ବାତ୍ୟା ‘ୟାସ’ ନେଇ ପ୍ରସ୍ତୁତି: ହୋମଆଇସୋଲଶନରୁ କୋଭିଡ୍‌ ରୋଗୀଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ

ଛତ୍ରପୁର,୨୩।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ସମସ୍ତ ବ୍ଲକ ସ୍ତରୀୟ ଓ ଏନ୍‌ଏସି ସ୍ତରୀୟ ଅଧିକାରୀ ମାନଙ୍କୁ ସମ୍ଭାବ୍ୟ ବାତ୍ୟା ନିମନ୍ତେ ପ୍ରସ୍ତୁତ ରହିବାପାଇଁ ଜିଲାପାଳ ବିଜୟା ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ଗର୍ଭବତୀ, ବୃଦ୍ଧ, ବୃଦ୍ଧା ଓ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କୁ ସୁରକ୍ଷିତ ସ୍ଥାନକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯିବ । ଯେଉଁ କୋଭିଡ୍‌ ରୋଗୀ ସଙ୍ଗରୋଧରେ ରହୁଛନ୍ତି ସେହିମାନଙ୍କୁ ଚିହ୍ନଟ କରାଯାଇ କୋଭିଡ୍‌ ନିୟମ ଅନୁପାଳନ କରି ସ୍ବତନ୍ତ୍ର ଆଶ୍ରୟସ୍ଥଳୀରେ ରଖିବା ପାଇଁ ଅଲଗା ଗାଡ଼ି ବ୍ୟବହାର କରାଯିବ। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ତରରେ ଚିହ୍ନଟ ପ୍ରକ୍ରିୟା କରିବା ପାଇଁ ଜିଲାପାଳ କହିଛନ୍ତି। ଚିହ୍ନଟ କରାଯାଇଥିବା ଆଶ୍ରୟସ୍ଥଳ ଗୁଡିକରେ ଶୌଚାଳୟ ଏବଂ ପାନୀୟ ଜଳର ସୁବିଧା ଅଛି କି ନାହିଁ ତାର ତଦାରଖ କରିବା ସହ ବିଦ୍ୟାଳୟ ଆଶ୍ରୟ ସ୍ଥଳୀ ପାଇଁ ନୋଡାଲ ପର୍ଶନ ଠିକ କରିବାକୁ ବିଡିଓମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଆଶ୍ରୟସ୍ଥଳୀ ଗୁଡିକରେ କୋଭିଡ୍‌ ରୋଗୀଙ୍କୁ ରଖାଯିବ ସେଠାରେ ଡାକ୍ତରଖାନାର ସୁବିଧା ଅଛି କି ନାହିଁ ତାହାର ତଦାରଖ କରିବାକୁ ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସହରାଞ୍ଚଳକୁ ୨.୨୪ କୋଟି

ଅନୁଗୋଳ ଅଫିସ, ୩୦।୬ କରୋନା ସମୟରେ ବେରୋଜଗାର ଓ ଶ୍ରମିକମାନଙ୍କୁ ରୋଜଗାର ଦେବାକୁ ସରକାର ବିଭିନ୍ନ ଯୋଜନା ଜରିଆରେ ଟଙ୍କା ବିନିଯୋଗ କରୁଥିବାବେଳେ ସହରାଞ୍ଚଳକୁ ଗୁରୁତ୍ୱ...

କଟକଣା ଫାଙ୍କି କାମ

ବଇଣ୍ଡା, ୩ା୪(ଡି.ଏନ.ଏ.) – କରୋନା ମୁକାବିଲା ପାଇଁ ଲକ୍‌ଡାଉନ ସହ ସାମାଜିକ ଦୂରତା ରକ୍ଷା ଭଳି ବିଭିନ୍ନ କଟକଣା ଜାରି ହୋଇଥିଲେ ହେଁ ଅନୁଗୋଳ ଜିଲା...

ସେବାୟତ ଟିକା ନେଇଥିଲେ ଖୋଲିବ ମନ୍ଦିର

ଛତ୍ରପୁର,୨।୮(ଡି.ଏନ୍‌.ଏ.): ଚଳିତ ମାସ ୧ ତାରିଖରୁ ସାମାନ୍ୟ କଟକଣା ସହ ଶପିଂମଲ, ସିନେମାହଲ, ପାର୍କ, ବେଳାଭୂମି ଖୋଲିଛି । କିନ୍ତୁ ଧାର୍ମିକ ପୀଠ ଖୋଲିବାକୁ ଜିଲାପାଳ...

ରବିଧାନର ଟାର୍ଗେଟ ହ୍ରାସ ନେଇ ତାତିଲେ ଚାଷୀ: ଜିଲା ଯୋଗାଣ ଅଧିକାରୀଙ୍କୁ ଫେରାଦ

ବଲାଙ୍ଗୀର ଅଫିସ, ୨ା୬: ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ଲୁହୁରାମୁଣ୍ଡା ପଞ୍ଚାୟତର ଲୁହୁରାମୁଣ୍ଡା ଓ ସାନଫାସଡର ଚାଷୀମାନେ ରବିଧାନର ଟାର୍ଗେଟ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ...

ଧରାପୃଷ୍ଠରୁ ବିଦାୟ ନେଲେ ମା’ ଦଶଭୁଜା: ସିନ୍ଦୂର ଖେଳରେ ବିଭୋର ହେଲେ ମହିଳା

ଅନୁଗୋଳ ଅଫିସ, ୧୦।୧୦- ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ମା’ ଦୁର୍ଗା। ୫ ଦିନର ପୂଜାର୍ଚ୍ଚନା ପରେ ବୁଧବାର ଅଶ୍ରୁଭରା ନୟନରେ ମା’ଙ୍କୁ ବିଦାୟ ଦେଇଛନ୍ତି ଅନୁଗୋଳବାସୀ।...

କରୋନା ସଚେତନତା : ମାସ୍କ, ସାନିଟାଇଜର ବିତରଣ

ସୋନପୁର,୧୭।୪(ନି.ପ୍ର.): କରୋନା ମହାମାରୀର ମୁକାବିଲା କରିବା ପାଇଁ ସଚେତନତା ଆବଶ୍ୟକ ହୋଇପଡିଛି। ଜରୁରି କାମରେ ଘରୁ ବାହାରିଲେ ମୁହଁରେ ମାକ୍ସ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ତେଣୁ...

ଉଚ୍ଛେଦକୁ ବିରୋଧ: ୧୦୦୧ ଦୀପଦାନ, କଳାକନା ବାନ୍ଧି ଧାରଣା

ପୁରୀ ଅଫିସ,୧୨ା୯ : ଶ୍ରୀମନ୍ଦିର ମେଘନାଦ ପାଚେରି ଚାରିପଟୁ ୭୫ ମିଟର ପରିଧିରେ ଥିବା କୋଠା, ମଠ ଭଙ୍ଗାଯିବ। ଜିଲା ପ୍ରଶାସନ ପକ୍ଷରୁ ଦୁଇ ସପ୍ତାହ...

ଫୁଲବାଣୀ ସହର କଣ୍ଟେନମେଣ୍ଟ ଜୋନ୍‌

ଫୁଲବାଣୀ ଅଫିସ, ୨୦ା୭-କନ୍ଧମାଳ ଜିଲା ଫୁଲବାଣୀ ସହରରେ କରୋନା ଚିନ୍ତା ବଢ଼ାଇଛି ା ମାତ୍ର ଜଣେ, ଦୁଇ ଜଣ ସଂକ୍ରମିତଙ୍କ ପାଇଁ ପୌର ପରିଷଦର ୨ନଂ....

Advertisement


Archives

Model This Week