ବିଳମ୍ବରେ କଂଗ୍ରେସର ପିପିଲି ଉପନିର୍ବାଚନ ପ୍ରସ୍ତୁତି

ଭୁବନେଶ୍ୱର, ୧୪।୯(ବ୍ୟୁରୋ): ପିପିଲି ଉପନିର୍ବାଚନ ଆସନ୍ତା ୩୦ ତାରିଖରେ ହେବ। ଏଥିଲାଗି ବିଜେଡି ଓ ଭାଜପା ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି। ଏହା ଭିତରେ ଉପନିର୍ବାଚନକୁ ଆଉ ମାତ୍ର ୧୬ ଦିନ ରହିଛି। କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାରଙ୍କ ନେତୃତ୍ୱରେ ଦଳ ସୋମବାର ପିପିଲି ଉପନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରିଛି। ଦଳୀୟ ଉପସଭାପତି ଏବଂ ସାଧାରଣ ସମ୍ପାଦକଙ୍କ ହାତରେ ଗୋଟିଏ ଲେଖାଏ ପଞ୍ଚାୟତ ଦାୟିତ୍ୱ ଦେବା ଲାଗି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ବୈଠକ ପରେ ଚେଲ୍ଲାକୁମାର କହିଛନ୍ତି, ବର୍ତ୍ତମାନ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ବଦଳିବେନାହିଁ। ସଙ୍ଗଠନ କାମ ଠିକ୍‌ ଭାବେ ଚାଲିଛି। ଦଳୀୟ ବିଶୃଙ୍ଖଳା ବରଦାସ୍ତ କରାଯିବ ନାହିଁ। ପିସିସିର ନୂଆ ଟିମ୍‌ ସହିତ ପଞ୍ଚାୟତ ନିର୍ବାଚନ ବିଷୟରେ ଆଲୋଚନା କରାଯାଇଛି। ଆସନ୍ତା ମାସରୁ ପ୍ରତ୍ୟେକ ଜିଲା ଗସ୍ତ କରିବା ସହ ଲୋକମାନଙ୍କ ସହିତ ମିଶିବେ ବୋଲି ସେ କହିଛନ୍ତି।
ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ଚଳିତ ମାସର ଗତ ୮ ତାରିଖରେ ପିସିସି ରାଜ୍ୟ ଉପସଭାପତି, କୋଷାଧ୍ୟକ୍ଷ, ସାଧାରଣ ସମ୍ପାଦକ, ସମ୍ପାଦକ ଏବଂ କାର୍ଯ୍ୟକାରୀ କମିଟି ତାଲିକା ପ୍ରକାଶ ପାଇଥିଲା। ନୂଆ ତାଲିକାରେ ସ୍ଥାନ ପାଇଥିବା ଉପସଭାପତି, ସାଧାରଣ ସମ୍ପାଦକଙ୍କୁ ନେଇ ରାଜ୍ୟ ପ୍ରଭାରୀ ପ୍ରଥମ ବୈଠକ କରିଛନ୍ତି। ଏଥିରେ ମୁଖ୍ୟତଃ ବିଜେଡି ଓ ଭାଜପା ଶୈଳୀରେ କଂଗ୍ରେସ ନେତାଙ୍କୁ ପିପିଲିର ବିଭିନ୍ନ ପଞ୍ଚାୟତ ଏବଂ ଏନ୍‌ଏସି ଦାୟିତ୍ୱ ଦେବାକୁ ସ୍ଥିର ହୋଇଛି। କାହାକୁ କେଉଁ ପଞ୍ଚାୟତ ଦାୟିତ୍ୱ ମିଳିବ ସେନେଇ ଆଲୋଚନା ସରିଥିବା ବେଳେ ମଙ୍ଗଳବାର ଏନେଇ ଦଳ ତରଫରୁ ବିଧିବଦ୍ଧ ଭାବେ ତାଲିକା ପ୍ରକାଶ ପାଇବ। ସେହିପରି ନୂତନ ଭାବେ ପ୍ରକାଶ ପାଇଥିବା ପିସିସି ତାଲିକାରେ ବହୁ ବରିଷ୍ଠ ନେତାଙ୍କ ନାମ ରଖାଯାଇ ନ ଥିବା ଦେଖିବାକୁ ମିଳିଛି। ତେଣୁ ତାଲିକାରୁ ବାଦ୍‌ ପଡ଼ିଥିବା ପ୍ରାୟ ୨୫ଜଣ ବରିଷ୍ଠ ନେତାଙ୍କୁ ପିପିଲି ଉପନିର୍ବାଚନରେ ଦାୟିତ୍ୱ ଦିଆଯିବାକୁ ସ୍ଥିର ହୋଇଛି। ଏହାସହ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ ସଂଯୋଜକ ଟିମ୍‌ ରହିବ। ଏହି ଟିମ୍‌ ତତ୍ତ୍ୱାବଧାନରେ ପିପିଲି ଉପନିର୍ବାଚନ ଲଢ଼ାଯିବ ବୋଲି ସୂଚନା ମିଳିଛି। ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ସୋମବାର ରାତି କିମ୍ବା ମଙ୍ଗଳବାର ସୁଦ୍ଧା ନିଆଯିବ ବୋଲି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ସୂଚନା ଦେଇଛନ୍ତି। ଭାଜପା ଓ ବିଜେଡି ବିରୋଧରେ ଲୋକଙ୍କ ନିକଟକୁ ଯିବା ଲାଗି କୁହାଯାଇଥିବା ବେଳେ ତୃଣମୂଳସ୍ତରରେ ଦଳ ଏକାଠି ଥିବାର ବାର୍ତ୍ତା ଦେବା ଲାଗି ଦଳୀୟ ନେତାଙ୍କୁ ପ୍ରଭାରୀ କହିଥିବା ଜଣାପଡ଼ିଛି।
ଅନ୍ୟପଟେ ପିସିସି ଅଧୀନରେ ଥିବା ବିଭିନ୍ନ ସେଲ୍‌ର ଅଧ୍ୟକ୍ଷମାନଙ୍କୁ ନେଇ ଏକ ବୈଠକ ଚେଲ୍ଲାକୁମାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ସେଲ୍‌ର ଅଧ୍ୟକ୍ଷମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଫଳତା ବିରୋଧରେ କାର୍ଯ୍ୟକ୍ରମ କରିବା ସହ ତାହା ଯେପରି ତୃଣମୂଳସ୍ତରରେ ପହଞ୍ଚାଯାଇପାରିବ ସେଥିଲାଗି ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪୧ ବର୍ଷ ବୟସରେ ଯମଜ ସନ୍ତାନର ମା’ ହେଲେ ଦିବ୍ୟଙ୍କା: ସ୍ବାମୀ କହିଲେ…

ଟିଭିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ମା’ ହୋଇଛନ୍ତି। ତାଙ୍କ ସ୍ବାମୀ ବିବେକ ଦାହିୟା ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି। ଦିବ୍ୟଙ୍କା ୪୧…

କାହିଁକି ବିଜୟଙ୍କୁ ଈର୍ଷା କରୁଛନ୍ତି ପବନ କଲ୍ୟାଣ! ଅସଲ କଥା ଖୋଲି କହିଲେ ଉପ ମୁଖ୍ୟମନ୍ତ୍ରୀ

ଚେନ୍ନାଇ,୨୬।୫: ତାମିଲନାଡୁ ରାଜନୀତି କ୍ଷେତ୍ରରେ, ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ଜବରଦସ୍ତ ବିଜୟ ଏବେ ଅନ୍ୟ ରାଜ୍ୟର ନେତାମାନଙ୍କ ମଧ୍ୟରେ ମଧ୍ୟ ଆଲୋଚନାର ବିଷୟ ପାଲଟିଛି। ଏହି…

ସୌମ୍ୟ ହତ୍ୟାକାଣ୍ଡରେ ନୂଆ ଟୁଇଷ୍ଟ: ମାରିବାକୁ ସତ୍ୟନଗରୁ ପିଲା ଯାଇଥିଲେ ବାଲିଅନ୍ତା: ପୁଣି ଆଉ ଜଣଙ୍କୁ ବାନ୍ଧିଲା…

ଭୁବନେଶ୍ୱର୨୬।୫, ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।  କ୍ରାଇମବ୍ରାଞ୍ଚ ଟିମ୍ କେନ୍ଦ୍ରାପଡ଼ା ଜିଲାର ଇନ୍ଦୁପୁର ଅଞ୍ଚଳରୁ ଏହି ଅଭିଯୁକ୍ତଙ୍କୁ ଧରିବାରେ ସଫଳ…

କାଠଯୋଡି ନଦୀ ପଠାରେ ପଡିଛି ମହିଳାଙ୍କ ଗଳିତ ମୃତଦେହ, ଅର୍ଦ୍ଧ ଉଲଗ୍ନ….

କଟକ, ୨୬।୫(ପ୍ରଭୁକଲ୍ୟାଣ ପାଲ): ପୁରୀଘାଟ ଥାନା ଅନ୍ତର୍ଗତ କାଠଯୋଡି ନଦୀ ପଠାରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କ ଶରୀର ଅର୍ଦ୍ଧ ଉଲଗ୍ନ ହୋଇ…

ଆଜି କ୍ୱାଲିଫାୟର-୧, ଆର୍‌ସିବି-ଗୁଜରାଟ ମହାମୁକାବିଲା

ଧର୍ମଶାଳା, ୨୬ା୫: ଆଜି ଚଳିତ ଆଇପିଏଲ୍‌ର କ୍ୱାଲିଫାୟର-୧ ମହାମୁକାବିଲା। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ର ବିଜେତା…

ହଠାତ୍‌ ଫାଟିଲା ଚକ, ପୋଲ ତଳକୁ ଖସିପଡିଲା ଟ୍ରକ୍‌; ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବଲାଙ୍ଗୀର,୨୬।୫ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପଦ୍ମପୁର-ପାଟଣାଗଡ ରାସ୍ତା ଜୁରିଆ ବ୍ରିଜ୍‌ ତଳକୁ ଖସି ପଡ଼ିଲା ଟ୍ରକ୍‌ । ଦମକଳବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର…

ଦେବାଶିଷଙ୍କ ଭାଜପାରେ ଯୋଗଦାନକୁ ନେଇ ବିଜେଡି କ୍ଷୁବ୍ଧ, ନବୀନ ପଟ୍ଟନାୟକଙ୍କ ପାଖଲୋକ କହିଲେ, ‘ଭବିଷ୍ୟତରେ ସେ…’

ଭୁବନେଶ୍ୱର, ୨୬।୫: ଭାଜପାରେ ମିଶିଲେ ପୂର୍ବତନ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ। ମଙ୍ଗଳବାର ଦିଲ୍ଲୀ ଭାଜପା ମୁଖ୍ୟାଳୟରେ ସେ ପଦ୍ମ ଧରିଛନ୍ତି। ରାଜ୍ୟ ସଭାପତି ମନମୋହନ…

ଯେ କୌଣସି ମୁହୂର୍ତ୍ତରେ ଆସିପାରେ ଖୁସି ଖବର! ଇରାନ ସହ ଡିଲ୍‌କୁ ନେଇ ୟୁ-ଟର୍ନ ନେଲେ ରୁବିଓ

ନୂଆଦିଲ୍ଲୀ,୨୬।୫: ଇରାନ ସହିତ ସମ୍ଭାବ୍ୟ ଚୁକ୍ତି ସମ୍ପର୍କରେ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ତାଙ୍କର ପୂର୍ବ ବକ୍ତବ୍ୟରୁ ଏକ ୟୁ-ଟର୍ନ ନେଇଛନ୍ତି। ପୂର୍ବରୁ, ସେ କହିଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri