ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ କଟାକ୍ଷ, ଧର୍ମେନ୍ଦ୍ର ଭାଇ…

ଭୁବନେଶ୍ୱର,୯।୪: ନିର୍ବାଚନୀ ମାହୋଲ ଭିତରେ ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଛି ପ୍ରଣବଙ୍କ ପୋଷ୍ଟ । ସୋସିଆଲ ମିଡିଆ ଏକ୍ସରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ପୋଷ୍ଟ କରିଛନ୍ତି ପ୍ରଣବ ଦାସ। ସମ୍ବଲପୁର ଲୋକ ସଭା ଆସନ ପାଇଁ ପ୍ରଣବ-ଧର୍ମେନ୍ଦ୍ର ଦୁଇ ପ୍ରମୁଖ ଦଳ ବିଜେଡି- ଭାଜପାର ପ୍ରାର୍ଥୀ ହୋଇଥିବା ବେଳେ ଧର୍ମେନ୍ଦ୍ରଙ୍କୁ ନିଶାନା କରିଛନ୍ତି ପ୍ରଣବ ପ୍ରକାଶ ଦାସ ।

ଏନଏଚ-୫୫ ନେଇ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ପ୍ରଣବ ଲେଖିଛନ୍ତି, ଧର୍ମେନ୍ଦ୍ର ଭାଇ, ଗତ ୧୦ ବର୍ଷ ମଧ୍ୟରେ ସମ୍ବଲପୁର-କଟକ ଏନଏଚ-୫୫ର ଦୂରାବସ୍ଥା ଯୋଗୁଁ ୨୦୦ରୁ ଅଧିକ ଦୁର୍ଘଟଣାରେ ୪୦୦ରୁ ଅଧିକ ବହୁମୂଲ୍ୟ ଜୀବନ ଚାଲିଯାଇଛି କାହା ପାଇଁ ? କାହାର ଅପାରଗତା ଓ ସ୍ଥାଣୁତା ଯୋଗୁଁ ? ଆପଣ ୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ଥାଇ ମଧ୍ୟ ସାମାନ୍ୟ ରାସ୍ତା କାମଟିଏ ସାରିପାରିଲେ ନାହିଁ। ଏହାଠାରୁ ବଡ଼ ବିଫଳତା ଆଉ କ’ଣ ହୋଇପାରେ ? କେଉଁ ମୁହଁ ନେଇ ଆପଣ ସମ୍ବଲପୁରବାସୀଙ୍କୁ ସାମ୍ନା କରିବେ। ଯାହାଙ୍କର ଜୀବନରେଖାକୁ ଆପଣ ବିପର୍ଯ୍ୟସ୍ତ କରି ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ ଭାବେ ଆପଣଙ୍କର ୧୦ ବର୍ଷର ବିଫଳତାର ଚିଠା ସମ୍ବଲପୁରବାସୀଙ୍କ ପାଖରେ ଅଛି। ଜନସାଧାରଣ ଆପଣଙ୍କୁ ଉଚିତ ଜବାବ ଦେବେ ବୋଲି ପ୍ରଣବ ପ୍ରକାଶ ଦାସ କହିଛନ୍ତି ।

ତେବେ ସମ୍ବଲପୁର ଲୋକ ସଭା ଆସନରେ ଜିତାପଟ ପାଇଁ ଉଭୟ ଧର୍ମେନ୍ଦ୍ର ଓ ପ୍ରଣବ ଜୋରଦାର ପ୍ରଚାର କରୁଛନ୍ତି । ଲୋକଙ୍କ ପାଖକୁ ଯାଇ ନିଜର ଶକ୍ତିପ୍ରଦର୍ଶନ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁରରେ ପହଞ୍ଚିଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରରେ ପହଞ୍ଚିଛନ୍ତି। ଏଠାରେ କନିଷି ନିର୍ବାଚନୀ ସଭାରେ ଯୋଗ ଦେବେ।

ପାଣି ସମସ୍ୟା ସମାଧାନ ନ କଲେ ଭୋଟ ବର୍ଜନ ଚେତାବନୀ

ଚିତ୍ରକୋଣ୍ଡା,୬।୫(କ୍ଷିରୋଦ ବେହେରା):ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ହେଡ୍‌କ୍ୱାର୍ଟର୍‌ ତଥା କଲୋନୀ ପାଖରେ ପାଣି ସମସ୍ୟାକୁ ନେଇ ଲୋକଙ୍କ ବିରୋଧ ପ୍ରଦର୍ଶନ ଚାଲିଛି। ଚିତ୍ରକୋଣ୍ଡାରେ ଥିବା ବାଲିମେଳା...

ଜଳଖିଆରେ ଛେନାପୋଡ଼ ଖାଇଲେ ମୋଦି, ପ୍ରସ୍ତୁତ ହେଲା ସ୍ପେଶାଲ ଖାଇବା

ଭୁବନେଶ୍ୱର,୬।୫: ସାଧାରଣ ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ରବିବାର ଆସି ଓଡ଼ିଶାରେ ପହଁଞ୍ଚିଛନ୍ତି। ରାତି ପ୍ରାୟ ୧୦ଟା ୪୫ ମିନିଟ୍‌ ସମୟରେ ଆସି ସେ ରାଜଭବନରେ...

ରାଜଭବନରୁ ବାହାରିଲେ ମୋଦି: ବ୍ରହ୍ମପୁରରେ ବିଶାଳ ଜନସଭାକୁ କରିବେ ସମ୍ବୋଧିତ

ଭୁବନେଶ୍ୱର,୬।୫: ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ଅଛନ୍ତି। ସେ ରାଜଭବନରୁ ସୋମବାର ସକାଳେ ବ୍ରହ୍ମପୁର ଅଭିମୁଖେ ବାହାରିଛନ୍ତି। ବ୍ରହ୍ମପୁରରେ ମୋଦି ଏକ...

ଘରେ ଭୋଟ ଦେଲେ ୧୦୩ ବର୍ଷୀୟା ବୃଦ୍ଧା ଅନ୍ନପୂର୍ଣ୍ଣା

କୋରାପୁଟ,୬।୫(ଅମିତାଭ ବେହେରା): ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ହୋମ ଭୋଟିଂ (ଘରେ ମତଦାନ)। ବରିଷ୍ଠ ନାଗରିକ, ଭିନ୍ନକ୍ଷମମାନେ ମତଦାନ କେନ୍ଦ୍ରକୁ ନ...

ବିନା କାଗଜପତ୍ରରେ ଚାଲିଛି ଏକାଧିକ ଖାଦାନ

କୋରେଇ,୬।୫( ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀର ବିଭିନ୍ନ ବାଲି ଖାଦାନରୁ ଦୀର୍ଘ ଦିନ ହେବ ବ୍ୟବସାୟୀମାନେ ବିପୁଳ ମାତ୍ରାରେ...

ଜହର ପାଲଟିଛି ଜିଲାର ୭ ନଦୀ, ନାଳର ଜଳ

କେନ୍ଦ୍ରାପଡ଼ା, ୬।୫ (ଜଗନ୍ନାଥ ଧଳ); ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାର ପୂର୍ବପାର୍ଶ୍ୱରେ ବଙ୍ଗୋପସାଗର ଥିବାବେଳେ ଅନ୍ୟ ୩ ପାର୍ଶ୍ୱ ଜିଲାରେ ୪ ଜିଲାର ଶିଳ୍ପାଞ୍ଚଳ ରହିଛି। ଜଗତ୍‌ସିଂହପୁର,...

ଅସହ୍ୟ ଗୁୁଳୁଗୁଳି ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍‌ କାଟ

କାଏମା,୫ା୫(ଶିବପ୍ରସାଦ ମହାନ୍ତି): ଦିନକୁ ଦିନ ଅଘୋଷିତ ବିଦ୍ୟୁତ୍‌ କାଟ ଗ୍ରୀଷ୍ମ ପ୍ରବାହ ବେଳେ କଷ୍ଟଦାୟକ ହୋଇଛି ା ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଏପରି ସମସ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri