ପ୍ରଣବଙ୍କ ଆଗୁଆ ଜାମିନ ହାଇକୋର୍ଟରେ ଖାରଜ

ଭୁବନେଶ୍ୱର,୪।୭(ବ୍ୟୁରୋ): ସୁବର୍ଣ୍ଣପୁର ଜାତୀୟ ମିଶନ (ଏନଏଚ୍‌ଏମ୍‌) ବ୍ୟାଙ୍କ ଆକାଉଣ୍ଟରୁ ୫ କୋଟି ୧ଲକ୍ଷ ୫୦ ହଜାର ଟଙ୍କା ଠକେଇ ଘଟଣାରେ ଅନ୍ୟତମ ଅଭିଯୁକ୍ତ ନୟାପଲ୍ଲୀର ପ୍ରଣବ କୁମାର ରାଏ ଏବେ ବି ଫେରାର ଅଛନ୍ତି। କ୍ରାଇମବ୍ରାଞ୍ଚର ଗିରଫଦାରିରୁ ନିଜକୁ ବଞ୍ଚାଇବା ପାଇଁ ପ୍ରଣବ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ତେବେ ତାଙ୍କ ଜାମିନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଏହା ଏକ ବଡ଼ ଧରଣର ଆର୍ଥିକ ଠକେଇ। ଏଥିପାଇଁ ଉପଯୁକ୍ତ ତଦନ୍ତର ଆବଶ୍ୟକତା ରହିଛି। ଏଭଳି କ୍ଷେତ୍ରରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଗଲେ ତଦନ୍ତରେ ବାଧା ସୃଷ୍ଟି ହେବ ବୋଲି ଆଶଙ୍କା କରି ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଏସ୍‌.କେ. ମିଶ୍ର ପ୍ରଣବଙ୍କ ଆଗୁଆ ଜାମିନକୁ ଅଗ୍ରାହ୍ୟ କରିଦେଇଛନ୍ତି।

ଗତ ଏପ୍ରିଲ୍‌ ୭ରେ ସୁବର୍ଣ୍ଣପୁର ଜିଲା ସ୍ବାସ୍ଥ୍ୟ ସମିତି ଓ ଏନଏଚ୍‌ଏମ୍‌ ଆକାଉଣ୍ଟରୁ ୫ କୋଟି ୧ଲକ୍ଷ ୫୦ହଜାର ଟଙ୍କାକୁ ବେଆଇନ ଭାବେ ଅନ୍ୟଏକ ଆକାଉଣ୍ଟକୁ ଟ୍ରାନ୍ସଫର କରି ଉଠାଇ ନିଆଯାଇଥିଲା। ସୁବର୍ଣ୍ଣପୁର ଏସ୍‌ଡିପିଓ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ରେ ଅଭିଯୋଗ କରିବା ପରେ ନଂ.୮/୨୧ରେ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ ହୋଇଥିଲା। ଉକ୍ତ ଟଙ୍କା ଏମ୍‌/ଏସ୍‌ ନାଚୁରାଲ୍ସ ନାମରେ ଥିବା ଆକାଉଣ୍ଟକୁ ପଠାଯାଇଥିବା ଇଓଡବ୍ଲ୍ୟୁ ତଦନ୍ତରୁ ଜାଣିବାକୁ ପାଇଥିଲା। ଏନେଇ ଏମ୍‌/ଏସ୍‌ ନାଚୁରାଲ୍ସର କର୍ମଚାରୀ ସମୀର କୁମାର ପାଟୀଙ୍କୁ ଗିରଫ କରାଯାଇଥିଲା। ଏନଏଚ୍‌ଏମ୍‌ କାର୍ଯ୍ୟାଳୟର ପୂର୍ବତନ ଆକାଉଣ୍ଟାଣ୍ଟ ରାଜକିଶାର ନାୟକ ଏହି ଠକେଇ ଘଟଣାର ମୁଖ୍ୟ କାର୍ପଟଦାର ଥିବା ଜଣାପଡିବା ପରେ ତାଙ୍କ ସହ ଅନ୍ୟ ଜଣେ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଇଓଡବ୍ଲ୍ୟୁ ଅଭିଯୁକ୍ତଙ୍କ ଆକାଉଣ୍ଟ ଅଚଳ କରି ସେଥିତ୍ରୁ ୩ କୋଟି ୩୦ ଲକ୍ଷ ଟଙ୍କା ଜବତ କରିଥିଲା। ବାକି ୧ କାଟି ୭୧ ଲକ୍ଷ ଟଙ୍କା ବିଭିନ୍ନ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଇଥିବାବେଳେ କିଛି ଟଙ୍କା ନଗଦ ଭାବେ ଉଠାଯାଇଥିଲା। ଏଥିରୁ ୧କୋଟି ୫୦ ଲକ୍ଷ ପ୍ରଣବଙ୍କ ଆକାଉଣ୍ଟକୁ ପଠାଯାଇଥିବାରୁ ଇଓଡବ୍ଲ୍ୟୁ ତାଙ୍କ ନାମରେ ମାମଲା ରୁଜୁ କରି ଗିରଫ ପାଇଁ ଉଦ୍ୟମ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri