Posted inବୌଦ୍ଧ

ଜିଲା ସଂଗ୍ରହାଳୟ ପାଇଁ ସ୍ବାଧୀନତା ପୂର୍ବର ମୁଦ୍ରା ଦାନ

ମନମୁଣ୍ଡା, ୧୪।୧୨(ଡି.ଏନ.ଏ.)-ବୌଦ୍ଧ ଜିଲାର ପୁରୁଣା ଜିଲାପାଳ କାର୍ଯ୍ୟାଳୟରେ ଜାନୁୟାରୀ ୨ତାରିଖରେ ଉଦ୍‌ଘାଟନ ହେବାକୁ ଯାଉଛି ସଂଗ୍ରହାଳୟ। ଏଥିପାଇଁ ନିଜ ପାଖରେ ଥିବା ପୁରାତନ ଜିନିଷ ଯାହା ଲୋକଲୋଚନରୁ ହଜିଯାଇଛି ସେସବୁୁ ଦାନ କରିବା ପାଇଁ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଜିଲାବାସୀଙ୍କୁ ଅନୁରୋଧ କରିଛନ୍ତିି । ଏହି ଉଦ୍ଦେଶ୍ୟରେ ପୁରାତନ କୀର୍ତ୍ତିରାଜି ସଂଗ୍ରହ ପାଇଁ ବାଉଁଶୁଣୀ ଡିଗ୍ରୀ ମହାବିଦ୍ୟାଳୟରେ ଖୋଲାଯାଇଥିବା ସଂଗ୍ରହ କେନ୍ଦ୍ରରେ ରବିବାର ବାଉଁଶୁଣି ଥାନା ପଡାର ଶ୍ୟାମସୁନ୍ଦର ମେହେର ପୁରୁଣା ଜିନିଷ ପ୍ରଦାନ କରିଛନ୍ତି । ସେ ୧୮୯୭ ଓ ୧୯୪୪ ପ୍ରଚଳିତ ପୁରୁଣା ତମ୍ବା ମୁଦ୍ରା ତଥା ପଇସା ଦାନ କରିଛନ୍ତି । ପୂର୍ବରୁ ଏହା ଇଂରେଜ ସରକାରଙ୍କ ଅମଳରେ ପ୍ରଚଳିତ ହେଉଥିଲା । ଏହି ତମ୍ବା ପଇସା ଏବେ ଆଉ ଦେଖିବାକୁ ମିଳୁନି । ଏବକାର ଓ ଆଗାମୀ ପୀଢ଼ି ଏହାକୁ ଜିଲା ସଂଗ୍ରହ କେନ୍ଦ୍ରରେ ଦେଖିବାର ସୁଯୋଗ ଓ ମଜା ନେଇପାରିବେ । ଏହି ସମୟରେ ବାଉଁଶୁଣୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଅନିରୁଦ୍ଧ ମହାକୁଳଙ୍କ ସମେତ ସମସ୍ତ ଅଧ୍ୟାପକ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

SIR କାମ ଚାପରେ ଜୀବନ ହାରିଲେ ପ୍ରଧାନଶିକ୍ଷକ!

ବୌଦ୍ଧ,୧୯।୬: ବୌଦ୍ଧ ଜିଲା ଡିମିରିଖୋଲ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। SIR କାମ ଚାପରେ ଜଣେ ପ୍ରଧାନଶିକ୍ଷକ ଜୀବନ ହାରିଥିବା ଅଭିଯୋଗ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri