ବିରୋଧୀଙ୍କୁ ରୋକିବାକୁ ଚାଲିଛି ପ୍ରସ୍ତୁତି

ପୁରୀ ଅଫିସ,୨୫।୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ନେଇ ଚାଲିଥିବା ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ମତ ମତାନ୍ତର ଚାଲିଥିବାବେଳେ ବିରୋଧୀ ପକ୍ଷରୁ ପ୍ରସ୍ତୁତ ହେଉଥିବା ବିକ୍ଷୋଭ, ରାଲିକୁ ରୋକିବାକୁ ଶାସକ ଦଳ ଅଣ୍ଟା ଭିଡ଼ିଛି। ଏହି ପରିପ୍ରେକ୍ଷୀରେ ରବିବାର ଯୁଦ୍ଧକାଳୀନ ଭିତ୍ତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ଏକ ସେବାୟତ ମଣ୍ଡଳୀ ଜିଲାପାଳ ସମର୍ଥ ବର୍ମାଙ୍କୁ ଦାବିପତ୍ର ଦେଇଛନ୍ତି। ଏହି ସେବାୟତମଣ୍ଡଳୀ ମଧ୍ୟରେ ପରିଚାଳନା କମିଟି ସଦସ୍ୟଙ୍କ ସମେତ ବିଭିନ୍ନ ନିଯୋଗର ମୁଖ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଦାବିପତ୍ରରେ ଜଣାଯାଇଛି ଯେ, ଶ୍ରୀମନ୍ଦିର ଚାରିପାଖରେ ଯେଉଁ ଐତିହ୍ୟ କରିଡ଼ର ନିର୍ମାଣାଧୀନ ଅବସ୍ଥାରେ ରହିଛି, ଏହାକୁ ତୁରନ୍ତ ଶେଷ କରାଯାଉ। ଐତିହ୍ୟ କରିଡ଼ର ଶ୍ରୀଜଗନ୍ନାଥଧାମର ମହିମା ବଢ଼ାଇବ। ପୁରୀ ସହରବାସୀ ରାଜ୍ୟ ସରକାରଙ୍କୁ ଏହି କାର୍ଯ୍ୟରେ ସମର୍ଥନ କରୁଛନ୍ତି। ପୂର୍ବରୁ ସେବାୟତଙ୍କ ପାଖରେ ପରିକ୍ରମା ପ୍ରକଳ୍ପର ନକ୍ସା ଉପସ୍ଥାପନ କରାଯାଇଛି। ମନ୍ଦିର ସଂଲଗ୍ନ ସାତ ସାହି ଓ ସେବାୟତମାନେ ଜିଲା ପ୍ରଶାସନକୁ ସହଯୋଗ କରୁଛନ୍ତି। ମାତ୍ର ପରିତାପର ବିଷୟ ଯେ କିଛି ନିର୍ଦ୍ଦିଷ୍ଟ ରାଜନୈତିକ ନେତା ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ରାଲି ଓ ଜନଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ତାହାକୁ ଜିଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଉ। ସେହିଭଳି ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ଚାରିପଟେ ଓ ବଡ଼ଦାଣ୍ଡରେ କୌଣସି ବିକ୍ଷୋଭ କରାଯାଇପାରିବ ନାହିଁ। ଜିଲା ପ୍ରଶାସନ ଏ ନେଇ ପଦକ୍ଷେପ ନେଉ। ସେବାୟତ ମଣ୍ଡଳୀ ମଧ୍ୟରେ ରଜତ କୁମାର ପ୍ରତିହାରୀ, ରାମଚନ୍ଦ୍ରଦାସ ମହାପାତ୍ର, ଜଗନ୍ନାଥ କର, ଗୌରହରି ପ୍ରଧାନ, ଗୁଣଧର ଦାସ ମହାପାତ୍ର ଓ ମାଧବ ଚନ୍ଦ୍ର ପୂଜାପଣ୍ଡାଙ୍କ ସହ ଅନ୍ୟମାନେ ସାମିଲ ଅଛନ୍ତି। ସେବାୟତମାନେ ଏଭଳି ଦାବିପତ୍ର ଜିଲା ପ୍ରଶାସନକୁ ଦେବା ପରେ ପୁରୀରେ ରାଜନୈତିକ ପାଣିପାଗ ବଦଳିଯାଇଛି। ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ଆଗାମୀ ଦିନରେ କରିବାକୁ ଥିବା ରାଲିକୁ ଟାର୍ଗେଟ କରି ପ୍ରଶାସନ ସେବାୟତଙ୍କ ମାଧ୍ୟମରେ କ୍ଷେତ୍ର ପ୍ରସ୍ତୁତ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ସରକାରୀ ଦପ୍ତରରୁ ମିଳିଥିବା ସୂଚନା ଅନୁଯାୟୀ, ଅପରାଜିତା ପୁରୀରେ ବିଶାଳ ଜନସମାଗମ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ରାଲିରେ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ବିରୋଧରେ ବର୍ଷିବେ। ଯଦି ଏଭଳି ହୁଏ, ତେବେ ପ୍ରଶାସନ ପାଇଁ ପରିକ୍ରମା ପ୍ରକଳ୍ପକୁ ନେଇ ଅଡ଼ୁଆ ବଢ଼ିବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରୁଥିବା ଲୋକେ ଅପରାଜିତାଙ୍କ ସହ ଯୋଡି ହେବା ପ୍ରଶାସନକୁ ଆହୁରି ଅସୁବିଧାରେ ପକାଉଛି। ବିଜେଡି ନେତାମାନେ ଶ୍ରୀଜଗନ୍ନାଥ ସେନାର ଆବାହକ ତଥା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ କଡ଼ା ଭାବେ ବିରୋଧ କରୁଥିବା ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ମଧ୍ୟ ଟାର୍ଗେଟ କଲେଣି। ପୁରୀର ପୂର୍ବତନ ଉପାଧ୍ୟକ୍ଷ ତଥା ବିଜେଡି ନେତା ସବ୍ୟସାଚୀ ମହାପାତ୍ର ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି। ଏଭଳି ସ୍ଥିତିରେ ଅପରାଜିତାଙ୍କ ରାଲି ଦିନ ପ୍ରଶାସନ ସମ୍ପୂର୍ଣ୍ଣ ଅସହଯୋଗ କରିବ ବୋଲି ଆଭାସ ମିଳୁଛି। ସେହିଭଳି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଅନୁମତି ନ ଥାଇ ଶ୍ରୀମନ୍ଦିର ଚାରିପାଖରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଛି ମାତ୍ର ପଦଯାତ୍ରା ପାଇଁ ଅନୁମତି ମିଳୁନି। ମହାପ୍ରଭୁ ଏସବୁର ବିଚାର କରିବେ। ଅନ୍ୟପକ୍ଷରେ ଆସନ୍ତା ୨୭ରେ ହେବାକୁ ଥିବା ରାଲି ପାଇଁ ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଓ ଭାଜପାର ଏକ ପ୍ରମୁଖ ଗୋଷ୍ଠୀ ଶନିବାର ବୈଠକ କରୁଥିଲେ। ବୈଠକ ସମ୍ପର୍କରେ ଜଣେ ନେତା କହିଛନ୍ତି, ପ୍ରଶାସନ ରାଲି ପ୍ରସ୍ତୁତିରେ ଥିବା ସମସ୍ତଙ୍କୁ ଟାର୍ଗେଟ କରୁଛି। ବୈଠକ ଦିନ ମଧ୍ୟ ବାହାରେ ପୋଲିସ ସାଦା ପୋଷାକରେ ଉପସ୍ଥିତ ଥିଲେ। ରାଲି ନ କରିବା ପାଇଁ ଧମକ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?