Posted inଜାତୀୟ

ରାହୁଲଙ୍କ ଅଫିସକୁ ଏଏମ୍‌-ପିଏମ୍‌ ଭିତରେ ତଫାତ ଜଣାନାହିଁ, ଦିନେ ପିଏମ୍‌ଓ କିଭଳି ଚଳାଇବେ; କଂଗ୍ରେସ ନେତାଙ୍କ ଉପରେ ରାଗିଯାଇ…

ନୂଆଦିଲ୍ଲୀ,୭।୧୨: ଥମିବାର ନାଁ ନେଉନାହିଁ କଂଗ୍ରେସର ଅଡ଼ୁଆ। ପ୍ରଥମେ ଅଧୀର ରଞ୍ଜନ ଚୌଧୁରୀ ସଂସଦରେ ଦଳକୁ କଟାକ୍ଷ କରିବା ପରେ ଏବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ନିଜର ପୁସ୍ତକରେ ଦଳକୁ ନେଇ ବଡ଼ ଖୁଲାସା କରିଛନ୍ତି। ରୂପା ପବ୍ଲିକେଶନ୍‌ ଦ୍ୱାରା ପ୍ରକାଶିତ ପୁସ୍ତକ ‘ଇନ୍‌ ପ୍ରଣବ, ମାଇଁ ଫାଦର: ଏ ଡଟର ରିମେମ୍ବର୍ସ’ରେ କଂଗ୍ରେସ ନେତାଙ୍କୁ ନେଇ ଅନେକ ଗୋପନ କଥା ପ୍ରଘଟ କରିଛନ୍ତି। ସେଥିରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଏବଂ ତାଙ୍କ ବାପାଙ୍କ ଭେଟଘାଟକୁ ନେଇ ଏକ ମଜାଦାର ଘଟଣା ବିଷୟରେ କୁହାଯାଇଛି।

ପୁସ୍ତକରେ ଶର୍ମିଷ୍ଠା କହିଛନ୍ତି, ଏକଦା ପ୍ରଣବ ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ୍‌ (ଅମୃତ ଉଦ୍ୟାନ)ରେ ପ୍ରାତଃ ଭ୍ରମଣ କରୁଥିଲେ। ତାଙ୍କୁ ପୂଜାପାଠ ଏବଂ ପ୍ରାତଃଭ୍ରମଣ କରିବା ସମୟରେ କେହି ତାଙ୍କୁ ବ୍ୟାଘାତ ଦେଲେ ସେ ଆଦୌ ବରଦାସ୍ତ କରୁ ନ ଥିଲେ। କିନ୍ତୁ ସେହି ସମୟରେ ହିଁ ରାହୁଲ ତାଙ୍କୁ ଭେଟିବାକୁ ଯାଇଥିଲେ। ହେଲେ ରାହୁଲ ପ୍ରଣବଙ୍କୁ ସନ୍ଧ୍ୟାରେ ଭେଟିବା ପାଇଁ ସମୟ ନେଇଥିଲେ। ରାହୁଲଙ୍କ ଟିମ୍‌ ଭୂଲବଶତଃ ସନ୍ଧ୍ୟା ବଦଳରେ ସକାଳେ ମିଟିଂ ଥିବା କହିଥିଲେ। ଫଳରେ ସେ ସକାଳେ ଯାଇ ମୋଗଲ ଗାର୍ଡେନରେ ସାକ୍ଷାତ କରିଥିଲେ। ଏହି ବିଷୟରେ ଶର୍ମିଷ୍ଠା ବାପାଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ, ଯଦି ଏଏମ୍‌ (ଏଣ୍ଟିମେରିଡିୟମ୍‌) ଏବଂ ପିଏମ୍‌ (ପୋଷ୍ଟ୍‌ ମେରିଡିୟମ୍‌)ର ପ୍ରଭେଦ ରାହୁଲଙ୍କ ଅଫିସକୁ ଜଣାନାହିଁ, ତେବେ ଦିନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ କିପରି ଚଳାଇବେ?

ସୂଚନାଯୋଗ୍ୟ, ପ୍ରଣବ ଭାରତର ତ୍ରୟୋଦଶ ରାଷ୍ଟ୍ରପତି (୨୦୧୨-୨୦୧୭) ଥିଲେ। ୨୦୨୦ ଅଗଷ୍ଟ ୧୩ରେ ୮୪ ବର୍ଷ ବୟସରେ ତାଙ୍କ ପରଲୋକ ହୋଇଥିଲା। ୨୦୨୧ରେ ରାଜନୀତି ଛାଡ଼ିଦେଇଥିବା କଂଗ୍ରେସର ପୂର୍ବତନ ମୁଖପାତ୍ର ଶର୍ମିଷ୍ଠା ନିଜ ପୁସ୍ତକରେ ବାପାଙ୍କ ଗୌରବମୟ ରାଜନୈତିକ ଜୀବନ ସମ୍ପର୍କରେ ସମ୍ୟକ ରୂପେ ଉଲ୍ଲେଖ କରିଛନ୍ତି। ୨୦୦୪ ଲୋକ ସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ସରକାର ଗଠନ ବେଳେ ସୋନିଆ ପ୍ରଣବଙ୍କ ପରିବର୍ତ୍ତେ କିପରି ମନମୋହନ ସିଂଙ୍କୁ ଭାରତର ପ୍ରଧାନମନ୍ତ୍ରୀ ବାଛିଥିଲେ ତାହା ‘ଦି ପିଏମ୍‌ ଇଣ୍ଡିଆ ନେଭର ହ୍ୟାଡ୍‌’ ଅଧ୍ୟାୟରେ ଶର୍ମିଷ୍ଠା ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆ ଆଡ୍ଡାରେ ପୋଲିସ ଚଢାଉ ବେଳେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ: ହତ୍ୟା ଉଦ୍ୟମ ମାମଲା ରୁଜୁ କଲା…

ଦିଗପହଣ୍ଡି,୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଏସ.ଆଇ ରାଜ କିଶୋର ପାତ୍ର ସଦଳବଳେ ଲଙ୍ଗଳ ଦେଇ, ଅନନ୍ତେଇ ଇଲାକାରେ ଶୁକ୍ରବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି…

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

ମୋଦିଙ୍କ ଭିଡ଼ିଓକୁ ନେଇ କଡ଼ା ଟାର୍ଗେଟ କଲେ ରୋହଣୀ

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ପିଲାମାନଙ୍କୁ କ୍ଷମା କରିଦେଇଛନ୍ତି। ସାମ୍ପ୍ରତିକ…

ଗୋରୁଙ୍କୁ ରାସ୍ତା କାଟି ଯିବାବେଳେ ସାଇକେଲରୁ ଖସି ୨ ଛାତ୍ର ଗୁରୁତର

ଥୁଆମୂଳ ରାମପୁର,୧।୮ (ଦୁର୍ଗା କୀର୍ତ୍ତି): ସକାଳୁ ସ୍କୁଲକୁ ଯିବା ବେଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ରାସ୍ତାରେ ଥିବା ଗାଈମାନଙ୍କୁ କାଟି ଯିବା ବେଳେ ସାଇକେଲର ଭାରସାମ୍ୟ…

ପାଟଣା ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସରେ ସମ୍ବର୍ଦ୍ଧିତ ହେବେ କୃତୀ ପ୍ରତିଭା

ପାଟଣା, ୧।୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ଆସନ୍ତା ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ…

ରାସ୍ତାରେ ଖୁଚୁରା ଟଙ୍କା ପକାଇ ମୁହୂର୍ତ୍ତକ ଭିତରେ ନେଇଗଲେ ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ

ଗଜପତି,(ଗିରିଧାରୀ ପରିଛା) ୧।୮: ଦିନଦ୍ୱିପ୍ରହରରେ ବ୍ୟାଙ୍କ ସାମ୍ନାରେ ଫିଲ୍ମ ଷ୍ଟାଇଲରେ ଲୁଟ୍। ରାସ୍ତାରେ ଖୁଚୁରା ଟଙ୍କା ପକାଇ ଧ୍ୟାନ ଭୁଲାଇଦେଲେ, ଆଉ ମୁହୂର୍ତ୍ତକ ଭିତରେ ୫ ଲକ୍ଷ…

୪୦ ଫୁଟ ତଳକୁ ଖସିଲା ବାଇକ୍; ଜଣେ ମୃତ, ଜଣେ ଗୁରୁତର

ଗୁଣୁପୁର, ୧/୮ (ସଂକେତ ପାତ୍ର): ରାୟଗଡ଼ା ଜିଲା ପୁଟାସିଂ ଥାନା ଅନ୍ତର୍ଗତ ଆରାଡୁଲ ଘାଟିରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ…

ମା’ ପାଇଁ ଭକ୍ତଙ୍କ ଉପହାର :ମନ୍ଦିରକୁ ୨ ଲକ୍ଷ ୫୪ ହଜାର ଟଙ୍କା ସହ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ମନ୍ଦିର ପରିଚାଳନା କମିଟି ଓ ବହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri