Posted inଜାତୀୟ

୩ହଜାର କି.ମି. ପଦଯାତ୍ରା କରିବେ ପିକେ

ପାଟନା,୫।୫: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗୁରୁବାର ବିହାର ରାଜଧାନୀ ପାଟନାରେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ପୂର୍ବରୁ ପ୍ରଶାନ୍ତ କିଶୋର ନୂଆ ଦଳ ଗଠନ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଗୁରୁବାର କିନ୍ତୁ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଉକ୍ତ ଖବରଦାତା ସମ୍ମିଳନୀରେ ପିକେ କୌଣିସ ନୂଆ ଦଳ ଘୋଷଣା କରିବେ ନାହିଁ ବୋଲି କହିଛନ୍ତି। ଏଥିସହ ସେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଗତ ୩୦ବର୍ଷରୁ ବିହାରରେ ଲାଲୁ ଓ ନୀତିଶଙ୍କ ରାଜ ଚାଲିଛି। ଏହାପରେ ବି ଆଜିକା ଦିନରେ ବିହାର ଦେଶର ଅନ୍ୟ ରାଜ୍ୟ ତୁଳନାରେ ସବୁଠାରୁ ପଛରେ ଏବଂ ଗରୀବ ରାଜ୍ୟ ହୋଇ ରହିଛ ବୋଲି ପିକେ କହିଛନ୍ତି। ବର୍ତ୍ତମାନ ବିହାରରେ ନୂତନ ଚିନ୍ତାଧାରା ଓ ନୂତନ ପ୍ରୟାସର ଆବଶ୍ୟକତା ରହିଛି। ଏଠାରେ ସାମାଜିକ ନ୍ୟାୟ ପ୍ରସଙ୍ଗକୁ ଛାଡି ଦିଆଯାଇଥିବା ବେଳେ ବିକାଶ ଦୃଷ୍ଟିରୁ ବିହାର ନିମ୍ନରେ ରହିଛି। ଏହି ସତ୍ୟକୁ କେହି ଅସ୍ବୀକାର କରିପାରିବେ ନାହିଁ। ଯଦି ଆସନ୍ତା ୧୦-୧୫ ବର୍ଷ ମଧ୍ୟରେ ବିହାରକୁ ଅଗ୍ରଣୀ ରାଜ୍ୟ ତାଲିକାରେ ଆସିବାକୁ ପଡିବ, ତା’ହେଲେ ଏଥିପାଇଁ ନୂତନ ଚିନ୍ତାଧାରା ଏବଂ ନୂତନ ପ୍ରୟାସ ଆବଶ୍ୟକ ବୋଲି ସେ କହିଛନ୍ତି। ଅନ୍ୟପଟେ ପଶ୍ଚିମ ଚମ୍ପାରନରୁ ୩ ହଜାର କିଲୋମିଟର ଲମ୍ବା ପଦଯାତ୍ରା ବାହାର କରିବେ ବୋଲି ପ୍ରଶାନ୍ତ କିଶୋର ଘୋଷଣା କରିଛନ୍ତି। ଆସନ୍ତା ୩ରୁ ୪ ମାସ ମଧ୍ୟରେ ସେ ୧୮ହଜାର ଲୋକଙ୍କୁ ଭେଟିବେ ଓ ଜନସମର୍ଥନ ଏକଜୁଟ କରିବେ ବୋଲି ପିକେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିକା ଯୋଗୁ ଝିଅଙ୍କ ମୃତ୍ୟୁ, ପିତା ଦାଖଲ କଲେ ୧,୦୦୦ କୋଟିର କ୍ଷତିପୂରଣ ପିଟିଶନ୍‌…

ମୁମ୍ବାଇ, ୨।୨ : ଜଣେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ନେଇ ତାଙ୍କ ପିତା ବମ୍ବେ ହାଇକୋର୍ଟରେ ଏକ ପିଟିଶନ୍‌ ଦାଖଲ କରିଛନ୍ତି। କରୋନା ଟିକାର ପାର୍ଶ୍ୱ...

ସୁରକ୍ଷାକର୍ମୀଙ୍କୁ ସଫଳତା, ଏନ୍‌କାଉଣ୍ଟରରେ ୨ ଜୈଶ୍‌ ଆତଙ୍କବାଦୀ ନିହତ…

ନୂଆଦିଲ୍ଲୀ, ୧।୯ : ଜମ୍ମୁ- କଶ୍ମୀରର ବାରମୁଳା ଜିଲାର ସୋପୋର ଅଞ୍ଚଳରେ ସୁରକ୍ଷା ବାହିନୀ ସହ ରାତାରାତି ଏନକାଉଣ୍ଟରରେ ଦୁଇଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଛନ୍ତି।...

ଅଖିଳେଶଙ୍କ ବିରୋଧରେ ଅପର୍ଣାଙ୍କୁ ଛିଡ଼ା କରାଇବା ଲାଗି ଭାଜପାର ଯୋଜନା…

ଲକ୍ଷ୍ନୌ, ୩୧।୧ : ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ଭାଜପା ପକ୍ଷରୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ କଡ଼ା ଟକ୍କର ଦେବା ପାଇଁ ଯୋଜନା...

ଟିଏମ୍‌ସି ଝଡରେ ଉଡିଗଲେ ଭାଜପାର ବଡ଼ ବଡ଼ ନେତା: ମନ୍ତ୍ରୀଙ୍କଠାରୁ ଆରମ୍ଭ କରି କ୍ରିକେଟର୍‌ ପର୍ଯ୍ୟନ୍ତ ହାରିଲେ

କୋଲକାତା,୩।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ ଏକ ବଡ଼ ବିଜୟ ହାସଲ କରିଛି। ଟିଏମ୍‌ସି ଝଡରେ ଭାରତୀୟ ଜନତା ପାର୍ଟିର...

କାଉଡିଆ ଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା, ୪୦୦ ସିସିଟିଭି କ୍ୟାମେରା, ୧୦ ହଜାର ପୋଲିସ, ୧୧ ଏସପି, ୩୮ ଡିଏସପିଙ୍କୁ ଦାୟିତ୍ୱ

ହରିଦ୍ୱାର,୧୪ ।୭: ଗୁରୁବାରଠାରୁ ଆରମ୍ଭ ହୋଇଛି ଶ୍ରାବଣ ମାସ । ଏବେ ଆରମ୍ଭ ହୋଇଯାଇଛି କାଉଡିଆ ଯାତ୍ରା । ହରିଦ୍ୱାରରେ ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା...

କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବେନି ଗାନ୍ଧି ପରିବାର

ରାୟପୁର,୨୪।୨: କଂଗ୍ରେସର ୮୫ତମ ରାଷ୍ଟ୍ରୀୟ ଅଧିବେଶନ ଶୁକ୍ରବାର ଛତିଶଗଡର ରାଜଧାନୀ ରାୟପୁରରେ ଅନୁଷ୍ଠିତ ହେବ। ଏହି ଅଧିବେଶନ ପୂର୍ବରୁ ପରିଚାଳନା କମିଟିର ଏକ ବୈଠକ ମଧ୍ୟ...

ପର୍ନୋଗ୍ରାଫି ବନାମ ଏରୋଟିକା

ମୁମ୍ବାଇ/ନୂଆଦିଲ୍ଲୀ,୨୬ା୭: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବିଜ୍‌ନେସମ୍ୟାନ ସ୍ବାମୀ ରାଜ କୁନ୍ଦ୍ରା ପର୍ନୋଗ୍ରାଫି ପ୍ରଯୋଜନା ମାମଲାରେ ଗିରଫ ହେବା ପରଠୁ କେବଳ ବଲିଉଡ୍‌ ନୁହେଁ, ବରଂ ସାରା...

୪୨ ଗୋତି ଶ୍ରମିକ ମୁକ୍ତ

ଚେନ୍ନାଇ,୧୧।୭: ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଉଛି ଯେ, ଦେଶରେ ଗୋତି ଶ୍ରମିକ ନାହାନ୍ତି। ତଥାପି ଏବେ ମଧ୍ୟ ଦେଶର କେତେକ ଅଞ୍ଚଳରେ ଗୋତି ଶ୍ରମିକ ରହିଛନ୍ତି।...

Advertisement
Archives

Model This Week