Posted inଖେଳ

ପ୍ରଥମ ଓଡ଼ିଆଭାବେ ଏସିଆନ ଗେମ୍ସରେ ପଦକ ଜିତି ରାଜ୍ୟକୁ ଗର୍ବିତ କରିଥିଲେ ପ୍ରଣତିି

ଚାଇନାର ହାଙ୍ଗଝୋରେ ସେପ୍ଟେମ୍ବର ୨୩ରୁ ଆରମ୍ଭ ହେବାକୁ ଯାଉଛି ଏସିଆନ୍‌ ଗେମ୍ସର ୧୯ଶ ସଂସ୍କରଣ। ଏବେ ଏହି ମେଗା ଇଭେଣ୍ଟ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ। ଏସିଆନ ଗେମ୍ସ ଆସିଲେ ସ୍ବତଃ ଚର୍ଚ୍ଚାକୁ ଆସନ୍ତି ଓଡ଼ିଶାର କିମ୍ବଦନ୍ତୀ ଆଥଲେଟ୍‌ ପ୍ରଣତି ମିଶ୍ର। କାରଣ ପ୍ରଥମ ଓଡ଼ିଆଭାବେ ଏସିଆନ ଗେମ୍ସରେ ପଦକ ଜିତି ରାଜ୍ୟକୁ ଗର୍ବିତ କରିଥିଲେ ଏହି ତାରକା ସ୍ପ୍ରିଣ୍ଟର। ୧୨ ମେ’ ୧୯୭୦ରେ ବଲାଙ୍ଗୀରରେ ଜନ୍ମିତ ପ୍ରଣତି ୧୯୯୦ ଏସିଆନ ଗେମ୍ସର ୪x୪୦୦ ମିଟର ରିଲେ ରେସ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ। ରିଲେରେ ତାଙ୍କ ପାର୍ଟନର ଥିଲେ ପି.ଟି. ଉଷା, କୁଟ୍ଟି ସରମ୍ମା ଓ ଶାନ୍ତିମୋଲ ଫିଲିପ୍ସ। ରିଲେ ରେସ୍‌ରେ ଭାରତୀୟ ଦଳ ହାସଲ କରିଥିଲା ରୌପ୍ୟ ପଦକ ଏବଂ ପ୍ରଣତି ଥିଲେ ଏହାର ଅନ୍ୟତମ ପ୍ରମୁଖ ଅଂଶୀଦାର। ସେତେବେଳେ ଗଣମାଧ୍ୟମରେ ପ୍ରଚାର ପ୍ରସାରର ଅଭାବରୁ ସ୍ବଳ୍ପଭାଷୀ ସ୍ବାଭିମାନୀ ପ୍ରଣତି ଯଦିଓ ବିଶେଷ ଲୋକଲୋଚନକୁ ଆସିପାରି ନ ଥିଲେ ତେବେ ଓଡ଼ିଶା ଆଥ୍‌ଲେଟଙ୍କ ପାଇଁ ସାଜିଥିଲେ ଉଦାହରଣ ଏବଂ ପ୍ରତିଷ୍ଠା କରିଥିଲେ ଏକ ସ୍ବତନ୍ତ୍ର ମାଇଲଖୁଣ୍ଟ। ସେ ସମ୍ପ୍ରତି ଫୁଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ, କୋଲକାତାରେ କାର୍ଯ୍ୟରତ। ଏସିଆନ ଗେମ୍ସର
ଅବ୍ୟବହିତ ପୂର୍ବରୁ ଏହି ଧାବିକାଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର…

ପ୍ର: କିମ୍ବଦନ୍ତୀ ଆଥ୍‌ଲେଟମାନଙ୍କର କ୍ୟାରିୟର ଆରମ୍ଭ ସମ୍ପର୍କରେ ଜାଣିବାକୁ ସମସ୍ତଙ୍କର ଇଚ୍ଛାଥାଏ। ଆଥ୍‌ଲେଟିକ୍ସକୁ ଆପଣ କିପରି ଆସିଲେ ସେ ସମ୍ପର୍କରେ କିଛି କୁହନ୍ତୁ?
ଉ: ବଲାଙ୍ଗୀରରେ ଏମ୍‌ଇ ସ୍କୁଲରେ ପଢ଼ୁଥିବାବେଳେ ପୁଚି ଆଦି ଯେଉଁ ଖେଳ ହେଉଥିଲା ସେଥିରେ ମୁଁ ପ୍ରଥମସ୍ଥାନ ଅଧିକାର କରୁଥିଲି। ସେଥିରୁ ହିଁ ମୋ ଖେଳ କ୍ୟାରିୟର ଆରମ୍ଭ ହୋଇଥିଲା। ପରେ ହାଇସ୍କୁଲକୁ ଗଲାପରେ ସ୍କୁଲ ଗେମ୍ସରେ ଭାଗନେଲି। ସେତେବେଳେ ମୋ ବଡ଼ ଭଉଣୀ ପ୍ରତିମା ମିଶ୍ର ମଧ୍ୟ ଆଥ୍‌ଲେଟିକ୍ସରେ ଥିଲେ। ସ୍କୁଲରେ ମୁଁ ଭଲ ଖେଳୁଥିବାରୁ ସେ ଅଭ୍ୟାସ କଲାବେଳେ ମୋତେ ବଲାଙ୍ଗୀରର ଗାନ୍ଧୀ ଷ୍ଟାଡିୟମକୁ ସାଥିରେ ନେଇ ଯାଉଥିଲେ। ତାଙ୍କଠୁ ପ୍ରେରଣା ପାଇ ମୁଁ ଉତ୍ସାହିତ ହେଲି। ସ୍କୁଲ ଗେମ୍ସରେ ଖେଳି ଚାମ୍ପିୟନ ହେଲି। ଏପରି ସ୍ପୋଟର୍‌ସ କ୍ୟାରିୟର ଆଗକୁ ବଢ଼ି ଚାଲିଲା।
ପ୍ର: ସେ ସମୟରେ ଓଡ଼ିଶାରେ ଖେଳକୁ ଝିଅପିଲାମାନେ ବିଶେଷ ଆସୁ ନ ଥିଲେ। ଆପଣଙ୍କୁ ପରିବାରରୁ କିପରି ସମର୍ଥନ ମିଳିଥିଲା ?
ଉ: ମୋ ମା’ କିମ୍ବା ବାପା କେବେ ଫିଲ୍ଡକୁ ଯାଇ ମୋ ରନିଂ ଦେଖି ନାହାନ୍ତି ସତ, ମାତ୍ର କେବେହେଲେ ମୋତେ ବିରୋଧ କରି ନାହାନ୍ତିି। ଏମିତି କି ଭୋର ୪ଟା ୩୦ରେ ବାପା ମୋତେ ଉଠାଇ ପଡ଼ିଆକୁ ଯିବାକୁ ଉତ୍ସାହିତ କରିଥାନ୍ତି। ମୋଟାମୋଟି କହିବାକୁ ଗଲେ ପରିବାରରୁ ମୋତେ ଭରପୂର ସମର୍ଥନ ମିଳିଥିଲା।
ପ୍ର: ଖେଳପାଇଁ ପାଠପଢ଼ା ପ୍ରଭାବିତ ହୋଇଥିଲା କି? ଆଥ୍‌ଲେଟିକ୍ସ ଜୀବନ କିପରି ଆଗକୁ ବଢ଼ିଥିଲା।
ଉ: ଯେହେତୁ ମୁଁ ଖେଳରେ ବହୁତ ଭଲ କରୁଥିଲି ତେଣୁ ସ୍କୁଲ ଏବଂ କଲେଜରେ ମୋତେ ଭରପୂର ସମର୍ଥନ ମିଳୁଥିଲା। ମୋତେ ଖେଳିବା ପାଇଁ ସମସ୍ତେ ଉତ୍ସାହିତ କରୁଥିଲେ। ଫଳରେ ଖେଳ ଓ ପାଠ ଉଭୟକୁ ନେଇ ମୁଁ ଆଗକୁ ଯାଇଥିଲି।
ପ୍ର: କ୍ୟାରିୟର ଆରମ୍ଭରେ କେଉଁ ପ୍ରତିଯୋଗିତାର ପ୍ରଦର୍ଶନ ଆପଣଙ୍କୁ ସବୁଠାରୁ ବେଶି ଖୁସି ଦେଇଥିଲା।
ଉ: ମୋର ପ୍ରଥମ ଜାତୀୟ ସ୍ତରୀୟ ପ୍ରତିଯୋଗିତା ଥିଲା ଓମେନ୍ସ ସ୍ପୋଟର୍‌ସ ଚାମ୍ପିୟନଶିପ୍‌। ଏହା ଗାନ୍ଧୀନଗରରେ ଅନୁଷ୍ଠିତ ହୋଇଥିଲା। ସେଠାରେ ମୁଁ ୧୦୦, ୨୦୦ ଓ ୪୦୦ ମିଟର ରେସ୍‌ରେ ପ୍ରଥମସ୍ଥାନ ଅଧିକାର କରିଥିଲି। ନୂଆ ମିଟ୍‌ ରେକର୍ଡ ମଧ୍ୟ ସୃଷ୍ଟି କରିଥିଲି। ଏହି ପ୍ରତିଯୋଗିତାରେ ମୁଁ ପ୍ରଥମଥର ପାଇଁ ପଦକ ହାସଲର ସ୍ବାଦ ପାଇଥିଲି। ଏହା ମୋତେ ଆଗକୁ ଯିବାକୁ ବହୁତ ସହାୟକ ହୋଇଥିଲା। ତା’ ପରେ ଚଣ୍ଡିଗଡ଼ରେ ଅନୁଷ୍ଠିତ ଜୁନିୟର ନ୍ୟାଶନାଲରେ ମଧ୍ୟ ୧୦୦, ୨୦୦ ଓ ୪୦୦ ମିଟରରେ ପ୍ରଥମ ହୋଇଥିଲି। ଏହାପରେ ମୋତେ ସାଇ ସ୍ପୋଟର୍‌ସ ହଷ୍ଟେଲ ପାଇଁ ଚୟନ କରାଗଲା। ସେଠାରେ ସୁବାସ ଚନ୍ଦ୍ର ଦାସ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅଭ୍ୟାସ କରି ପ୍ରଦର୍ଶନକୁ ମାର୍ଜିତ କଲି। ଜୁନିୟର ସ୍ତରରେ ଭଲ ପ୍ରଦର୍ଶନ କରି ସିନିୟରରେ ଆଗକୁ ଯାଇଥିଲି।
ପ୍ର: ଏସିଆନ ଗେମ୍ସ ପାଇଁ ଚୟନ କେମିତି ହୋଇଥିଲା। ଏହା କେତେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଥିଲା।
ଉ:ଏସିଆନ ଗେମ୍ସ ପୂର୍ବରୁ ମୁଁ ଜୁନିୟର ଏସିଆନ ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ଭଲ କରିଥିଲି। ନ୍ୟାଶନାଲ କ୍ୟାମ୍ପ ପାଇଁ ଏକ ଟ୍ରାଏଲ୍‌ କରାଯାଏ। ସେଥିରେ ମୁଁ ଭଲ ପ୍ରଦର୍ଶନ କରିଥିବାରୁ ବେଙ୍ଗାଲୁରୁରେ ଅନୁଷ୍ଠିତ କ୍ୟାମ୍ପ ପାଇଁ ମନୋନୀତ ହୋଇଯାଇଥିଲି। କ୍ୟାମ୍ପରେ ଥିବାବେଳେ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ଟ୍ରାଏଲ୍‌ ସବୁ ହୋଇଥାଏ। ବିଶେଷ କରି ଏସିଆନ ଗେମ୍ସ ପୂର୍ବରୁ ୩ ପର୍ଯ୍ୟାୟରେ ଟ୍ରାଏଲ୍‌ ହୋଇଥିଲା। ଏଥିରେ ଯେଉଁ ଟାଇମିଂ ଧାର୍ଯ୍ୟ ଥିଲା ସେଥିରେ ମୁଁ କ୍ୱାଲିଫାଇଂ ମାର୍କକୁ ସ୍ପର୍ଶ କରିଥିଲି। ଏହାପରେ ଆମ ଟିମ୍‌ ଚୟନ ହୋଇଥିଲା।
ପ୍ର: ଏସିଆନ ଗେମ୍ସ ରିଲେରେ ଆପଣ, ପି.ଟି. ଉଷା, କୁଟ୍ଟି ସରମ୍ମା ଓ ଶାନ୍ତିମୋଲ ଫିଲିପ୍ସ ରେସ୍‌ କରିଥିଲେ। କିଏ ସବୁଠାରୁ ଦ୍ରୁତତମ ଥିଲେ। ରେସ୍‌ ସମ୍ପର୍କରେ କିଛି ସ୍ମରଣୀୟ ସ୍ମୃତି?
ଉ:ଏସିଆନ ଗେମ୍ସ ରିଲେରେ କୁଟ୍ଟି ସରମ୍ମା ପ୍ରଥମେ ଦୌଡ଼ିଥିଲେ। ଏହାପରେ ଶାନ୍ତିମୋଲ ଫିଲିପ୍ସ, ତୃତୀୟରେ ମୁଁ ଏବଂ ଶେଷରେ ପି.ଟି. ଉଷା ରେସ୍‌ କରିଥିଲୁ। ଫିନିଶିଂରେ ଅଧିକ ଷ୍ଟ୍ରେସ୍‌ ଦେବାକୁ ପଡ଼େ। ତେବେ ସମସ୍ତଙ୍କ ଉପରେ ଗୁରୁଦାୟିତ୍ୱ ଥିଲା। ଏଥିରେ ରେସ୍‌ କରି ଓଡ଼ିଶାର ପ୍ରଥମ ଆଥଲେଟ୍‌ଭାବେ ପଦକ ଜିତିଥିବାରୁ ବହୁତ ଗର୍ବ ଅନୁଭବ ହୋଇଥିଲା। ଏହା ମୋ ନିଜ ପାଇଁ, ଓଡ଼ିଶା ପାଇଁ ଏବଂ ଦେଶ ପାଇଁ ଗର୍ବର କଥା ଥିଲା। ଏହି ସ୍ମୃତିକୁ ଜୀବନରେ କେବେ ଭୁଲି ହେବନି।
ପ୍ର: ୧୦୦, ୨୦୦ କି ୪୦୦ ମିଟର ବ୍ୟକ୍ତିଗତ ରେସ୍‌ ଏବଂ ରିଲେ ରେସ୍‌ ମଧ୍ୟରେ କେଉଁଟା ଅଧିକ କଷ୍ଟକର?
ଉ: ୪୦୦ ମିଟର ବ୍ୟକ୍ତିଗତ ରେସ୍‌ ନିଶ୍ଚିତ କଷ୍ଟସାଧ୍ୟ। ଏଥିରେ ଷ୍ଟ୍ରେନ୍ଥ, ଷ୍ଟାମିନା ଓ ସ୍ପିଡ୍‌ ସବୁକିଛି ଆବଶ୍ୟକ ହୋଇଥାଏ। ୧୦୦ ମିଟରରେ ସ୍ପିଡ୍‌ ଉପରେ ଅଧିକ ଗୁରୁତ୍ୱ ରହିଥାଏ। ରିଲେ ରେସ୍‌ରେ ୪ ଜଣଙ୍କ ମଧ୍ୟରେ ସମନ୍ବୟ ଅତ୍ୟନ୍ତ ଜରୁରୀ। ସମନ୍ବୟ ନ ଥିଲେ ପଦକ ହାସଲ କେବେ ସମ୍ଭବ ନୁହେଁ। ମୁଖ୍ୟ ରେସ୍‌ ପୂର୍ବରୁ କୋଚ୍‌ ଆମକୁ ଅନେକଥର ଅଭ୍ୟାସ କରାଇଥିଲେ। ଏହାର ଫଳ ମଧ୍ୟ ଆମକୁ ମିଳିଥିଲା।
ପ୍ର: ପ୍ରଥମ ଓଡ଼ିଆ ଆଥଲେଟ୍‌ଭାବେ ଆପଣ ଏସିଆନ ଗେମ୍ସରେ ପଦକ ହାସଲ କଲେ। ସେ ମୁହୂର୍ତ୍ତଟି ଆପଣଙ୍କ ପାଇଁ କେମିତି ଥିଲା?
ଉ: ମୁଁ ପ୍ରଥମେ ବିଶ୍ୱାସ କରିବା ସହଜ ନ ଥିଲା। ଓଡ଼ିଶା ପୁଣି ବଲାଙ୍ଗୀର ପରି ଏକ ଅଞ୍ଚଳରୁ ମଧ୍ୟବିତ୍ତ ପରିବାରର ଜଣେ ଝିଅ ଏସିଆନ ଗେମ୍ସରେ ପଦକ ଜିତିବା ସ୍ବପ୍ନପରି ଥିଲା। ସେତେବେଳେ ବଲାଙ୍ଗୀରରେ ଆମ ପାଇଁ ଦୌଡ଼ିବାକୁ ଭଲ ପଡ଼ିଆ ନ ଥିଲା। ଗୋଡ଼ିମାଟିରେ ଦୌଡ଼ି ଆମେ ଅଭ୍ୟାସ କରୁଥିଲୁ। ଅନେକ ସମୟରେ ଆମେ ଗୋଡ଼ି ସଫା କରି ଦୌଡ଼ୁଥିଲୁ। ପଦକ ହାତରେ ଧରିବାପରେ ଜଣେ ଓଡ଼ିଆଭାବେ ଗର୍ବ ଅନୁଭବ କରିଥିଲି।
ପ୍ର: ସେତେବେଳେ ରାଜ୍ୟ କ୍ରୀଡ଼ା ମହଲ କିପରି ଥିଲା ଏବଂ ଆପଣଙ୍କୁ କିପରି ସ୍ବାଗତ ସମ୍ବର୍ଦ୍ଧନା ମିଳିଥିଲା।
ଉ: ସେତେବେଳେ ଗଣମାଧ୍ୟମରେ ଏତେ ପ୍ରଚାର ପ୍ରସାର ନ ଥିଲା। ସେତେବେଳେ ମୁଁ ସାଇ ସ୍ପୋଟର୍‌ସ ହଷ୍ଟେଲରେ ରହୁଥିଲି। ତେଣୁ ସାଇ ପକ୍ଷରୁ ଏବଂ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ମୋତେ ସମ୍ବର୍ଦ୍ଧିତ କରାଯାଇଥିଲା। ମାତ୍ର ପ୍ରଚାର ପ୍ରସାର ନ ଥିବାରୁ ଏହି ସଫଳତା ସମ୍ପର୍କରେ ଅନେକେ ଜାଣିପାରି ନ ଥିଲେ। କେତେବେଳେ କେମିତି ଖବରକାଗଜରେ କିଛି ବାହାରୁଥିଲା। ତେଣୁ ଆମେ ବିଶେଷ ଲୋକଲୋଚନକୁ ଆସିପାରି ନ ଥିଲୁ।
ପ୍ର: ଆଥ୍‌ଲେଟିକ୍ସ କ୍ୟାରିୟର କିପରି ଶେଷ ହୋଇଥିଲା। ଏହା ପଛର କାରଣ କ’ଣ ଥିଲା।
ଉ: ବେଙ୍ଗାଲୁରୁରେ ଅଲିମ୍ପିକ୍ସ କ୍ୟାମ୍ପରେ ଥିବାବେଳେ ଟ୍ରାଏଲ୍‌ ସମୟରେ ଆଣ୍ଠୁରେ ଆଘାତ ପାଇଥିଲି। ତା’ ପରେ ମୁମ୍ବାଇରେ ସ୍ପୋଟର୍‌ସ ମେଡିସିନ ସ୍ପେଶାଲିଷ୍ଟ ଅନନ୍ତ ଯୋଶୀଙ୍କ ସହ ଯୋଗାଯୋଗ ମଧ୍ୟ କରିଥିଲି। ମାତ୍ର ଏ କ୍ଷେତ୍ରରେ ବିଶେଷ ଆଗେଇ ପାରି ନ ଥିଲି। ଫଳରେ ଏହି ସମସ୍ୟା ଯୋଗୁ ହିଁ ମୋ ଖେଳ କ୍ୟାରିୟର ଶେଷ ହୋଇଯାଇଥିଲା।
ପ୍ର: ମନରେ ସେପରି କିଛି ଅବସୋସ ରହିଛି କି, ଯାହାକୁ ଆପଣ ଭୁଲିପାରୁ ନାହାନ୍ତି।
ଉ: ଅଲିମ୍ପିକ୍ସ କ୍ୟାମ୍ପରେ ଯେହେତୁ ଥିଲି ଅଲିମ୍ପିକ୍ସରେ ଭାଗନେବାର ସ୍ବପ୍ନ ରହିଥିଲା। ମାତ୍ର ଆହତ ସମସ୍ୟା କାରଣରୁ ମନରେ ଅବସୋସ ରହିଗଲା।
ପ୍ର: ପାରିବାରିକ ଜୀବନପରେ ଆପଣଙ୍କ ଆଥଲେଟିକ୍ସ ଜୀବନକୁ କିପରି ସମର୍ଥନ ମିଳିଛି?
ଉ: ସ୍ବାମୀ ସଚିକାନ୍ତ ପତି ଷ୍ଟେଟ ବ୍ୟାଙ୍କରେ କାର୍ଯ୍ୟରତ। ମୁଁ ଯେହେତୁ ଆଥଲେଟିକ୍ସକୁ କ୍ୟାରିୟର କରିଥିଲି ସେଥିରେ ଆଗକୁ ମଧ୍ୟ ମୁଁ କିଛି କରେ ବୋଲି ସେ ଚାହାନ୍ତି। ଏଥିପାଇଁ ସେ ମୋତେ ସବୁବେଳେ ଉତ୍ସାହିତ କରି ଆସିଛନ୍ତି।
ପ୍ର: ଆପଣଙ୍କ ସମୟର ଖେଳ ପରିବେଶ ଏବଂ ବର୍ତ୍ତମାନ ସମ୍ପର୍କରେ କ’ଣ ପ୍ରଭେଦ ଅନୁଭବ କରୁଛନ୍ତି।
ଉ: ଆକାଶ ପାତାଳ ପ୍ରଭେଦ। ଏବେ ଖେଳକୁ ସପୋର୍ଟ କରିବାକୁ ସମସ୍ତେ ଆଗେଇ ଆସୁଛନ୍ତି। ମାତ୍ର ସେତେବେଳେ ସାହାଯ୍ୟ କରିବାକୁ କେହି ନ ଥିଲେ। ନିଜେ ଲଢ଼ିବାକୁ ପଡ଼ୁଥିଲା। ସେତେବେଳେ ଆମେ ଟେନିସ ଶୁ’ ପିନ୍ଧି ଅଭ୍ୟାସ କରୁଥିଲୁ। ହଷ୍ଟେଲରେ ଯେତେବେଳେ ପାଓ୍ବାର ଜୋତା ମିଳିଲା ଆମକୁ ବହୁତ ଗୋଟେ ବଡ଼ ଜିନିଷ ପାଇବାପରି ଲାଗିଥିଲା। ଏସିଆନ ଗେମ୍ସ ପାଇଁ କ୍ୟାମ୍ପ ଗଲା ପରେ ଯାଇ ଆମେ ଭଲ ସ୍ପାଇକ୍‌ ପାଇଥିଲୁ।
ପ୍ର: ଆଥ୍‌ଲେଟିକ୍ସ ସହିତ ଜଡ଼ିତ ରହି କିଛି କରିବାର ଯୋଜନା ଅଛି କି।
ଉ: ସୁଯୋଗ ପାଇଲେ ମୁଁ ପିଲାଙ୍କୁ ଟ୍ରେନିଂ ଦେବାକୁ ଲକ୍ଷ୍ୟ ରଖିଛି। କିଛି ଭଲ ପିଲା ଦେଖି ସେମାନଙ୍କୁ ସହାୟତା କରିବାକୁ ମଧ୍ୟ ଇଚ୍ଛା ଅଛି।
ପ୍ର: ଏସିଆନ ଗେମ୍ସରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବା ଆଥଲେଟ୍‌ଙ୍କ ନିକଟରୁ ଆପଣ କ’ଣ ଆଶା ରଖିଛନ୍ତି।
ଉ:ରାଜ୍ୟ ସରକାର ଏବେ ଖେଳକୁ ପ୍ରାଧାନ୍ୟ ଦେଉଛନ୍ତି। ପିଲାମାନେ ଯାଇ ବାହାରେ ଟ୍ରେନିଂ ସୁଯୋଗ ପାଇଛନ୍ତି। ତେଣୁ ସେମାନେ ଭଲ କରିବାନେଇ ଆଶା ରହିଛି।
ପ୍ର: ଆଥ୍‌ଲେଟିକ୍ସକୁ କ୍ୟାରିୟର କରିବାକୁ ଚାହୁଁଥିବା ପିଲାଙ୍କୁ କ’ଣ ପରାମର୍ଶ ଦେବେ।
ଉ: କଠିନ ପରିଶ୍ରମ କରନ୍ତୁ, କୋଚ୍‌ଙ୍କ କଥା ମାନନ୍ତୁ। ତାଙ୍କ ତତ୍ତ୍ୱାବଧାନରେ ଅଭ୍ୟାସ କରନ୍ତୁ। ଏହା କରିପାରିଲେ ନିଶ୍ଚିତ ଭବିଷ୍ୟତରେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ ପାରିବେ।
-ପ୍ରସ୍ତୁତି: ତପନ ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?