କାର୍‌ ଦୁର୍ଘଟଣାରେ ପିତାଙ୍କୁ ହରାଇଥିଲେ ଏହି ଅଭିନେତ୍ରୀ: ଗୋଟିଏ ଇଚ୍ଛା ପୂରଣ ପାଇଁ କିଣିଥିଲେ ଆଇପିଏଲ୍‌ ଟିମ୍‌

ବମ୍ବେ: ପ୍ରୀତି ଜିଣ୍ଟା ବଲିଉଡ୍‌ ଅଭିନେତ୍ରୀ ହେବା ସହ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ପଞ୍ଜାବ କିଙ୍ଗ୍ସର ମାଲିକାଣୀ ମଧ୍ୟ। ୨୦୦୮ରେ ସେ ତତ୍କାଳୀନ ପ୍ରେମିକ ନେସ ଓ୍ବାଡିଆଙ୍କ ସହ ମିଶି ଏହି ଟିମ୍‌କୁ କିଣିଥିଲେ। ହେଲେ ହୁଏତ ଏପରି କରିବା ପଛରେ କାରଣ ବିଷୟରେ ଆପଣ ଜାଣି ନ ଥିବେ। ଯାହା ଶୁଣାଯାଏ, ପ୍ରୀତି ବାପାଙ୍କ ଇଚ୍ଛା ପୁରଣ କରିବାକୁ ଯାଇ ଟିମ୍‌କୁ କିଣିଥିଲେ।

ଅଭିନେତ୍ରୀଙ୍କ ବାପା ଦୁର୍ଗାନନ୍ଦ ଜିଣ୍ଟା ଜଣେ ଆର୍ମୀ ଅଫିସର ଥିଲେ। ସେ ଶିମଲାରେ ଏକ ସ୍ପୋଟ୍ସ କ୍ଲବ କରିବାକୁ ଚାହୁଁଥିଲେ। ଏହାଫଳରେ ଖେଳ ପ୍ରତି ଆଦର ଥିବା ଯୁବକମାନଙ୍କୁ ପ୍ରୋତ୍ସାହନ ମିଳିପାରିବ ବୋଲି ସେ ଭାବୁଥିଲେ। ଝିଅଙ୍କ ସହ ଏ ବିଷୟରେ ସେ ଆଲୋଚନା କରିଆସୁଥିଲେ। ଫିଲ୍ମରେ ସଫଳତା ମିଳିବା ପରେ ଯେତେବେଳେଆଇପିଏଲ୍‌ ଆରମ୍ଭ ହୋଇଥିଲା, ପ୍ରୀତି ନିଜ ବାପାଙ୍କ ଇଚ୍ଛା ପୂରଣ କରିବାକୁ କିଙ୍ଗ୍ସ ଏକାଦଶ ପଞ୍ଜାବକୁ କିଣିଥିଲେ।

୧୩ ବର୍ଷ ବୟସରେ ହିମାଚଳରେ ଜନ୍ମିତ ପ୍ରୀତିଙ୍କ ବାପା ଦୁର୍ଗାନନ୍ଦ ଏକ କାର୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏଥିରେ ତାଙ୍କ ମା’ ମଧ୍ୟରେ ଗୁରୁତର ହୋଇଥିଲେ। ଦୁଇବର୍ଷ ଯାଏ ବିଛଣାରେ ପଡ଼ି ରହିବା ପରେ ତାଙ୍କ ମୃତ୍ୟୁ ଘଟିଥିଲା। ଏବେ ସେ କ୍ରିକେଟ ସହ ସମାଜସେବାରେ ଲିପ୍ତ ରହିଛନ୍ତି। ମହିଳା ସଶକ୍ତିକରଣଠାରୁ ଆରମ୍ଭ କରି ରକ୍ତଦାନ, ଏଡ୍ସ, ମାନବ ତସ୍କରୀ ଆଦି ଉପରେ ସେ କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?