ଯୁଦ୍ଧର ପୂର୍ବାଭାସ

ଆଣ୍ଡର୍ସ ଅସ୍‌ଲୁନ୍ଦ

ରୁଷିଆର ରାଷ୍ଟ୍ର୍‌ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ ପ୍ରତି ଆସକ୍ତ ହୋଇପଡ଼ିଛନ୍ତି କିମ୍ବା ୟୁକ୍ରେନ୍‌ର ଅସ୍ତିିତ୍ୱ ନାହିଁ ବୋଲି ମନେ କରୁଛନ୍ତିି। ୩୦ ଜୁନ୍‌ରେ ତାଙ୍କ ବାର୍ଷିକ ଭାଷଣରେ ସେ ଦାବି କରିଥିଲେ ଯେ, ୟୁକ୍ରେନ୍‌ ଓ ରୁଷିଆବାସୀ ଏକ ଓ ଅଭିନ୍ନ। ସେ ମଧ୍ୟ ଏ ସମ୍ପର୍କରେ ଏକ ଆର୍ଟିକିଲ ପ୍ରକାଶ କରିଥିଲେ। ଦୁଇ ଦେଶର ସମ୍ମିଳିତ ଇତିହାସ ଉପରେ ଗୁରୁତ୍ୱ ପ୍ରଦାନ କରି ଏଭଳି ଧାରଣାକୁ ସିଦ୍ଧ କରିବାକୁ ସେ ଚାହଁିଥିଲେ। ଏହା ଦୁଷ୍ପ୍ରଚାର ଭଳି ମନେହେଉଛି ଏବଂ ଯୁଦ୍ଧ ଘୋଷଣା କରିବାକୁ ଆଉ ଗୋଟିଏ ପାହାଚ ବାକି ରହିଛି ବୋଲି କୁହାଯାଉଛି। ପୁଟିନ୍‌ ପୁରାତନ ରୁଷିଆର, ଯେଉଁଥିରେ ରୁଷିଆ, ୟୁକ୍ରେନ୍‌ ଏବଂ ବେଲାରୁଷବାସୀ ଗୋଟିଏ ଭାଷାରେ ବାନ୍ଧି ହୋଇ ରହିଥିଲେ, ସେ ସମୟର ଇତିହାସରୁ ତାଙ୍କ ଲେଖା ଆରମ୍ଭ କରିଛନ୍ତି। ଏହି କହାଣୀ ହେଉଛି,ବାପ୍ଟିଜମ୍‌ରୁ ରୂଢିବାଦୀ ଧର୍ମକୁ ପ୍ରବେଶ କରି ପଞ୍ଚଦଶ ଶତାବ୍ଦୀ ଯାଏ ଏହି ଦେଶଗୁଡ଼ିକ ଗୋଟିଏ ବିଶ୍ୱାସରେ ବାନ୍ଧି ହୋଇ ରହିଥିତ୍ବା ସମୟର । ପୁଟିନ୍‌ ଉଲ୍ଲେଖ କରିଛନ୍ତି ,ଏପରି କି ବିଭାଜନ ମଧ୍ୟରେ ବି ରୁଷିଆକୁ ମାତୃଭୂମି ବୋଲି ସେମାନେ ଅନୁଭବ କରୁଥିଲେ। ଇତିହାସ କହେ, ୧୬୦୫-୧୮ ଯାଏ ପୋଲାଣ୍ଡ ଓ ରୁଷିଆ ଯୁଦ୍ଧ ଥିଲା ଲୋକମାନଙ୍କ ସ୍ବାଧୀନତା ଲାଗି । ୟୁକ୍ରେନ୍‌ବାସୀ ଅନ୍ୟ ରୂଢିବାଦୀ ରୁଷୀୟଙ୍କ ସହ ପୁଣି ଏକାଠି ହୋଇ କ୍ଷୁଦ୍ର ରୁଷିଆ ଗଠନ କେଲେ ଏବଂ ୟୁକ୍ରେନ୍‌ କହିଲେ ସୀମାନ୍ତ ପ୍ରଦେଶ ଭାବେ ବୁଝାଗଲା। ପୁଟିନ୍‌୍‌ଙ୍କ ଲେଖାରେ ୧୭୬୪ରେ ନୋଭୋରୋସିୟାର ଜନ୍ମ ଏବଂ ରୁଷିଆ ସାମ୍ରାଜ୍ୟର ସମ୍ପ୍ରସାରଣରେ ଲୋକଙ୍କ ଇଚ୍ଛାଶକ୍ତିକୁ ପ୍ରତିପାଦିତ କରିଛି। ଏକ ସାଧାରଣ ଦେଶ ଗଠନ କରିବା ଲାଗି ପଶ୍ଚିମ ରୁଷିଆ କ୍ଷେତ୍ରଗୁଡ଼ିକର ଏକୀକରଣ କେବଳ ରାଜନୈତିକ କିମ୍ବା କୂଟନୈତିକ ନିଷ୍ପତ୍ତି ନ ଥିଲା; ବରଂ, ଏହା ଲୋକଙ୍କ ବିଶ୍ୱାସ ଏବଂ ସଂସ୍କୃତିଗତ ପରମ୍ପରା ତଥା ଭାଷାଗତ ଆକର୍ଷଣ ତଥା ସମାନତା ଆଧାରରେ ଘଟିଥିଲା।
ତେବେ ଜେନେରାଲ ଆଲେକ୍‌ଜାଣ୍ଡର ସୁଭୋରୋଭ୍‌ ପ୍ରଚଣ୍ଡ ପ୍ରତିରୋଧ ଅତିକ୍ରମ କରି ରୁଷିଆର ସମ୍ପ୍ରସାରିତ ସୀମାକୁ ସୁରକ୍ଷା କରିବାକୁ ଯେଉଁ ପ୍ରୟାସ କରିଥିଲେ ତାହା ପୁଟିନ୍‌ଙ୍କ ମତ ସହ ଏକମତ ହେବ ନାହିଁ। କିନ୍ତୁ ପୁଟିନ୍‌ କହନ୍ତି, ସମ୍ମିଳତ ଭାଷା ବିଭାଜନ କେବଳ ଆଞ୍ଚଳିକ ଏବଂ ସ୍ଥାନୀୟ ଭାଷା ଯୋଗୁ ହୋଇଛି। ୟୁକ୍ରେନ୍‌ ତା’ନିଜ ସଂସ୍କୃତି ବିକାଶ କରିଥାଇପାରେ ବୋଲି ଯେଉଁ ସମ୍ଭାବନା ସୃଷ୍ଟି ହୋଇଛି ଏସବୁ ତଥ୍ୟ ତାହାକୁ ପ୍ରଭାବହୀନ କରିଦେଉଛି। ଉଦାହରଣ ସ୍ବରୂପ, ୟୁକ୍ରେନର ଜାତୀୟ କବି ତରାସ ଶେଭଚେଙ୍କୋ ୟୁକ୍ରେନ ଭାଷାରେ କବିତା ଲେଖିଥିବାବେଳେ ରୁଷୀୟ ଭାଷାରେ ବିଭିନ୍ନ ଗଦ୍ୟ ରଚନା କରିଛନ୍ତି। ସେହିଭଳି ସେତେବେଳେ ରୁଷୀୟ ସାମ୍ରାଜ୍ୟରେ ୟୁକ୍ରେନର ପୋଲଟଭାରେ ଜନ୍ମିତ ନିକୋଲାଇ ଗୁଗଲ ରୁଷିଆର ଜଣେ ଦେଶଭକ୍ତ ଥିଲେ ଓ ସେ ରୁଷୀୟ ଭାଷାରେ ଲେଖିଛନ୍ତି। ତେବେ କିଭଳି ଏହି ସଂସ୍କୃତି ରୁଷିଆ ଓ ୟୁକ୍ରେନ ମଧ୍ୟରେ ବିଭାଜିତ ହୋଇପାରିବ। ପରେ, ଯୁଦ୍ଧ ମଧ୍ୟବର୍ତ୍ତୀ ସମୟରେ ପୋଲାଣ୍ଡର ସଂସ୍କୃତି ଓ ଭାଷାତତ୍ତ୍ୱକୁ ଅଧିଗ୍ରହଣ କରାଯାଇଥିବା କାର୍ଯ୍ୟକୁ ପୁଟିନ୍‌ ନିନ୍ଦା କରିଛନ୍ତି।
ୟୁକ୍ରେନର ପୁନଃ ମିଶ୍ରଣରେ ସୋଭିଏଟ୍‌ ସଂଘକୁ ମୁକ୍ତିଦାତା ଭାବେ ଉପସ୍ଥାପନ କରିଛନ୍ତି। ୧୯୩୯ରେ ପୋଲାଣ୍ଡ ଯେଉଁ କ୍ଷେତ୍ର ଦଖଲ କରିଥିଲା ତାହାକୁ ୟୁଏସ୍‌ଏସ୍‌ଆରକୁ ଫେରାଇ ଦେଇଥିତ୍ଲା। ସେମାନଙ୍କର ମୁଖ୍ୟ ଭାଗକୁ ସୋଭିଏଟ୍‌ ୟୁକ୍ରେନକୁ ଦିଆଯାଇଥିଲା। ସୋଭିଏଟ୍‌ ସଂଘ ଓ ନାଜି ଜର୍ମାନୀ ମଧ୍ୟରେ କରାଯାଇଥିତ୍ବା ମୋଲୋଟୋଭ-ରିବେନଟ୍ରୋପ୍‌ ଚୁକ୍ତିର ଏହା ଏକ ଅଦ୍ଭୁତ ବର୍ଣ୍ଣନା। ତଥାପି ପୁଟିନ୍‌ ଲଜ୍ଜାଜନକ ଭାବେ ନିଷ୍କର୍ଷରେ ପହଞ୍ଚିଛନ୍ତି ଯେ, ସୋଭିଏଟ୍‌ ଯୁଗରେ ସମ୍ପୂର୍ଣ୍ଣ ଆଧୁନିକ ୟୁକ୍ରେନ ସୃଷ୍ଟି ହୋଇଥିଲା। ଭାଷା, ସଂସ୍କୃତି ତଥା ଅନ୍ୟ ଦିଗରେ ବଲଶେଭିକ (ରୁଷିଆନ ସୋସିଆଲ ଡେମୋକ୍ରାଟିକ ଓ୍ବାର୍କର ପାର୍ଟି ଶାଖାର ସଦସ୍ୟ) ମାନଙ୍କର ୟୁକ୍ରେନୀୟ ନୀତିଗୁଡ଼ିକର ବ୍ୟାପକ ଉପଯୋଗ ସତ୍ତ୍ୱେ ମଧ୍ୟ ସେମାନଙ୍କ ସହ ପୁଟିନ୍‌ଙ୍କର ମତପାର୍ଥକ୍ୟ ରହିଛି। ସେ କହନ୍ତି,୧୯୩୨-୩୩ରେ ଭୟଙ୍କର ଦୁର୍ଭିକ୍ଷ ଲକ୍ଷ ଲକ୍ଷ ୟୁକ୍ରେନବାସୀଙ୍କ ମୃତ୍ୟୁର କାରଣ ହୋଇଥିଲା। ଏହାବାଦ ପୁଟିନ୍‌ ରୁଷିଆକୁ ବଲଶେଭିକମାନେ କେଉଁଭଳି ପରିଚାଳନା କରିଥିତ୍ଲେ ସେହି ଘଟଣାର ସାମାଜିକ ଅନୁଧ୍ୟାନ ପାଇଁ ଗ୍ରହଣ କରିଛନ୍ତି। ବିଦ୍ରୋହ ଏବଂ ଦେଶ ବା ରାଜ୍ୟର ପରିଚୟ ଲୋପ କରିବାର ସ୍ବପ୍ନ ସେମାନଙ୍କୁ ସ୍ବେଚ୍ଛାଚାରୀ କରିଦେଇଥିଲା। ରୁଷିଆରୁ ଦେଶଗୁଡ଼ିକୁ ଅନ୍ୟାୟ ଭାବେ ଅଲଗା କରି ନିଆଯାଇଥିତ୍ଲା। ଐତିହାସିକ କ୍ଷେତ୍ରଗୁଡ଼ିକୁ ଭାଗ ଭାଗ କରିବାକୁ ବଲଶେଭିକଙ୍କ ପଦକ୍ଷେପ ଗ୍ରହଣୀୟ ନୁହେଁ , ଯେମିତି କ୍ରିମିୟାକୁ କରାଯାଇଛି। ଏହା ବଲଶେଭିକଙ୍କ ଏକ ଅନ୍ୟାୟ କାର୍ଯ୍ୟ ଓ ଏହା କାହିଁକି ରୁଷିଆକୁ ଦୁର୍ବଳ କରିଛି ଏବଂ ଆମର ସ୍ବାର୍ଥ ଜଡିତ ବ୍ୟକ୍ତିମାନେ ଏହା ଦ୍ୱାରା କିପରି ସନ୍ତୁଷ୍ଟ ହୋଇଛନ୍ତି ତାହା ପୁତିନ ଭଲ ଭାବେ ଜାଣନ୍ତି ଓ ପ୍ରକାଶ କରିଛନ୍ତି।
ପୁଟିନ୍‌ ଏହି ଦୁଷ୍ଟ ବ୍ୟକ୍ତିଙ୍କ ପାଖକୁ ଫେରିଛନ୍ତି ସତ, କିନ୍ତୁ ଅର୍ଥନୀତି ବିଷୟରେ ଗୋଟିଏ କି ଦୁଇଟି କଥା ରଖିଛନ୍ତି। ଦଶନ୍ଧି ଦଶନ୍ଧି ବା ଶତାବ୍ଦୀ ଶତାବ୍ଦୀ ଧରି ୟୁକ୍ରେନ୍‌ ଏବଂ ରୁଷିଆ ଏକକ ଅର୍ଥବ୍ୟବସ୍ଥା ଭାବେ ବିକାଶ କରି ଆସୁଛନ୍ତି। ୩୦ ବର୍ଷ ତଳେ ସେମାନେ ଗ୍ରହଣ କରିଥିବା ଗଭୀର ସହଯୋଗକୁ ଏବେ ୟୁରୋପୀୟ ସଂଘ ଦେଖି ଇର୍ଷା କରିବ। କିନ୍ତୁ ୧୯୯୧ରୁ ୨୦୦୩ ଯାଏ ଅର୍ଥବ୍ୟବସ୍ଥା ନିର୍ଦ୍ଦିଷ୍ଟ ଭାବେ ବିଶ୍ୱସନୀୟ ନୁହେଁ ବୋଲି ସେ ଦାବି କରନ୍ତି । ଏହି ସମୟରେ ରୁଷିଆ ଗ୍ୟାସ୍‌ ସବ୍‌ସିଡ଼ି ଯୋଗୁ ୟୁକ୍ରେନ ତା’ବଜେଟ ପାଇଁ ୮୨ ବିଲିୟନ ଡଲାରରୁ ଅଧିକ ସଞ୍ଚୟ କରିପାରିଥିଲା। ପୁଟିନ୍‌ ଉଲ୍ଲେଖ କରିଛନ୍ତି ଯେ, ଏଭଳି ନିବିଡ଼ ସମ୍ପର୍କ ଉଭୟ ଦେଶର ଶକ୍ତି ବୃଦ୍ଧି କରିପାରେ। ତଥାପି ସତ ହେଉଛି, ସେହି ସବୁ ଦଶନ୍ଧିଗୁଡ଼ିକରେ ବ୍ୟବସାୟିକ କାରବାର ଉଭୟ ଅର୍ଥବ୍ୟବସ୍ଥାକୁ ଅବିକଶିତ କରି ରଖିଦେଲା। ଏଥିରେ କିଛି କଥା ନାହିଁ, କିନ୍ତୁ ୨୦୧୪ରେ ୟୁକ୍ରେନ୍‌ ରୁଷିଆଠାରୁ ଅଲଗା ହେବା ପରେ ଏହା ୟୁକ୍ରେନ୍‌ର ଶିଳ୍ପ ଏବଂ ଆର୍ଥିକ ଅଧଃପତନର କାରଣ ହୋଇଛି ବୋଲି ପୁଟିନ୍‌ ଦର୍ଶାଇଛନ୍ତି।
ପୁଟିନ୍‌ ଘୋଷଣା କରିଛନ୍ତି ଯେ,ରୁଷିଆ ୟୁକ୍ରେନ୍‌କୁ ସବୁବେଳେ ଅତି ଆଦରର ସହ ଦେଖିଆସିଛି। ଏକ ଦେଶର ସଙ୍କଟ ସମୟରେ ତା’ଉପରେ କଠୋର ବାଣିଜ୍ୟ କଟକଣା ଲାଗୁ କରିବାକୁ ମୁଁ କିଭଳି ବର୍ଣ୍ଣନା କରିବି ତାହା ଜାଣିପାରୁନାହିଁ। ୨୦୧୪ରେ ପୁଟିନ୍‌ଙ୍କର ଜଣେ ବିଶ୍ୱସ୍ତ ତଥା ୟୁକ୍ରେନର ରାଷ୍ଟ୍ରପତି ଭିକ୍ଟର ୟାନୁକୋଭିଚଙ୍କୁ ପଦରୁ ବେଦଖଲ କରାଗଲାବେଳେ ରୁଷିଆ ତା’ଉପରେ ଏଭଳି କଟକଣା ଲଗାଇଥିଲା। ସେହି ବର୍ଷ ରୁଷୀୟ ସେନା ଏକ ଯାତ୍ରୀବାହୀ ବିମାନକୁ ଗୁଳି କରି ଖସାଇ ଦେବାରୁ ୨୯୮ ଜଣ ଲୋକଙ୍କ ମୃତ୍ୟୁ ଘଟିଥିତ୍ଲା। ଏହା କ’ଣ ଏକ ଉଚିତ୍‌ ପଦକ୍ଷେପ। କେବେ ନୁହେଁ। ତଥାପି ପୁଟିନ୍‌ଙ୍କ ଲେଖା ଅନୁଯାୟୀ, ୟୁକ୍ରେନ୍‌ର ପ୍ରମୁଖ ବ୍ୟକ୍ତିବିଶେଷ ପିଢ଼ି ପିଢ଼ି ଧରି ସଫଳତା ହାସଲ କରିବାରେ ବ୍ୟର୍ଥ ହୋଇଛନ୍ତି । ସେମାନେ ଅତୀତକୁ ଅସ୍ବୀକାର କରି ସେମାନଙ୍କ ସ୍ବାଧୀନତାକୁ ନ୍ୟାୟୋଚିତ ମନେକରୁଛନ୍ତି। ଏମାନେ ସବୁବେଳେ ୟୁରୋପୀୟ ସଂଘ ଓ ଆମେରିକା ବ୍ୟତୀତ ଆଉ କାହା ସହିତ ରହିବାକୁ ଚାହଁୁନାହାନ୍ତି। ଏମାନେ ଆଧୁନିିକ ୟୁକ୍ରେନ ଇତିହାସର ଖଳନାୟକ। ଏମାନେ ବ୍ୟାପକ ଭାବେ ରୁଷିଆ ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ପୁଟିନ୍‌ ବାର୍ଷିକ ଉତ୍ସବରେ ବାରମ୍ବାର ଦୋହାରାଇଥିଲେ ଯେ,ସବୁଠୁ ଚିନ୍ତାଜନକ ହେଉଛି,ୟୁକ୍ରେନ୍‌ର କାର୍ଯ୍ୟକଳାପ କିଭ୍‌ରେ ସ୍ଥିର କରାଯାଉନାହିଁ, ବରଂ ଏହାର ନିଷ୍ପତ୍ତି କରାଯାଉଛି ଓ୍ବାଶିଂଟନରେ ତ ଆଉ କିଛି ବର୍ଲିନ ଓ ପ୍ୟାରିସରେ। ପୁଟିନ୍‌ଙ୍କ ଦୃଷ୍ଟିରେ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲଡିମିର ଜେଲେନ୍‌ସ୍କି ତାଙ୍କ ଦେଶ ସମ୍ପୂର୍ଣ୍ଣ ବାହାର ଦେଶ ଦ୍ୱାରା ପରିଚାଳିତ ହେବା ବ୍ୟବସ୍ଥାକୁ ଗ୍ରହଣ କରୁଥିବା ଯୋଗୁ ତାଙ୍କ ସହ ସାକ୍ଷାତ ହେବାର ସବୁ ଉଦ୍ୟମ ବ୍ୟର୍ଥ ହେଉଛି।
ଏହାବାଦ୍‌ ପୁଟିନ୍‌ ତାଙ୍କ ଆର୍ଟିକିଲରେ ଉଲ୍ଲେଖ କରିଛନ୍ତି ଯେ,ୟୁକ୍ରେନ୍‌ ସହ ଆଲୋଚନା ପାଇଁ ରୁଷିଆର ଦ୍ୱାର ସବୁବେଳେ ଖୋଲା । କିନ୍ତୁ ୟୁକ୍ରେନ୍‌ ବିଦେଶ ରାଷ୍ଟ୍ରଗୁଡ଼ିକର ସ୍ବାର୍ଥ ଲାଗି କରୁଥିବା ଉଦ୍ୟମ ଛାଡି ନିଜ ଦେଶର ସ୍ବାର୍ଥ ଦୃଷ୍ଟିରୁ ଆଲୋଚନାକୁ ଆସିବା ଆବଶ୍ୟକ। ଅବଶ୍ୟ,ରୁଷିଆ ସହ ମିଶିବା ୟୁକ୍ରେନ୍‌ର ଏକ ମାତ୍ର ଜାତୀୟ ସ୍ବାର୍ଥ ହେବା ଉଚିତ ବୋଲି ପୁଟିନ୍‌ଙ୍କ ମତ । ୟୁକ୍ରେନ୍‌ର ସ୍ବାଧୀନତାର ଅଧିକାରକୁ ଅସ୍ବୀକାର ବା ଖଣ୍ଡନ କରି ପୁଟିନ୍‌ ଯୁଦ୍ଧ ପାଇଁ କ୍ଷେତ୍ର ପସ୍ତୁତ କରୁଥିତ୍ବା ପୂର୍ବଭାସ ମିଳୁଛି। ପାଶ୍ଚତ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ଏହାକୁ କିିଭଳି ପ୍ରତିରୋଧ କରିବେ ସେ ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନେବା ଉଚିତ।
ସିନିୟର ଫେଲୋ, ଷ୍ଟକ୍‌ହୋମ୍‌ ଫ୍ରି ଓ୍ବାଲର୍‌ଡ ଫୋରମ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri