ବଜେଟ ପୂର୍ବରୁ ଝଟକା: ପୁଣି ମହଙ୍ଗା ହେଲା ଗ୍ୟାସ ସିଲିଣ୍ଡର…

ନୂଆଦିଲ୍ଲୀ,୧।୨ : ମଧ୍ୟବର୍ତ୍ତୀ ବଜେଟ ୨୦୨୪ ଗୁରୁବାର ଉପସ୍ଥାପିତ ହେବ। କିନ୍ତୁ ଏହାପୂର୍ବରୁ ଦେଶବାସୀ ମୁଦ୍ରାସ୍ଫୀତିର ଶିକାର ହୋଇଛନ୍ତି। ୧ ଫେବୃଆରୀ ୨୦୨୪ରୁ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ମହଙ୍ଗା ହୋଇଛି। ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ସମାନ ରହିଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୧୯ କିଲୋଗ୍ରାମ ବାଣିଜି୍ୟକ ସିଲିଣ୍ଡରର ମୂଲ୍ୟ ପ୍ରାୟ ୧୪ଟଙ୍କା ବୃଦ୍ଧି କରାଯାଇଛି। ଶୀତ ଋତୁରେ ବଢୁଥିବା ଚାହିଦା ଏବଂ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟକୁ ଦୃଷ୍ଟିରେ ରଖି ଏହି ବୃଦ୍ଧି କରାଯାଇଛି। ଗତ ମାସରେ ମଧ୍ୟ ତୈଳ କମ୍ପାନୀଗୁଡିକ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୧.୫୦ ଟଙ୍କା ବୃଦ୍ଧି କରିଥିଲେ।

ମୂଲ୍ୟ ବୃଦ୍ଧି ପରେ, ଗୁରୁବାରଠାରୁ ବାଣିଜି୍ୟକ ସିଲିଣ୍ଡର ଦିଲ୍ଲୀରେ ୧୭୫୫.୫୦ ଟଙ୍କା ବଦଳରେ ୧୭୬୯.୫୦ ଟଙ୍କାରେ ଉପଲବ୍ଧ ହେବ। ମୁମ୍ବାଇରେ ବାଣିଜି୍ୟକ ଗ୍ୟାସ ସିଲିଣ୍ଡର ୧୭୦୮.୫୦ ବଦଳରେ ୧୭୨୩.୫୦ ଟଙ୍କା, କୋଲକାତାରେ ୧୮୬୯ ଟଙ୍କା ବଦଳରେ ୧୮୮୭ ଟଙ୍କା ଏବଂ ଚେନ୍ନାଇରେ ୧୯୨୪.୫୦ ଟଙ୍କା ବଦଳରେ ୧୯୩୭ ଟଙ୍କାରେ ଉପଲବ୍ଧ ହେବ।

ବର୍ତ୍ତମାନ ଦେଶରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୯୦୩ ଟଙ୍କା, ମୁମ୍ବାଇରେ ୯୦୨.୫୦ ଟଙ୍କା, କୋଲକାତାରେ ୯୨୯ଟଙ୍କା ଏବଂ ମାଡ୍ରାସରେ ୯୧୮.୫୦ ଟଙ୍କା ରହିଛି। ଶେଷ ଥର ପାଇଁ ଘରୋଇ ସିଲିଣ୍ଡର ମୂଲ୍ୟ ୩୦ ଅଗଷ୍ଟ ୨୦୨୩ ରେ ବଦଳିଥିଲା। ଏହାର ମୂଲ୍ୟ ୨୦୦ ଟଙ୍କା ହ୍ରାସ ପାଇଥିବାବେଳେ ମାର୍ଚ୍ଚ ୨୦୨୩ ରେ ଦିଲ୍ଲୀରେ ୧୧୦୩ ଟଙ୍କାରେ ଏକ ଘରୋଇ ଗ୍ୟାସ ସିଲିଣ୍ଡର ଉପଲବ୍ଧ ଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ ୩ ବର୍ଷ ମଧ୍ୟରେ ବାଣିଜି୍ୟକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରତି ମାସରେ ବଦଳିଛି। ଜାନୁଆରୀ ୨୦୨୧ ରେ, ଦିଲ୍ଲୀରେ ୧୩୪୯ ଟଙ୍କାରେ ଏକ ବ୍ୟବସାୟିକ ସିଲିଣ୍ଡର ଉପଲବ୍ଧ ଥିଲା। ଯେତେବେଳେ କି ଘରୋଇ ସିଲିଣ୍ଡରର ମୂଲ୍ୟ ଗତ ୩ ବର୍ଷରେ ୧୭ ଥର ପରିବର୍ତ୍ତନ କରାଯାଇଥିଲା ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

ବଙ୍ଗ ରାଜନୀତିରେ ବଡ଼ ଖେଳ! ଏହି ଦଳରେ ମିଶିବେ ଟିଏମସିର ବିଦ୍ରୋହୀ ଏମପି, ବଡ଼ ସୂଚନା ଦେଲେ….

କୋଲକାତା,୧୪।୬: ବିଦ୍ରୋହୀ ଟିଏମସି ଏମପିମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁସାରେ, ମିଶ୍ରଣ ପରେ ସେମାନେ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟିରେ ଯୋଗଦେବେ ଏବଂ ଏନଡିଏକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri