Posted inଖେଳ

୨୦୨୩ ହକି ବିଶ୍ୱକପ ପ୍ରସ୍ତୁତି

ରାଉରକେଲା ଅଫିସ/ସୁନ୍ଦରଗଡ଼ (ଡି.ଏନ.ଏ), ୧୨।୧୨-
୨୦୧୮ରେ ପୁରୁଷ ହକି ବିଶ୍ୱକପ ସଫଳତାର ସହ ଆୟୋଜନ ହେବାପରେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପକ୍ଷରୁ କ୍ରମାଗତ ଦ୍ୱିତୀୟ ଥରପାଇଁ ଏହି ମେଗା ପ୍ରତିଯୋଗିତା ଓଡ଼ିଶାରେ ହେବ ବୋଲି ଗତବର୍ଷ ଘୋଷଣା କରାଯାଇଥିଲା। ପୂର୍ବଥର ବିଶ୍ୱକପ କେବଳ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା। ଆଗାମୀ ୨୦୨୩ ସଂସ୍କରଣ ୨ଟି ସ୍ଥାନ ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜନ ହେବ ବୋଲି ପ୍ରକାଶ କରାଯାଇଥିଲା। ଫଳରେ ହକିର ଅନ୍ତୁଡ଼ିଶାଳଭାବେ ପରିଚିତ ସୁନ୍ଦରଗଡ଼ ଏବଂ ଇସ୍ପାତ ସହର ରାଉରକେଲାରେ ଅହେତୁକ ଉତ୍ସାହ ପ୍ରକାଶ ପାଇଛି। ଆଗାମୀ ବିଶ୍ୱକପକୁ ଅଧିକ ଆକର୍ଷଣୀୟ କରାଇବା ପାଇଁ ପ୍ରସ୍ତୁତି ଆଗେଇ ଚାଲିଛି। ଭୁବନେଶ୍ୱରରେ ଆପାତତଃ ଭିତ୍ତିଭୂମି ପ୍ରସ୍ତୁତ ଥିବାବେଳେ ଏବେ ରାଉରକେଲା ଉପରେ ଫୋକସ ରହିଛି। ଏଥିପାଇଁ ଶୁକ୍ରବାର ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଏଫ୍‌ଆଇଏଚ୍‌ ସଭାପତି ନରିନ୍ଦର ଧ୍ରୁବ ବାତ୍ରା, କ୍ରୀଡ଼ା ସଚିବ ବିଶାଲ ଦେବ, ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା, ଇଣ୍ଡଷ୍ଟ୍ରିଆଲ ଇନ୍‌ଫ୍ରାଷ୍ଟ୍ରକ୍ଚର ଡେଭଲପ୍‌ମେଣ୍ଟ କର୍ପୋରେଶନ ଅଫ୍‌ ଓଡ଼ିଶା (ଇଡ୍‌କୋ)ର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ ଏବଂ ହକି ଇଣ୍ଡିଆର ଅଧିକାରୀମାନେ ରାଉରକେଲାର ଭିତ୍ତିଭୂମି ଅନୁଧ୍ୟାନ କରିବା ସହ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଥିଲେ। ଏଥିପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତି ଅବସରରେ ରାଉରକେଲା ସହରର ଉନ୍ନତୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ରାଉରକେଲା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲାପାଳ ନିଖିଲ ପୱନ କଲ୍ୟାଣ, ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା, ରାଉରକେଲା ଏଡିଏମ୍‌ ଆବୋଲି ସୁନିଲ ନରୱଣେ, ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ, ରାଉରକେଲା ଏସପି କେ.ଶିବା ସୁବ୍ରମଣି, ଆରଏସପି କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ (କାର୍ମିକ)ପ୍ରଦ୍ୟୁତ କୁମାର ଦାଶ ଓ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ) ରାଜବୀର ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ ା ହକି ବିଶ୍ୱକପ୍‌ ସମୟରେ ଗ୍ୟାଲେରୀରେ ୨୦ ହଜାର ଦର୍ଶକ ବସିବାର ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
”୨୦୧୮ ଅପେକ୍ଷା ୨୦୨୩ ପୁରୁଷ ହକି ବିଶ୍ୱକପକୁ ଅଧିକ ବଡ଼ ଆକାରରେ ଆୟୋଜନ କରାଯିବ। ମ୍ୟାଚଗୁଡ଼ିକ ୨ଟି ସ୍ଥାନରେ ଆୟୋଜନ ହେବାକୁ ଯାଉଥିବାରୁ ଆମପାଇଁ ଏକ ଚ୍ୟାଲେଞ୍ଜ ଏବଂ ସୁଯୋଗ ମଧ୍ୟ। ଭୁବନେଶ୍ୱରରେ ବିଶ୍ୱକପ ହୋଇସାରିଥିବାରୁ ସେଠାରେ ଭିତ୍ତିଭୂମି ପାଖାପାଖି ପ୍ରସ୍ତୁତ ହୋଇରହିଛି। ରାଉରକେଲା ଏକ ବିକଶିତ ସହର। ତେଣୁ ଉଭୟ ଭେନ୍ୟୁରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପଲବ୍ଧ କରାଇବା ସହ ଓଡ଼ିଶା ପୁଣିଥରେ ଏକ ସଫଳ ଏବଂ ସ୍ମରଣୀୟ ବିଶ୍ୱକପ ଆୟୋଜନ ଲକ୍ଷ୍ୟ ରଖିଛି। ଗତ ବିଶ୍ୱକପଭଳି ଏଥର ମଧ୍ୟ ଉଭୟ ସ୍ଥାନରେ ଖେଳାଳି, ଅଫିସିଆଲ ଏବଂ ବିଶ୍ୱର କ୍ରୀଡ଼ାପ୍ରେମୀଙ୍କ ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯିବ“ ବୋଲି କ୍ରୀଡ଼ାମନ୍ତ୍ରୀ ପ୍ରକାଶ କରିଛନ୍ତି। ୨୦୨୨ ମଧ୍ୟଭାଗ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ” ୨୦୧୮ ହକି ବିଶ୍ୱକପକୁ ସଫଳତାର ସହ ଆୟୋଜନ ପାଇଁ ଓଡ଼ିଶା ସରକାର ସମସ୍ତ ପ୍ରକାର ପ୍ରୟାସ କରିଥିଲେ। ୨୦୨୩ ବିଶ୍ୱକପକୁ ମଧ୍ୟ ସେପରି ଆୟୋଜନ କରିବା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରୁଛନ୍ତି। କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛି। ରାଉରକେଲା ଓ ସୁନ୍ଦରଗଡ଼ରେ ଉନ୍ନୟନ କାର୍ଯ୍ୟ ଆଗେଇ ଚାଲିଛି“ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି। ”ମହିଳା ହେଉ କି ପୁରୁଷ ବିଶ୍ୱକପ ଏଫ୍‌ଆଇଏଚ୍‌ ଏହାକୁ ସର୍ବଦା ଗୁରୁତ୍ୱ ଦେଇଥାଏ। ଆଥଲେଟ୍‌ ଓ ଦର୍ଶକମାନେ ଯେପରି ଏହାକୁ ମନଭରି ଉପଭୋଗ କରିବେ ତାହା ଗୁରୁତ୍ୱପୂର୍ଣ୍ଣ। ବିଶ୍ୱବ୍ୟାପୀ ଆୟୋଜନର ଭେନ୍ୟୁ ବଢ଼ିବା ସ୍ବାଗତଯୋଗ୍ୟ। ରାଉରକେଲାରେ ଅଗ୍ରଗତି କାର୍ଯ୍ୟ ସନ୍ତୋଷ ଜନକ। ଏଥିପାଇଁ ମୁଁ କାର୍ଯ୍ୟରେ ଲାଗିଥିବା ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଉଛି। ୨୦୨୩ ବିଶ୍ୱକପ ପାଇଁ ରାଉରକେଲା ଅନ୍ୟତମ ଶ୍ରେଷ୍ଠ ଭେନ୍ୟୁ ହେବା ଆଶା ରହିଛି“ ବୋଲି ଏଫ୍‌ଆଇଏଚ୍‌ ସଭାପତି କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ବିଶ୍ୱକପ ପୂର୍ବରୁ ସୁନ୍ଦରଗଡ଼ର ୧୬ଟି ବ୍ଲକରେ ୧୬ଟି ସିନ୍ଥେଟିକ୍‌ ଟର୍ଫ ପକାଇବା ପାଇଁ ରାଜ୍ୟ କ୍ରୀଡ଼ା ବିଭାଗର ଯୋଜନା ରହିଛି। ଏହି କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?