ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ପୋଲିସ ଉପସ୍ଥିତିରେ ଆଗଲପୁର ବ୍ଳକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ମିଶ୍ର,ଜିଲା ଶିଶୁ ସୁରକ୍ଷା ୟୁନିଟ, ଶିଶୁ ସୁରକ୍ଷା କେନ୍ଦ୍ରର ଡିପିସି ସୁବୋଧ କୁମାର ପଧାନ,ପଚାୟତ କାର୍ଯ୍ୟର୍ନିବାହୀ ଅଧିକାରୀ ଜ୍ଞାନରଞ୍ଜନ ଦାସ,ପଲ୍ଲୀ ଆଲୋକ ପାଠାଗାର ସାମାଜିକ କର୍ମୀ ପ୍ରହ୍ଲାଦ ପଧାନ,ନମିତା ପଧାନ, ସ୍ଥାନୀୟ ଅଙ୍ଗନଓ୍ବାଡି କର୍ମୀ ସୁମିତ୍ରା ସାହୁ, ୱାଡସଭ୍ୟ ଶୁଭମ ଜେନା ଓ ଅନ୍ୟାନ୍ୟ ବ୍ୟକ୍ତି ନାବାଳିକାଙ୍କ ଘରକୁ ଯାଇଥିଲେ। ଏହି ଟିମ ନାବାଳିକାଙ୍କ ଅଭିଭାବକ ଓ ପରିବାର ସଦସ୍ୟଙ୍କୁ ସାକ୍ଷାତ କରି କାଉନସେଲିଂ କରିଥିଲେ। ନାବାଳିକାଙ୍କୁ ବିବାହ ଦେବା ଦ୍ବାରା ତାଙ୍କ କ୍ଷେତ୍ରରେ ଘଟିବାକୁ ଥିବା ଶାରିରୀକ,ମାନସିକ ଓ ସାମାଜିକ କୁପରିଣାମ ବିଷୟରେ ବୁଝାଇଥିଲେ । ଏହାସହିତ ବାଲ୍ୟ ବିବାହ ନିଷେଧ ଆଇନ ୨୦୦୬ ସମ୍ପର୍କରେ ଉକ୍ତ ଟିମ ଅବଗତ କରିଥିଲେ। ଏହାଛଡ଼ା କନ୍ୟା ଶିକ୍ଷାର ଗୁରୁତ୍ୱ ଓ ସରକାରୀ କଲ୍ୟାଣମୂଳକ ଯୋଜନା ଗୁଡିକ ବିଷୟରେ ମଧ୍ୟ ଅବଗତ କରାଯାଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଟାର୍କଟିକାର କୋନ୍‌କୋର୍ଡିଆରେ ୧୬ ବର୍ଷର ରେକର୍ଡ ଥଣ୍ଡା

ନୂଆଦିଲ୍ଲୀ, ୨ା୮: ଉତ୍ତର ଗୋଲାର୍ଦ୍ଧର ଦେଶଗୁଡ଼ିକ (ୟୁରୋପ, ଉତ୍ତର ଆମେରିକା, ଏସିଆ) ଗ୍ରୀଷ୍ମକାଳୀନ ପ୍ରଚଣ୍ଡ ତାପମାତ୍ରା ଓ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେଉଥିବା ବେଳେ ଦକ୍ଷିଣ ଗୋଲାର୍ଦ୍ଧରେ…

୪ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ପଦଯାତ୍ରାରେ ଯିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨ା୮(ପି.ଟି.): ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ସପିଂ ସେଣ୍ଟରରେ ଆଖିବୁଜା ଗୁଳି ଚାଳନା, ୩ ମୃତ

ଓ୍ବାଶିଂଟନ,୨।୮: ଆମେରିକାରେ ଗୁଳିକାଣ୍ଡ ଘଟଣା ବଢ଼ିବାରେ ଲାଗିଛି। ସଦ୍ୟତମ ଘଟଣାଟି ଆଇଡାହୋର ଟ୍ବିନ ଫଲ୍ସ ସହରରେ ଘଟିଛି, ଯେଉଁଠାରେ ଶନିବାର ଅପରାହ୍ନରେ ଜଣେ ଆକ୍ରମଣକାରୀ ଏକ ସପିଂ…

ଏଇ ଭାରତରେ

ବେଙ୍ଗାଲୁରୁର ସୂର୍ଯ୍ୟ ଉତ୍କର୍ଷ ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି। ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ଅନେକ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ…

ଡାହାଣୀ ହୋଇ ଲାଗିବେ

ମୋର ଜଣେ ଆରକ୍ଷୀ ବନ୍ଧୁ ତାଙ୍କ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ରେ ନିଶା ନିବାରଣ ପାଇଁ ପୋଲିସ ବିଭାଗ ସହ ହାତ ମିଳାଇ କାମ କରିବା ପାଇଁ ତାଙ୍କର ସାଙ୍ଗସାଥୀ…

୨୦ ବର୍ଷ ପରେ କୋଲକାତା ଫେରିଲେ ତସଲିମା ନାସରିନ; ହେଲେ ପରିସ୍ଥିତି ହେଲା ଅଶାନ୍ତ, କାହିଁକି ଜାଣନ୍ତୁ

କୋଲକାତା,୨।୮: ପ୍ରାୟ ଦୁଇ ଦଶନ୍ଧି ପରେ ତସଲିମା ନାସରିନ ପୁଣି ଥରେ କୋଲକାତାରେ ପହଞ୍ଚିଛନ୍ତି। ସେ ମନ୍ତବ୍ୟ ଦେଇଥିଲେ ଯେ ତାଙ୍କର ପ୍ରତ୍ୟାବର୍ତ୍ତନ ପ୍ରମାଣ କରେ ଯେ…

ୟୁରୋପରେ ଗ୍ରୀଷ୍ମ ତାଣ୍ଡବ

ଶୀତପ୍ରଧାନ ମହାଦେଶ ୟୁରୋପରେ ଅତ୍ୟଧିକ ଉତ୍ତାପଜନିତ ବିପର୍ଯ୍ୟୟ ଯେ କେତେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି କରିପାରେ, ଏହା ଅବିଶ୍ୱସନୀୟ ହେଲେ ମଧ୍ୟ ୨୦୨୬ ମସିହା ଗ୍ରୀଷ୍ମଋତୁ ତାହାର…

ସମୟର ସଙ୍କେତ

ମଦର ଅଫ୍‌ ଡେମୋକ୍ରାସି ବା ଗଣତନ୍ତ୍ରର ଜନନୀ ହେଉଛି ଭାରତ। ଏହା ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଏକ ଅସ୍ଥାୟୀ ନିର୍ବାଚିତ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri