ବର୍ଷା, ଶର୍ମିଷ୍ଠାଙ୍କୁ ସ୍ବାଗତ ପାଇଁ ବିଜେଡିର ପ୍ରସ୍ତୁତି

ବଡ଼ଚଣା/ଛତିଆ,୨୫ା୪(ଦିଲୀପ କୁମାର ମହାନ୍ତି/ ସୌମ୍ୟ ରଞ୍ଜନ ସାହୁ)ଆସନ୍ତା ୨୬ ତାରିଖ ଶୁକ୍ରବାର ବଡ଼ଚଣା ବିଜେଡି ବିଧାୟକ ପ୍ରାର୍ଥିନୀ ବର୍ଷା ପ୍ରିୟଦର୍ଶିନୀ ଓ ଯାଜପୁର ସାଂସଦ ପ୍ରାର୍ଥତ୍ନୀ ଶର୍ମିଷ୍ଠା ସେଠୀ ବଡ଼ଚଣା ଆସିବେ। ଏଥିପାଇଁ ବଡ଼ଚଣା ବିଜେଡି ପକ୍ଷରୁ ୫ ଜୋନସ୍ତରୀୟ ପ୍ରସ୍ତୁତି ବୈଠକ ବିଭିନ୍ନସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ୧୭ନଂ. ଜୋନ ବୈଠକ ଜିଲା ପରିଷଦ ଉପସଭାପତି ଗଣେଶ୍ୱର ବରାଳଙ୍କ ସଭାପତିତ୍ୱରେ ଖଇରା ହାଟ ପଡ଼ିଆସ୍ଥିତ ନାଆକାଣୀ ପୀଠରେ ଅନୁଷ୍ଠିତ ହୋଇଛି। ଏଥିରେ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି। ଶୁକ୍ରବାର ଅପରାହ୍ନ ୩ଟାରେ ଛତିଆଠାରୁ ବର୍ଷା ଓ ଶର୍ମିଷ୍ଠାଙ୍କୁ ଏକ ବାଇକ୍‌ ଶୋଭାଯାତ୍ରାରେ ମହାବିନାୟକ ପର୍ଯ୍ୟନ୍ତ ନିଆଯିବ। ଏହି ସମୟରେ ବିଭିନ୍ନ ଛକରେ ମହିଳାମାନେ ଉଭୟଙ୍କୁ ସ୍ବାଗତ କରିବେ। ପରେ ଚଣ୍ଡିଖୋଲଠାରେ ଏକ ପଥପ୍ରାନ୍ତ ସଭାରେ ଉଭୟ ପ୍ରାର୍ଥୀ ଭୋଟରଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିବେ ବୋଲି ବୈଠକରେ ସ୍ଥିର କରାଯାଇଛି। ବୈଠକରେ ସରପଞ୍ଚ ମୀନକେତନ ସେଠୀ, ନବଦୀପ ନାୟକ, ରାଜଲକ୍ଷ୍ମୀ ମହାନ୍ତି, ସାଗରିକା ବିହାରୀ, ବୈଜୟନ୍ତୀ ବିଶ୍ୱାଳ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ବୈକୁଣ୍ଠ ବରାଳ, ବିନୟ ପୃଷ୍ଟି, ସ୍ନିଗ୍ଧାରାଣୀ ରାଉତ, ରବୀନ୍ଦ୍ର ଦାଶ, ପୂଜାରିଣୀ ବଳ, ଚିନ୍ମୟ ମହାନ୍ତି, ମୋମିନ ଅଲ୍ଲୀ ଖାଁ, ରବୀନ୍ଦ୍ର ବେହେରା, ବିଜୟ ବାରିକ, ମାନଗୋବିନ୍ଦ ସେଠୀ, ଅଭୟ ସାମଲ, କିଶୋର ସାମଲ, ଆମିନ ନାୟକ ଓ ପବନେଶ୍ବର ଜେନା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
୧୬ନଂ.ଜୋନର କାଇମାଟିଆସ୍ଥିତ ସପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦଳ ଉପସଭାପତି ନିରଞ୍ଜନ ସେନାପତିଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ୧୮ନଂ. ଜୋନର ଅମରାବତୀ ମଠ ପରିସରରେ ନେଳିଆ, ଚମ୍ପାପୁର ଓ ଛତିଆ ୩ ପଞ୍ଚାୟତର କର୍ମୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚମ୍ପାପୁର ପ୍ରାକ୍ତନ ସରପଞ୍ଚ ବାସୁଦେବ ସ୍ବାଇଁଙ୍କ ସଭାପତିତ୍ୱରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହଲାଦ ନନ୍ଦ, ଭାଗ୍ୟଧର ମଲିକ, ନେଳିଆ ସରପଞ୍ଚ ଜୟନ୍ତୀ ସ୍ବାଇଁ, ଧନେଶ୍ବର ବେହେରା, ସମିତିସଭ୍ୟ ଦୀପକ ସାହୁ, ରବୀନ୍ଦ୍ର ପ୍ରଧାନ, ଗିରିଶ ପାତ୍ର, ସତ୍ୟରଞ୍ଜନ ନନ୍ଦ, ତୁଷାର ପଣ୍ଡା, ଧୀରେନ୍ଦ୍ର ନାଥ, ବିପିନ ବିଶ୍ୱାଳ, ଶ୍ରୀକାନ୍ତ ପାଲ, ଅମରେଶ ନନ୍ଦଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ। ଦିଲୀପ ରାଉତ ଧନ୍ୟବାଦ ଦେଇଥିଲେ। ଏହି ଜୋନ ବୈଠକଗୁଡ଼ିକରେ ବିଧାୟକଙ୍କ ସମର୍ଥକ, ଜନ୍ମେଜୟ ଲେଙ୍କାଙ୍କ ସମର୍ଥକ ଓ ରାଜନାରାୟଣଙ୍କ ସମର୍ଥକ ଉପସ୍ଥିତ ଥିଲେ। ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ବିଜେଡି ପକ୍ଷରୁ ବରିଷ୍ଠ ଉପସଭାପତି ଭାବେ ମନୋନୀତ କରାଯାଇଥିବାରୁ ଜୋନ ବୈଠକରେ ଦଳୀୟ କର୍ମୀ ତାଙ୍କୁ ସ୍ବାଗତ ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କାର୍ତ୍ତିକ ପାଣ୍ଡିଆନ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?