ପକ୍ଷପାତିତା ଓ ଅସମାନତା

ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦ ଉପକଣ୍ଠରେ ଏକାଦଶ ଶତାବ୍ଦୀର ହିନ୍ଦୁ ସନ୍ଥ ରାମାନୁଜାଚାର୍ଯ୍ୟଙ୍କୁ ୫ ଫେବୃୟାରୀରେ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୨୧୬ ଫୁଟ୍‌ ଉଚ୍ଚର ‘ଷ୍ଟାଚ୍ୟୁ ଅଫ୍‌ ଇକ୍ୱାଲିଟି’ ବା ସମାନତାର ମୂର୍ତ୍ତି ଉନ୍ମୋଚନ କରିବା ପରେ ବିବାଦ ଦେଖାଦେଇଛି। ପ୍ରଥମେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ଲାଗି ବିମାନବନ୍ଦର ଯାଇ ନ ଥିଲେ। ଦ୍ୱିତୀୟରେ ତାଙ୍କ ପୁତ୍ର ତଥା ମନ୍ତ୍ରୀ କେଟିଆର୍‌ ଷ୍ଟାଚ୍ୟୁ ଅଫ୍‌ ଇକ୍ୱାଲିଟି ଉନ୍ମୋଚନ କରିଥିବା ପ୍ରଧାନମନ୍ତ୍ରୀଙ୍କୁ ‘ଆଇକନ୍‌ ଅଫ୍‌ ପାର୍ସିଆଲିଟି’ ବା ପକ୍ଷପାତିତାର ପ୍ରତୀକ ଭାବେ ଅବିହିତ କରିଛନ୍ତି। କେଟିଆର୍‌ କହିଛନ୍ତି, ମୋଦି ଯାହା କହିଥାଆନ୍ତି ବାସ୍ତବ କ୍ଷେତ୍ରରେ ତାହା କରି ନ ଥାଆନ୍ତି। ଏକ ଉଦାହରଣ ଦେଇ କହିଛନ୍ତି, ଡିସେମ୍ବର ୨୦୨୧ରେ ଉତ୍ତରପ୍ରଦେଶର କାଶୀ ବିଶ୍ୱନାଥ ଧାମର ଏକ ଅଂଶକୁ ଲୋକାର୍ପଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ସେଠାକାର ନିର୍ମାଣ ଶ୍ରମିକଙ୍କ ସହ ମିଶି ଭୋଜନ କରିଥିବା ଦେଖାଯାଇଥିଲା। କେଟିଆର୍‌ ଉକ୍ତ ଫଟୋକୁ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରି ଉଲ୍ଲେଖ କରିଛନ୍ତି ଯେ, ଏହା କେବଳ ଏକ ନିର୍ବାଚନୀ ଭେଳିକି। ଏଥିସହିତ ଲକ୍‌ଡାଉନ୍‌ ସମୟରେ ଶହ ଶହ କିଲୋମିଟର ପାଦରେ ଚାଲିଚାଲି ଘରକୁ ଫେରୁଥିବା ଶ୍ରମିକମାନଙ୍କ ଫଟୋକୁ ମଧ୍ୟ ସୋସିଆଲ ମିଡିଆରେ ସେ ପାଖାପାଖି ପକାଇଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କୁ ଏକ ସଂକୀର୍ଣ୍ଣମନା ବୋଲି ବିବେଚନା କରିଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ତେଲଙ୍ଗାନା ମନ୍ତ୍ରୀଙ୍କ ଏଭଳି ବ୍ୟବହାରକୁ ଭାଜପା ପକ୍ଷରୁ ନିନ୍ଦା କରାଯାଇଛି।
‘ଷ୍ଟାଚ୍ୟୁ ଅଫ୍‌ ଇକ୍ୱାଲିଟି’ ସୁନା, ରୁପା, ତମ୍ବା, ପିତ୍ତଳ ଓ ଦସ୍ତା ମିଶ୍ରଣରେ ନିର୍ମିତ ହୋଇଛି। ବସିଥିବା ଅବସ୍ଥାରେ ଏହା ବିଶ୍ୱର ଅନ୍ୟତମ ସର୍ବୋଚ୍ଚ ଧାତବ ପ୍ରତିମୂର୍ତ୍ତି। ୫୪ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏହି ‘ସମାନତାର ମୂର୍ତ୍ତି’ ଉନ୍ମୋଚନ କରିବା ବେଳେ ରାମାନୁଜାଚାର୍ଯ୍ୟଙ୍କୁ ପ୍ରଧାନମନ୍ତ୍ରୀ ଅଗାଧ ଜ୍ଞାନ, ବୈରାଗ୍ୟ ଓ ଆଦର୍ଶର ପ୍ରତୀକ ବୋଲି କହିଛନ୍ତି। ଏହି ସନ୍ଥ ଜାତି, ଧର୍ମ, ଗୋଷ୍ଠୀ ନିର୍ବିଶେଷରେ ସମାନତା ଚିନ୍ତାଧାରାର ପ୍ରସାର ପାଇଁ କାର୍ଯ୍ୟ କରିଥିଲେ ବୋଲି ମୋଦି ଯାହା କହିଛନ୍ତି ତାହା ଶତପ୍ରତିଶତ ସତ ହୋଇପାରେ। ଭାରତ ଧର୍ମନିରପେକ୍ଷ ରାଷ୍ଟ୍ର ଓ ଏଠାରେ ସବୁ ଧର୍ମକୁ ସମାନ ସମ୍ମାନ ଦିଆଯିବା ଦରକାର। ଏହା କହିବା ବେଳେ ସ୍ବୀକାର କରିବାକୁ ହେବ ଯେ ଯେତିକି ସଂଖ୍ୟକ ସାଧୁସନ୍ଥଙ୍କ ବିଷୟରେ ଜାଣିଛନ୍ତି, ହୁଏତ ସେତିକି ଭଲଭାବେ ମୁସଲ୍‌ମାନ ଧର୍ମର ପୀର କିମ୍ବା ଧର୍ମଗୁରୁଙ୍କ ବିଷୟରେ ଅବଗତ ନ ଥିବେ। ସେହିଭଳି ମୁସଲ୍‌ମାନମାନେ ମଧ୍ୟ ହିନ୍ଦୁ ସାଧୁସନ୍ଥଙ୍କ ବିଷୟରେ ସେତିକି ପରିମାଣରେ ସଚେତନ ନ ଥାଇ ପାରନ୍ତି। ଏହିସବୁ ଧର୍ମରେ ଉଚ୍ଚକୋଟୀର ମଣିଷ ଜନ୍ମ ହୋଇଛନ୍ତି ଏବଂ ସମସ୍ତଙ୍କର ମହାନତାକୁ ସମ୍ମାନ ଜଣାଇବାରେ କାହାରି ଆପତ୍ତି ରହିବାର ପ୍ରୟୋଜନ ନାହିଁ। ତେବେ ଏକବିଂଶ ଶତାବ୍ଦୀର ମଣିଷ ଜୀବନରେ ଯେଉଁ ପ୍ରକାରର ଦ୍ୱନ୍ଦ୍ୱ, କନ୍ଦଳ ଏବଂ ଜୀବିକା ପାଇଁ ସଂଘର୍ଷ କରିବାକୁ ପଡୁଛି, ସେଭଳି ପ୍ରଚ୍ଛଦପଟରେ ସରକାରୀ ସ୍ତରରେ କରଦାତାଙ୍କ ଅର୍ଥ ଖର୍ଚ୍ଚ କରି ବିରାଟକାୟ ମୂର୍ତ୍ତି ନିର୍ମାଣ ଓ ସ୍ଥାପନ କରିବା ସ୍ବାଭାବିକ ମନେ ହେଉନାହିଁ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌’ ସ୍ଥାପନ ଦିନଠାରୁ ଭାରତରେ ମୂର୍ତ୍ତି ରାଜନୀତି ଏକ ପ୍ରଧାନ ସ୍ଥାନ ଗ୍ରହଣ କଲାଭଳି ମନେହେଉଛି।
ଭାରତର ଅର୍ଥନୀତିକୁ ଦେଖାଯାଉ। ଗତ ୫ ବର୍ଷ ମଧ୍ୟରେ ଏ ଦେଶ ଜନସଂଖ୍ୟାର ଏକପଞ୍ଚମାଂଶର ରୋଜଗାର ୫୩ ପ୍ରତିଶତ ହ୍ରାସ ପାଇଛି। ଏହି ସମୟ ମଧ୍ୟରେ ୧୦୦ ଭାରତୀୟଙ୍କ ସମ୍ପତ୍ତି ୫୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଇତିମଧ୍ୟରେ ୪ କୋଟି ୬୦ ଲକ୍ଷ ଭାରତୀୟ ଦାରିଦ୍ର୍ୟ ସୀମାରେଖାର ସର୍ବନିମ୍ନ ସ୍ତରକୁ ଖସିଯାଇଛନ୍ତି। ଅର୍ଥନୀତିଜ୍ଞଙ୍କ କହିବା ଅନୁଯାୟୀ ଏହା ସମ୍ଭବତଃ ସ୍ବାଧୀନ ଭାରତର ପ୍ରଥମ ଉଦାହରଣ, ଯେଉଁଥିରେ ଅର୍ଥନୈତିକ ଯୋଜନା ପାଇଁ କୌଣସି ପ୍ରକାରେ ୨୦୨୨-୨୩ ବଜେଟରେ ବୃତ୍ତିଗତ ଭାବେ ମଧ୍ୟମରୁ ଦୀର୍ଘମିଆଦୀ ନୀତି ସୃଷ୍ଟି କରାଯାଇ ନାହିଁ। ଫଳରେ ଆସନ୍ତା ଦିନଗୁଡ଼ିକରେ ଭାରତର ଗରିବ ଓ ମଧ୍ୟମ ବର୍ଗ ସକାଶେ ରୋଜଗାର ବୃଦ୍ଧି କରିବା ଆହୁରି ଅଧିକ କଷ୍ଟକର ହୋଇପଡ଼ିବ। ଏହିସବୁ ଚିନ୍ତାର ବିଷୟକୁ ଲୋକଲୋଚନରୁ ଏଡ଼ାଇଦେବା ସକାଶେ ବିଭିନ୍ନ ଆଳ ଖୋଜାଯାଉଛି।
ଭାରତରେ ଏ ଯେଉଁ ସ୍ଥିତି ଦେଖାଦେଇଛି ତାହାଦ୍ୱାରା ଧନୀ ଅଧିକ ଧନୀ ହେଉଛି ଏବଂ ଗରିବଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାଦ୍ୱାରା ଅସମାନତା ସ୍ପଷ୍ଟ ଦୃଶ୍ୟମାନ ହେଉଛି। ଏଭଳି ଏକ ସମୟରେ ମୂର୍ତ୍ତି ଗଢ଼ି ସମାନତାର ପ୍ରତୀକ କେବଳ ଛିଡ଼ା କରାଇଲେ ସେହି ସମାନତା କଦାପି ଅଣାଯାଇ ପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri