Posted inଖେଳ

ରୋହିତ ଶର୍ମାଙ୍କୁ କିଣିବାକୁ ନିଜ ଜୀବନକୁ ବାଜି ଲଗାଇଦେବେ କହିଲେ ପ୍ରୀତି ଜିଣ୍ଟା

ନୂଆଦିଲ୍ଲୀ,୧୪।୪: ଆଇପିଏଲ ୨୦୨୪ରେ ପଞ୍ଜାବ କିଙ୍ଗ୍ସର ପ୍ରଦର୍ଶନ ଏପର୍ଯ୍ୟନ୍ତ ବିଶେଷ କିଛି ଆଖି ଦୃଶିଆ ହୋଇନାହିଁ । ପଞ୍ଜାବ କିଙ୍ଗସ ଏପର୍ଯ୍ୟନ୍ତ ୬ଟି ମ୍ୟାଚ ମଧ୍ୟରୁ ଦୁଇଟି ଜିତିଥିବାବେଳେ ଚାରିଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି। ଆଇପିଏଲ ୨୦୨୪ ର ପଏଣ୍ଟ ଟେବୁଲରେ ପଞ୍ଜାବ କିଙ୍ଗସ ଅଷ୍ଟମ ସ୍ଥାନରେ ଅଛନ୍ତି । ରାଜସ୍ଥାନ ରୟାଲ୍ସ ବିପକ୍ଷ ଶେଷ ମ୍ୟାଚରେ ପଞ୍ଜାବ କିଙ୍ଗସ ୩ ୱିକେଟରେ ହାରିଛି।

ଏହି ମ୍ୟାଚରେ ପଞ୍ଜାବ କିଙ୍ଗସ (ପିବିକେଏସ) ଅଧିନାୟକ ଶିଖର ଧାୱନ ଆହତ କାରଣରୁ ମ୍ୟାଚ ପାଇଁ ଉପଲବ୍ଧ ନଥିଲେ। ତାଙ୍କ ସ୍ଥାନରେ ସାମ କରନଙ୍କୁ ଦଳର କ୍ୟାପଟେନଶିପ ଦିଆଯାଇଥିଲା, କିନ୍ତୁ ସାମ କୁରାନଙ୍କ ଅଧିନାୟକତ୍ୱରେ ପଞ୍ଜାବ କିଙ୍ଗସ ହାରି ଯାଇଥିଲା। ଏହି ମ୍ୟାଚ ପରେ ପଞ୍ଜାବ କିଙ୍ଗ୍ସର ସହ-ମାଲିକ ବା କୋ-ଓନର ପ୍ରୀତି ଜିଣ୍ଟା ଷ୍ଟାର ସ୍ପୋର୍ଟସ ସହିତ କଥାବାର୍ତ୍ତା କରୁଥିବା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ ତାଙ୍କ ଦଳର ଜଣେ ଅଧିନାୟକ ଆବଶ୍ୟକ, ଯିଏ ଖେଳାଳିଙ୍କ ପାଇଁ ସ୍ଥିରତା ଏବଂ ଚାମ୍ପିଅନ ମାନସିକତା ଆଣି ପାରିବେ।
ସୂଚନାଯୋଗ୍ୟ, ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା କହିଛନ୍ତି ଯେ ପାଞ୍ଚ ଥର ଆଇପିଏଲ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ ଅଧିନାୟକ ରୋହିତ ଶର୍ମାଙ୍କର ସମସ୍ତ ଦକ୍ଷତା ଅଛି ଯାହା ତାଙ୍କ ଦଳ ଖୋଜୁଛି। ଷ୍ଟାର୍‌ ସ୍ପୋର୍ଟସ ସହିତ କଥାବାର୍ତ୍ତା ବେଳେ ପ୍ରୀତି କହିଛନ୍ତି ଯେ ଆଇପିଏଲ ୨୦୨୫ରେ ରୋହିତଙ୍କୁ କିଣିବା ପାଇଁ ମୁଁ ମୋ ଜୀବନକୁ ବାଜି ଲଗାଇ ଦେଇପାରେ। ଯଦି ରୋହିତ ମେଗା ନିଲାମରେ ଉପଲବ୍ଧ ତେବେ ପ୍ରୀତି ଜିଣ୍ଟା ନିଶ୍ଚିତ ଭାବରେ ତାଙ୍କୁ କିଣିବାକୁ ଚାହିଁବେ।
ରିକି ପଣ୍ଟିଂ ପରେ ରୋହିତ ଶର୍ମାଙ୍କୁ ୨୦୧୩ ଆଇପିଏଲ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ ଦିଆଯାଇଥିଲା। ଏହା ପରେ ରୋହିତ ଶର୍ମା ମୁମ୍ବାଇକୁ ଆସିବା ମାତ୍ରେ ଚାମ୍ପିୟନ କରିଥିଲେ ଏବଂ ଏଠାରୁ ରୋହିତ ଏବଂ ମୁମ୍ବାଇ ଦଳ ପଛକୁ ଚାହିଁ ନଥିଲେ। ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଦଳ ୫ ଥର (୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦) ଆଇପିଏଲ ଟାଇଟଲ ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?