗତବର୍ଷ ପରି ବ୍ୟାରିକେଡ୍‌ ପୋତାଯାଇଛି। ଏହାଦ୍ୱାରା ଆବଶ୍ୟକ ପଡ଼ିଲେ ବଜାରକୁ ସିଲ୍‌ କରାଯିବା ସହଜ ହେବ ବୋଲି ପ୍ରଶାସନ ପକ୍ଷରୁ ଚେତାଇ ଦିଆଯାଇଛି।
ଆଖପାଖ ଜିଲା ତୁଳନାରେ ଅନୁଗୋଳ ଜିଲାରେ କରୋନା ସଂକ୍ରମଣ ଅଧିକ ରହୁଛି। କେବେଠାରୁ ଦୈନିକ ସଂକ୍ରମିତ ସଂଖ୍ୟା ଦୁଇ ଅଙ୍କ ଛୁଇଁସାରିଛି। ପଜିଟିଭ୍‌ ସଂଖ୍ୟା ଏପରି ବଢ଼ିଚାଲିଲେ ଶତକ ପାର କରିବା ଆଉ ବେଶୀ ଦୂର ନୁହେଁ ବୋଲି ଆଶଙ୍କା କରାଯାଉଛି। ତେଣୁ ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ନେବା ଆରମ୍ଭ ହୋଇଛି। ରବିବାର ମେଡିକାଲ ଛକ, ବଜାର ଛକରେ ବ୍ୟାରିକେଡ୍‌ କରାଯାଇଥିବାବେଳେ ମାସ୍କ ଓ ସାମାଜିକ ଦୂରତ୍ୱ ନିୟମ ପାଳନ କରୁ ନ ଥିବା ଲୋକ ଏବଂ ବ୍ୟବସାୟୀଙ୍କଠାରୁ ୨ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଇଛି। ବିଶେଷକରି କେତେଜଣ ବ୍ୟବସାୟୀ ବାରମ୍ବାର କଟକଣା ଉଲ୍ଲଂଘନ କରୁଥିବା ଦେଖାଯାଉଥିବାରୁ ଅଧିକ ଅର୍ଥ ଆଦାୟ କରାଯାଉଥିବା ପୌରପାଳିକା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଖୋଦ୍‌ ନିର୍ବାହୀ ଅଧିକାରୀ ଅନ୍ୟ କର୍ମଚାରୀଙ୍କୁ ଧରି ସହରରେ ବୁଲି ଯାଞ୍ଚ କରୁଥିବା ଦେଖାଯାଉଛି। ଏଥିସହ ସହରକୁ ନୂଆକରି ଆସୁଥିବା ଲୋକଙ୍କୁ ସଚେତନ କରାଯାଉଛି। ରବିବାର ୧୨ ଜଣ ବ୍ୟବସାୟୀ ଓ ୧୪ ଜଣ ସାଧାରଣ ଲୋକଙ୍କ ନିକଟରୁ ୩୧ ହଜାର ଟଙ୍କା ଜରିମାନା ବାବଦକୁ ଆଦାୟ କରାଯାଇଥିବା ସୂଚନା ପ୍ରଦାନ କରାଯାଇଛି। ଜରୁରୀ ନ ଥିଲେ ବଜାର ନ ଆସିବାକୁ ସହରବାସୀଙ୍କୁ ପୌର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ନଚେତ୍‌ ଆଗାମୀ ଦିନରେ ଜରିମାନା ରାଶି ଆହୁରି ବୃଦ୍ଧି କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି। ଲୋକମାନେ ସଚେତନ ନ ହେଲେ ବ୍ୟାରିକେଡ୍‌ କରାଯାଇଥିବା ବଜାର ରାସ୍ତାକୁ ସିଲ୍‌ କରିବାକୁ ପ୍ରଶାସନ ପକ୍ଷରୁ ଯୋଜନା ହେଉଥିବା ସୂଚନା ମିଳିଛି।

ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାରିକେଡ୍‌
ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ବହୁ ଲୋକ କଟକଣା ପାଳନ କରୁନାହାନ୍ତି। ବଜାରରେ ବ୍ୟାରିକେଡ୍‌ ପୋତାଯିବାର ମୁଖ୍ୟ କାରଣ ହେଉଛି ଭିଡ଼ ନିୟନ୍ତ୍ରଣ କରିବା। ଭିଡ଼ ନ କମିଲେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବ। ଏପରି ହେଲେ ବଜାରକୁ ସିଲ୍‌ କରାଯିବ।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ

ପୋଲିସ ମୁତୟନ ଆବଶ୍ୟକ
ସଂକ୍ରମଣ ବଢ଼ୁଥିବାରୁ କଟକଣା ନ ରହିଲେ ଏହା ଭୟଙ୍କର ରୂପ ନେବ। ତେବେ ବଜାରରେ ବ୍ୟାରିକେଡ୍‌ ପରିବର୍ତ୍ତେ ପୋଲିସ ମୁତୟନ କରାଗଲେ ଭଲ ହୁଅନ୍ତା। ବ୍ୟାରିକେଡ ନିକଟରେ ଭିଡ଼ ଅଧିକ ହୋଇଥାଏ। ଏପରି କି ସେଠାରେ ସାମାଜିକ ଦୂରତ୍ୱ ରହି ନ ଥାଏ।
-ଭୂପେଶ ଚନ୍ଦ୍ର ପ୍ରଧାନ, ସଭାପତି, କଳାକାର

ବେଳ ଥାଉ ଥାଉ ସାବଧାନତା ଲୋଡା
କରୋନାର ଦ୍ୱିତୀୟ ଲହର ଏବେ ଭୟଙ୍କର ସ୍ଥିତି ଆଡ଼କୁ ଗତି କରୁଛି। ବେଳ ଥାଉ ଥାଉ ସାବଧାନ ହେବା ଆବଶ୍ୟକ। ନଚେତ ଏହା ପରର ସ୍ଥିତି ଆମକୁ ହିଁ ଭୋଗିବାକୁ ପଡ଼ିବ। ଲକ୍‌ଡାଉନ୍‌କୁ ସବୁ ମହଲରେ ବିରୋଧ କରାଯାଉଥିବାରୁ ସେହି ଅନୁଯାୟୀ କାର୍ଯ୍ୟ କରିବା ଆବଶ୍ୟକ।
-ସାଇସ୍ମିତା ସାହୁ, ଅନୁଗୋଳ

ଅମାନିଆ ସାବାଡ଼ ହେବା ଦରକାର
ଲୋକଙ୍କୁ ସଚେତନ କରିବା ସହ ଉଲ୍ଲଂଘନକାରୀଙ୍କ ଠାରୁ ପ୍ରଶାସନ ଜରିମାନା ଆଦାୟ କରୁଛି। ତଥାପି ସହରରେ ବହୁ ଲୋକ ମାସ୍କ ପିନ୍ଧୁ ନାହାନ୍ତି। ସାମାଜିକ ଦୂରତ୍ୱ ରଖୁନାହାନ୍ତି। ତେଣୁ ଏମାନେ କରୋନାକୁ ବଢ଼ାଇଦେବେ। ଏପରି ଅମାନିଆମାନଙ୍କୁ ସାବାଡ଼ କରାଯିବା ଦରକାର।
-ବିଭୂତି କିଷାନ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri