ଫ୍ଲୋରୋସିସ୍‌ ରୋଗ ଯୋଗୁ ଅକାଳ ବାର୍ଦ୍ଧକ୍ୟ

ନୟାଗଡ଼ ଅଫିସ,୨୫।୧: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଭୋଗବାଡି ପଞ୍ଚାୟତ ପୁଟୁବାରୀ ଗାଁର ଦଳିତ ଲୋକେ ବିକଳ୍ପ ନ ଥିବାରୁ ଫ୍ଲୋରାଇଡ୍‌ ଯୁକ୍ତ ପାଣି ପିଇ ଦନ୍ତ ଓ ଅସ୍ଥି ଫ୍ଲୋରୋସିସ୍‌ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଫ୍ଲୋରୋସିସ ରୋଗ ଯୋଗୁ ଅକାଳ ବାର୍ଦ୍ଧକ୍ୟ ମାଡି ଆସୁଛି। ସ୍ଥାନୀୟ ଲୋକଙ୍କର ସ୍ବାସ୍ଥ୍ୟାବସ୍ଥା ନେଇ ବିଭିନ୍ନ ସମୟରେ ବ୍ଲକ ଓ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ହେଲେ କେହି ସେମାନଙ୍କ ସମସ୍ୟାର ସମାଧାନ କରୁନାହାନ୍ତି।
୨୦ ପରିବାରର ୧୦୯ ଲୋକଙ୍କୁ ନେଇ ପୁଟୁବାରୀ ଗାଁ ଗଠିତ। ଏଠାକାର ବାସିନ୍ଦା ଦଳିତ ସମ୍ପ୍ରଦାୟର। କୁଲା, ବାଉଁଶିଆ, ଝୁଡି, ଡାଲା ଆଦି ବାଉଁଶ ଉପକରଣ ତିଆରି କରିବା ଏମାନଙ୍କର ବେଉସା। ନିକଟସ୍ଥ ଅଞ୍ଚଳରେ ବିକ୍ରି କରି ଏମାନେ ପରିବାର ପ୍ରତିପୋଷଣ କରିଥାନ୍ତି। ରାସ୍ତା ଓ ପାନୀୟ ଜଳ ସମସ୍ୟା ଗାଁରେ ଲାଗି ରହିଛି। ଗାଁରେ ପୂର୍ବରୁ ୨ଟି ନଳକୂପ ଥିଲା। ୨ ବର୍ଷ ତଳେ ଏକ ନନ୍ଦ କୂଅ ଖୋଳାଯାଇଛି। ନନ୍ଦକୂଅର ଜଳ ପାନୀୟ ଉପଯୋଗୀ ହୋଇଥିଲେ ହେଁ ଏହାସବୁ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ହେଉନାହିଁ। ଶୀତ ଋତୁରେ କୂଅ ଶୁଖିଲା ପଡୁଛି। ଗ୍ରୀଷ୍ମ ଋତୁରେ ନନ୍ଦ କୂଅ କାମରେ ଲାଗୁନି। ଅନ୍ୟପକ୍ଷେ ୨ ନଳକୂପର ଜଳ ଫ୍ଲୋରାଇଡ୍‌ ଯୁକ୍ତ। ଗାଁ ଲୋକଙ୍କର ଆଣ୍ଠୁ, ଗଣ୍ଠି, ପାଦ, ଗୋଇଠି ବିନ୍ଧା ହେବା ସହ ଛୋଟ ଛୋଟ ପିଲାଙ୍କ ଦାନ୍ତ କସରା ରଙ୍ଗ ପରେ ପାନୀୟ ଜଳକୁ ନେଇ ସନ୍ଦେହ ହୋଇଥିଲା। ପାନୀୟ ଜଳ ପରୀକ୍ଷଣ ପରେ ଏଥିରେ ଅଧିକ ଫ୍ଲୋରାଇଡ୍‌ ଥିବା ଜଣାପଡିଥିଲା। ଜଗନ୍ନାଥ ପରିଚ୍ଛାଙ୍କ ସୂଚନା ଅନୁସାରେ, ଆମ ଗାଁରେ ପୂର୍ବରୁ ନଳକୂପ ନ ଥିଲା। କୂଅରୁ ପାଣି ବ୍ୟବହାର କରୁଥିଲୁ। ହେଲେ କେହି ଫ୍ଲୋରୋସିସ ରୋଗରେ ଆକ୍ରାନ୍ତ ହୋଇ ନ ଥିଲେ। ଧୀରେ ଧୀରେ ଜଳସ୍ତର ହ୍ରାସ ଯୋଗୁ ପାନୀୟ ଜଳ ସଙ୍କଟ ଦେଖାଦେବାରୁ ନଳକୂପ ଉପରେ ନିର୍ଭର କଲୁ। କୂଅ ବ୍ୟବହାର ନ କରିବାରୁ କାଳକ୍ରମେ ପୋତି ହୋଇଗଲା। ଯଦିଓ ପାନୀୟ ଜଳରେ ଅସୁବିଧା ହୋଇ ନ ଥିଲା ତେବେ ଫ୍ଲୋରୋସିସ ରୋଗ ଆମ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ସୁରେନ୍ଦ୍ର ମନ୍ତ୍ରୀ କୁହନ୍ତି, ପୂଜା ଗନ୍ତାୟତ(୯), ବାଦଲ ଗନ୍ତାୟତ(୧୦), ଆକାଶ ବେହେରା(୧୦), ଗୌତମ ମନ୍ତ୍ରୀ(୧୩), ଶକ୍ତି ମନ୍ତ୍ରୀ (୧୨) ପ୍ରମୁଖ ପିଲାଙ୍କ ଦାନ୍ତ ଫ୍ଲୋରୋସିସ ରୋଗରେ ଆକ୍ରାନ୍ତ। ସରକାର ଯଦି ଗାଁ ପାଇଁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରନ୍ତେ ତେବେ ପ୍ଲୋରାଇଡ୍‌ ଯୁକ୍ତ ପାଣି ପିଇବାରୁ ମୁକ୍ତି ମିଳନ୍ତା। ପାନୀୟ ଜଳର ଅଭାବ କାରଣରୁ ଲୋକେ ବାଧ୍ୟ ହୋଇ ଫ୍ଲୋରାଇଡ୍‌ ଯୁକ୍ତ ପାଣି ପିଉଛନ୍ତି। ସେହିପରି ଆମ ଗାଁକୁ ଭଲ ରାସ୍ତାଟିଏ ନାହିଁ। ଜମିର ହୁଡାକୁ ରାସ୍ତା ଭାବେ ବ୍ୟବହାର କରି ଯାତାୟାତ କରୁଛୁ। ଗାଁର ମହିଳାମାନେ ପାନୀୟଜଳ ଓ ରାସ୍ତା ସମସ୍ୟା ନେଇ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ସୁଫଳ ମିଳୁନି।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri