ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ଶେଷ: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ମହାଯଜ୍ଞ ପରିଚାଳନା କମିଟି ପକ୍ଷରୁ…

ଦିଗପହଣ୍ଡି,୨୩।୫(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ଶେଷ ହୋଇଛି। ଉକ୍ତ ମହୋତ୍ସବ ଅବସରରେ ଶୈବପୀଠ ପରିସରରେ ନବନିର୍ମିତ ଶ୍ରୀ ବିଘ୍ନ ବିନାଶାୟ ଗଣେଷ ଏବଂ ଶ୍ରୀରାମଦୂତ ହନୁମାନଙ୍କ ପ୍ରାସାଦ ପ୍ରତିଷ୍ଠା କରାଯିବ। ପଣ୍ଡିତ ଭବାନୀ ଶଙ୍କର ତ୍ରିପାଠୀଙ୍କ ପୋରୋହିତ୍ୟରେ ରବିବାର ଜ୍ୟେଷ୍ଠ ଶୁକ୍ଳ ନବମୀ ତିଥି ଠାରୁ ଜ୍ୟେଷ୍ଠ ଶୁକ୍ଳ ଦାଦଶୀ ତିଥି ୨୮ ତାରିଖ ଗୁରୁବାର ଯାଏ ୫ ଦିନ ବ୍ୟାପି ଏହି ମହାଯଜ୍ଞ ଆୟୋଜନ କରାଯିବ। ରବିବାର ସକାଳେ ଦୀକ୍ଷାଗ୍ରହଣ, କଳସ ଜଳଯାତ୍ରା, ବନଯାଗ କାର୍ଯ୍ୟକ୍ରମ ପରେ ସନ୍ଧ୍ୟାରେ ମହାଯଜ୍ଞ ସ୍ଥଳରେ ଅଙ୍କୁରାରୋପଣ କରାଯିବ। ସୋମବାର କର୍ମାରମ୍ଭ,ବ୍ରାହ୍ମଣ ବରଣ,ସାଲା ସଂସ୍କାର ପରେ ନାମଯଜ୍ଞ ଶୁଭାରମ୍ଭ ପରେ ଯଜ୍ଞକୁଣ୍ଡରେ ଘୃତାଗ୍ନି ସଂଯୋଗ କରାଯାଇ ମହାଯଜ୍ଞ ଶୁଭାରମ୍ଭ କରାଯିବ। ଶୈବପୀଠ ପରିସରରେ ଆୟୋଜିତ ମହାଯଜ୍ଞରେ ଦିଗପହଣ୍ଡି ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ମହାଯଜ୍ଞ ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ସଭାପତି ତଥା ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ଜଣାଇଛନ୍ତି। ଉପ ସଭାପତି ବସନ୍ତ ପଟ୍ଟନାୟକ,କେ. ତାରକେଶ୍ୱର ଦୋରା,ଏସ.ଗାନ୍ଧୀ,ସୁଶାନ୍ତ ପ୍ରଧାନ,ସମ୍ପାଦକ ଭାବେ ସୁରେନ୍ଦ୍ର ବିଷୋୟୀ, ସହ-ସମ୍ପାଦକ ବିପ୍ର ସେଠୀ,ନିରାକାର ପ୍ରଧାନ,ହର୍ଷ ପ୍ରଧାନ ଏବଂ କୋଷାଧ୍ୟକ୍ଷ କୋରେଶୁ ସେଠୀ, ଉପଦେଷ୍ଟା ପୂର୍ବତନ ଏନଏସି ଅଧ୍ୟକ୍ଷ ଭି.ରବି ନାରାୟଣ ରାଜୁ, ପ୍ରମୋଦ ପାଣିଗ୍ରାହୀ, ଭି.ଧର୍ମ ରାଜୁ,ରାମନାଥ ବିଷୋୟୀ, କାଉନସିଲର ଦୀପକ ମିଶ୍ର,ନୀଳମାଧବ ଗୌଡ଼, ବିଚିତ୍ରାନନ୍ଦ ପଟ୍ଟନାୟକ, କେ.କୁନା,ଅର୍ଦ୍ଦୁ.ଗୋବିନ୍ଦ, ଭଗବାନ ଦୋରାଙ୍କ ସମେତ ମୁଖ୍ୟ ଉଦ୍ୟୋକ୍ତା ଅମ୍ବିକା ପ୍ରସାଦ ସେଠୀ,ଶାନ୍ତି ମିଶ୍ର, ପ୍ରଦୀପ ପଣ୍ଡା, ଆଶିଷ ପଟ୍ଟନାୟକ, ଶଙ୍କର ପାଢ଼ୀ, ଯୁଧିଷ୍ଠିର ଦୋରା,ଆକୁଳ ସ୍ବାଇଁ,ସନ୍ତୋଷ ପାତ୍ର,କ୍ଷେତ୍ରବାସୀ ପ୍ରଧାନ,ପଞ୍ଚାନନ ସ୍ବାଇଁ ଏବଂ ଦିଗପହଣ୍ଡି ସହର ସମେତ କୁଶପଡ଼ା, ପତାଣ୍ଡ ,ରାଜପୁର ଆଙ୍କୋରଡ଼ା,ଚାଞ୍ଚଡାପଲ୍ଲୀ,ନବରଙ୍ଗପୁର ସମେତ ଆଖପାଖ ଗ୍ରାମର ବହୁ ସଂଖ୍ୟକ ଯଜ୍ଞ ପରିଚାଳନା କମିଟି ସଦସ୍ୟ ଓ ବହୁ ସଂଖ୍ୟକ ଗଣ୍ୟମାନ୍ୟ ବ୍ୟକ୍ତି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାର ବିଭିନ୍ନ ଦାୟିତ୍ୱରେ ରହିଛନ୍ତି।

Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଚାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ବେଳାଭୂମି ଅବକ୍ଷୟ ରୋକିବାକୁ ଦାବିପତ୍ର

ଗଞ୍ଜାମ,୨୪ା୮(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ କନଫରେନ୍ସ ହଲ ଠାରେ ସୋମବାର ଜିଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲାପାଳ ଭି…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

ଭିକ୍ଷା ମାଗି ଜମା କରିଥିଲେ ଲକ୍ଷ ଲକ୍ଷ ଟଙ୍କା; ଘରୁ ମିଳିଲା ୩୦ରୁ ଅଧିକ ବସ୍ତା ନୋଟ୍, ଗଣିଗଣି ସବୁ ହାଲିଆ

ବେଙ୍ଗାଲୁରୁ,୨୪ା୮: କର୍ନାଟକରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସାରା ଜୀବନ ଭିକ୍ଷା ମାଗି ଜୀବନ ବିତାଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ମିଳିଛି…

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri