ଉଦାହରଣ ସାଜିଛନ୍ତି ଗର୍ଭବତୀ ଆଶାକର୍ମୀ

ବ୍ରହ୍ମପୁର ଅଫିସ,୨୬ା୫: କରୋନା ଯୁଦ୍ଧରେ ବହୁ ଆଗଧାଡ଼ିର ଯୋଦ୍ଧା ଲଢ଼େଇ କରୁଛନ୍ତି। ତନ୍ମଧ୍ୟରେ ଆଶାକର୍ମୀ ହେଉଛନ୍ତି ଅନ୍ୟତମ। ସେମାନେ କରୋନା ସମୟରେ ଜୀବନକୁ ବାଜି ଲଗାଇ ତାଙ୍କର ଦାୟିତ୍ୱ ନିର୍ବାହ କରୁଛନ୍ତି। ଏପରିକି ଗଞ୍ଜାମ ଜିଲାରେ କେତେକ ଆଶାକର୍ମୀ ଗର୍ଭବତୀ ଥିବା ସତ୍ତ୍ୱେ ନିଜ ଦାୟିତ୍ୱରୁ ପଛଘୁଞ୍ଚା ଦେଇ ନାହାନ୍ତି। ସେହି ଆଶାକର୍ମୀଙ୍କୁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଇଛି। ବ୍ରହ୍ମପୁର ଲୋଚାପଡ଼ା ବାପୁଜୀନଗର ଅଞ୍ଚଳର ଆଶାକର୍ମୀ ରାଜେଶ୍ୱରୀ ବେହେରା ଓ କୋଦଳା ଅଙ୍ଗାରଗଁା ଅଞ୍ଚଳର ଆଶାକର୍ମୀ ସୁଚିତ୍ରା ଜେନା, ଛଣମେରୀ ଗ୍ରାମର ଆଶାକର୍ମୀ କବିତା ରାଉତ, ଆଡ଼ପଡ଼ାର ଆଶାକର୍ମୀ ରଶ୍ମିତା ପ୍ରଧାନ ୭ ମାସ ଓ ୫ ମାସର ଗର୍ଭବତୀ। ତଥାପି ମହାମାରୀ କରୋନା ଏବଂ ବାତ୍ୟା ‘ୟାସ୍‌’ ସମୟରେ ଘରକୁ ଘର ବୁଲି ଅନବରତ ସ୍ବାସ୍ଥ୍ୟ ସେବା ପହଞ୍ଚାଉଛନ୍ତି। ଅନ୍ୟ ରାଜ୍ୟରୁ ଆସିଥିବା ବ୍ୟକ୍ତିଙ୍କ ଘରଘର ବୁଲି ସଙ୍ଗରୋଧ ବିଷୟରେ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦେବା, ପରିବାରର ସଦସ୍ୟଙ୍କ ଥର୍ମାଲ ସ୍କ୍ରିନିଂ, ଅମ୍ଳଜାନସ୍ତର ଯାଞ୍ଚ କରୁଛନ୍ତି। ଶିଶୁ ଓ ଗର୍ଭବତୀମାନଙ୍କୁ ଟିକା ପ୍ରଦାନ କାର୍ଯ୍ୟକ୍ରମରେ ସାମିଲ କରିବା, ପ୍ରସବ ଯନ୍ତ୍ରଣା ଆସିଲେ ଗର୍ଭବତୀଙ୍କୁ ମେଡିକାଲକୁ ନେବା, ଗୃହ ପରିଦର୍ଶନ କରିବା, ରୋଗୀଙ୍କ ପାଖରେ ଔଷଧ ପହଞ୍ଚତ୍ବା ଭଳି କାର୍ଯ୍ୟ କରୁଛନ୍ତି। ଏଥିପାଇଁ ଜିଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ, ବ୍ଲକ ପ୍ରଶାସନ, ବ୍ଲକ ସ୍ବାସ୍ଥ୍ୟ ବିଭାଗ, ଜିଲା ତାଲିମଦାତା ପ୍ରମୁଖ କରୋନା ଯୁଦ୍ଧରେ ଗର୍ଭବତୀ ଆଶାକର୍ମୀଙ୍କ ଅବଦାନକୁ ପ୍ରଶଂସା କରିବା ସହିତ ସମସ୍ତଙ୍କୁ ଉତ୍ସାହିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଲାଇସେନ୍ସରେ ବିଭିନ୍ନ ବ୍ରାଣ୍ଡ୍‌ର ମଦ ବିକ୍ରି, ୩ ବ୍ୟବସାୟୀଙ୍କୁ ଗିରଫ କରି…

ଦିଗପହଣ୍ଡି,୨୪ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମ ବଜାରରେ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲ, ଚିକିଟି ଫାଣ୍ଡି ଅଧିକାରୀ ଏସ୍‌ଆଇ…

ପରଘର ବାରଣ୍ଡାରେ ଚାଲିଛି ପାଠପଢ଼ା: ଅନ୍ଧକାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜୁନାଗଡ଼,୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ର ଅନେକ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଦୟନୀୟ ଅବସ୍ଥାରେ ରହିଛି। ଫଳରେ ସେଠାକାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ…

ପାରାଦୀପ ଜାହାଜ ବୁଡ଼ି ଘଟଣା: ଏବେ ବି ୨୨ ନାବିକଙ୍କର ମିଳିନି ପତ୍ତା, ଚାଲିଛି ଖୋଜା

ପାରାଦୀପ/ଭୁବନେଶ୍ୱର,୨୪।୮(ଶରତ ରାଉତ/ପି.ଟି.): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଅଭିମୁଖେ ଯାଉଥିବା ପାନାମା-ପତାକାବାହୀ ଜାହାଜ ‘ଏମ୍‌ଭି ଓସେନ ୱିନର୍‌’ ବଙ୍ଗୋପସାଗରରେ ବୁଡ଼ିଯାଇଛି। ପାରାଦୀପ ଉପକୂଳରୁ ପ୍ରାୟ…

ଅସ୍ଥିର ହେଲାଣି ବଙ୍ଗୋପସାଗର, ଅନେକ ରାଜ୍ୟରେ ହେବ ପ୍ରବଳ ବର୍ଷା IMD ଜାରି କଲା ସତର୍କତା

ନୂଆଦିଲ୍ଲୀ,୨୪।୮: ବିଶ୍ୱବ୍ୟାପୀ ପାଣିପାଗ ବିଜ୍ଞାନୀମାନେ ବର୍ତ୍ତମାନ ଏଲ ନିନୋର ସକ୍ରିୟତା ବିଷୟରେ ଆଲୋଚନା କରୁଛନ୍ତି; କିନ୍ତୁ ଏପର୍ଯ୍ୟନ୍ତ ଭାରତରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପରିଲକ୍ଷିତ ହୋଇନାହିଁ। ମୌସୁମୀ…

ଭଡ଼ାଘରେ ଝୁଲିପଡ଼ିଲେ ବିଟେକ୍‌ ଛାତ୍ର

ଗୁଣପୁର,୨୪।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବରୁଣ ନଗର ଲେନ – ୧ ରେ ଭଡା ଘରେ ଥିବା ଜଣେ ବିଟେକ ଛାତ୍ରଙ୍କ ଝୁଲନ୍ତା ମୃତଦେହ…

ଶେଷ ଶ୍ରାବଣ ସୋମବାରରେ ଦୁର୍ଘଟଣା, ମନ୍ଦିରରେ ଦଳାଚକଟାରେ ଅନେକ ଶ୍ରଦ୍ଧାଳୁ ଆହତ

ପାଟନା,୨୪।୮: ପବିତ୍ର ଶ୍ରାବଣ ମାସର ଶେଷ ସୋମବାରରେ ବିହାରର ମାଧେପୁରା ଜିଲାର ସିଂହେଶ୍ୱର ମନ୍ଦିରରେ ଦଳାଚକଟା ଘଟି ଅନେକ ଭକ୍ତ ଆହତ ହୋଇଛନ୍ତି। ଏହା ପରେ ସୃଷ୍ଟି…

ଭୂସ୍ଖଳନ ଯୋଗୁ ବାରବାଙ୍କ ଘାଟିରେ ଖସୁଛି ପଥର, ପୋଲିସ ଦେଲା ସତର୍କ ସୂଚନା

କେନ୍ଦୁଝର,୨୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଜାତୀୟ ରାଜପଥ କଡ଼ରେ ଥିବା ପାହାଡରୁ ମାଟି ଓ ପଥର ଅତଡ଼ା ଖସି ରାସ୍ତା…

ବଡ଼ଡୁମ୍ବୁଳା ଗାଁରେ ସିରିଜ ଚୋରି, ମନ୍ଦିର ହୁଣ୍ଡିକୁ ବି ଛାଡ଼ିଲେନି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମରେ ସିରିଜ ଚୋରି ହୋଇଛି। ରବିବାର ବିଳମ୍ବିତ ରାତିରେ ଗ୍ରାମର ନାଗେଶର ସୁବୁଦ୍ଧିଙ୍କ ଲୁଗାଦୋକାନ,ଦେବରାଜ ସାହୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri