ନବୀନଙ୍କ ପୋଲ୍‌ ଖୋଲିଲେ ପ୍ରତାପ ଷଡ଼ଙ୍ଗୀ, ଅତୀତରେ ମୋତେ ଅଫର ଦେଇଥିବା କହି…

ଭୁବନେଶ୍ୱର,୧୪ା୩: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପୋଲ୍‌ ଖୋଲି ଦେଇଛନ୍ତି ଏମ୍‌ପି ପ୍ରତାପ ଷଡ଼ଙ୍ଗୀ(ନନା)। ସେ କହିଛନ୍ତି, ନବୀନ ଘୋଡ଼ା ବେପାରରେ ମାହିର। ଅତୀତରେ ମୋତେ ଘୋଡ଼ା ବେପାର ପାଇଁ ଅଫର ଦେଇଥିଲେ ନିଜେ ନବୀନ। ମୋତେ କିଣିବାକୁ ୩ ଜଣ ବିଧାୟକଙ୍କୁ ମୋ’ ପାଖକୁ ପଠାଇଥିଲେ। ମୁଁ ମନା କରିଥିଲି। ଏବେ ବି ଚାହୁଁଛନ୍ତି। ହେଲେ ପାରୁନାହାନ୍ତି। କାରଣ ଆଉ କ୍ଷମତା ନାହିଁ ବୋଲି କହିଛନ୍ତି ନନା।

ରାଜ୍ୟ ସଭା ନିର୍ବାଚନକୁ ନେଇ ନବୀନ ପଟ୍ଟନାୟକ ବଡ଼ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ଭାଜପା ଘୋଡ଼ା ବେପାର କରୁଛି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଏକ ଅପରାଧ।

ରାଜ୍ୟ ସଭା ନିର୍ବାଚନ ମାର୍ଚ୍ଚ ୧୬ରେ ଅନୁଷ୍ଠିତ ହେବ। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ସବୁ ପ୍ରକାର ବଳ ଲଗାଇ ଦେଇଛନ୍ତି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ ନିଜ ୮ ବିଧାୟକଙ୍କୁ ନେଇ ବେଙ୍ଗାଲୁରୁ ଚାଲି ଯାଇଛନ୍ତି। ମାତ୍ର ବାକି ୬ ଜଣ ବିଧାୟକ ଓଡ଼ିଶାରେ ଅଛନ୍ତି। ସେମାନେ ହେଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିଧାୟକ ତାରାପ୍ରସାଦ ବାହିନୀପତି, ରମେଶ ଜେନା, ସାଗର ଦାସ, ଦାଶରଥି ଗମାଙ୍ଗ ଏବଂ ସୋଫିଆ ଫିର୍ଦ୍ଦୋସ ଓଡ଼ିଶାରେ ଅଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ବିଧାୟକ ଦାଶରଥି ଗମାଙ୍ଗ କଂଗ୍ରେସର କୌଣସି ନେତାଙ୍କୁ ଧରାଛୁଆଁ ଦେଉନାହାନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ସୂଚନା, ଏହିଦିନ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ବର,୩୦।୪:  ଆସନ୍ତା ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ବିଏସଇ ପକ୍ଷରୁ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି । ଅପରାହ୍ନ ୪ଟାରେ…

Exit Pollକୁ ନେଇ ମୁହଁ ଖୋଲିଲେ ମମତା, କହିଲେ…

କୋଲକାତା,୩୦।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଏକଜିଟ ପୋଲ ପୂର୍ବାନୁମାନକୁ ଖାରଜ କରି କହିଛନ୍ତି ଯେ ତୃଣମୂଳ କଂଗ୍ରେସ ‘ମା, ମାଟି, ମାନୁଷ’ ସରକାର ଗଠନ…

ଟାଇକୋଣ୍ଡୋରେ ଗୋଲ୍ଡ ସହ ମିଳିଲା ୩ ପଦକ

ଭଞ୍ଜନଗର,୩୦।୪(ବାବୁଲା ପ୍ରଧାନ): ଗଞ୍ଜାମ ଜଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ର ଟାଇକୋଣ୍ଡୋରେ ଗୋଲ୍ଡ ସହ ୩ ପଦକ ପାଇଛନ୍ତି। ଏଥିସହ ଜଣେ ଛାତ୍ରୀ ଜାତୀୟ ପ୍ରତିଯୋଗିତା ପାଇଁ…

ଘର ଲିପା ମାଟି ସଂଗ୍ରହ ପାଇ ଯାଇଥିଲେ ମହିଳା: ଅତଡ଼ା ଖସି ଚାଲିଗଲା ଜୀବନ, ଭାଉଜ, ଝିଆରୀ ଆହତ

ନନ୍ଦପୁର,୩୦।୪(ତୁଷାର କାନ୍ତ ମହାନ୍ତି): ବାପ ଘର ବୁଲି ଆସି ଫେରିବା ବାଟରେ ଗଙ୍ଗାନାଳ କଡ଼ରୁ ଘର ଲିପା ପାଇଁ ମାଟି ସଂଗ୍ରହ କରୁଥିବା ବେଳେ ମାଟି ଅତଡ଼ା…

ଭଉଣୀଙ୍କ କଙ୍କାଳକୁ ନେଇ ବ୍ୟାଙ୍କ ଆସିଥିବା ଜିତୁଙ୍କ ଆକାଉଣ୍ଟକୁ ଆସିଲା ୧୦ଲକ୍ଷ! ସାହାଯ୍ୟ କଲେ ଫିଜିକ୍ସ ଓ୍ବାଲାର…

ନୂଆଦିଲ୍ଲୀ,୩୦।୪: ମୃତ ଭଉଣୀଙ୍କ ସଞ୍ଚୟ ଟଙ୍କା ଉଠାଇବା ପାଇଁ ଶ୍ମଶାନରୁ ମୃତଦେହ ବାହାର କରିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ବର୍ତ୍ତମାନ…

ଆମେରିକା ଭାରତକୁ ଫେରାଇଲା ୬୫୭ ଅମୂଲ୍ୟ ବସ୍ତୁ

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୦।୪: ଯୁକ୍ତରାଷ୍ଟ୍ର ଆମେରିକା ପ୍ରାୟ ୧୪ ନିୟୁତ ଡଲାର ମୂଲ୍ୟର ୬୫୭ଟି ପ୍ରାଚୀନ ସାମଗ୍ରୀ ଭାରତକୁ ଫେରାଇ ଦେଇଛି, ଏହା କହି ଯେ ଚୋରି ହୋଇଥିବା କଳାକୃତିକୁ…

୧୦ ଘଣ୍ଟା ହେଲା ୮ ପଞ୍ଚାୟତରେ ନାହିଁ ବିଜୁଳି, ଗରମ ଗୁଳୁଗୁଳିରେ ସିଝିଲେ ଉପଭୋକ୍ତା

ଦାରିଙ୍ଗବାଡ଼ି,୩୦ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଫିଡରରେ ୧୦ ଘଣ୍ଟା ହେଲା ୮ ପଞ୍ଚାୟତ ଅଞ୍ଚଳରେ ବିଦ୍ୟୁତ୍‌ ସେବା ଠପ୍‌ ହୋଇଯାଇଛି। କୌଣସି ବର୍ଷା…

‘ଆମେରିକାର ବିଫଳତା ସହ ହର୍ମୁଜରେ ଏକ ନୂତନ ଅଧ୍ୟାୟ…,’ ଟ୍ରମ୍ପଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କଲେ ଇରାନର ସର୍ବୋଚ୍ଚ ନେତା

ତେହରାନ,୩୦।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଗୁରୁବାର ଏକ ଲିଖିତ ବିବୃତ୍ତିରେ ଆମେରିକା ଉପରେ ଏକ କଠୋର ଆକ୍ରମଣ ଜାରି କରିଛନ୍ତି। ଇରାନର ସରକାରୀ ଟେଲିଭିଜନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri