Posted inଜାତୀୟ

ରାହୁଲଙ୍କ ଅଫିସକୁ ଏଏମ୍‌-ପିଏମ୍‌ ଭିତରେ ତଫାତ ଜଣାନାହିଁ, ଦିନେ ପିଏମ୍‌ଓ କିଭଳି ଚଳାଇବେ; କଂଗ୍ରେସ ନେତାଙ୍କ ଉପରେ ରାଗିଯାଇ…

ନୂଆଦିଲ୍ଲୀ,୭।୧୨: ଥମିବାର ନାଁ ନେଉନାହିଁ କଂଗ୍ରେସର ଅଡ଼ୁଆ। ପ୍ରଥମେ ଅଧୀର ରଞ୍ଜନ ଚୌଧୁରୀ ସଂସଦରେ ଦଳକୁ କଟାକ୍ଷ କରିବା ପରେ ଏବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ନିଜର ପୁସ୍ତକରେ ଦଳକୁ ନେଇ ବଡ଼ ଖୁଲାସା କରିଛନ୍ତି। ରୂପା ପବ୍ଲିକେଶନ୍‌ ଦ୍ୱାରା ପ୍ରକାଶିତ ପୁସ୍ତକ ‘ଇନ୍‌ ପ୍ରଣବ, ମାଇଁ ଫାଦର: ଏ ଡଟର ରିମେମ୍ବର୍ସ’ରେ କଂଗ୍ରେସ ନେତାଙ୍କୁ ନେଇ ଅନେକ ଗୋପନ କଥା ପ୍ରଘଟ କରିଛନ୍ତି। ସେଥିରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଏବଂ ତାଙ୍କ ବାପାଙ୍କ ଭେଟଘାଟକୁ ନେଇ ଏକ ମଜାଦାର ଘଟଣା ବିଷୟରେ କୁହାଯାଇଛି।

ପୁସ୍ତକରେ ଶର୍ମିଷ୍ଠା କହିଛନ୍ତି, ଏକଦା ପ୍ରଣବ ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ୍‌ (ଅମୃତ ଉଦ୍ୟାନ)ରେ ପ୍ରାତଃ ଭ୍ରମଣ କରୁଥିଲେ। ତାଙ୍କୁ ପୂଜାପାଠ ଏବଂ ପ୍ରାତଃଭ୍ରମଣ କରିବା ସମୟରେ କେହି ତାଙ୍କୁ ବ୍ୟାଘାତ ଦେଲେ ସେ ଆଦୌ ବରଦାସ୍ତ କରୁ ନ ଥିଲେ। କିନ୍ତୁ ସେହି ସମୟରେ ହିଁ ରାହୁଲ ତାଙ୍କୁ ଭେଟିବାକୁ ଯାଇଥିଲେ। ହେଲେ ରାହୁଲ ପ୍ରଣବଙ୍କୁ ସନ୍ଧ୍ୟାରେ ଭେଟିବା ପାଇଁ ସମୟ ନେଇଥିଲେ। ରାହୁଲଙ୍କ ଟିମ୍‌ ଭୂଲବଶତଃ ସନ୍ଧ୍ୟା ବଦଳରେ ସକାଳେ ମିଟିଂ ଥିବା କହିଥିଲେ। ଫଳରେ ସେ ସକାଳେ ଯାଇ ମୋଗଲ ଗାର୍ଡେନରେ ସାକ୍ଷାତ କରିଥିଲେ। ଏହି ବିଷୟରେ ଶର୍ମିଷ୍ଠା ବାପାଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ, ଯଦି ଏଏମ୍‌ (ଏଣ୍ଟିମେରିଡିୟମ୍‌) ଏବଂ ପିଏମ୍‌ (ପୋଷ୍ଟ୍‌ ମେରିଡିୟମ୍‌)ର ପ୍ରଭେଦ ରାହୁଲଙ୍କ ଅଫିସକୁ ଜଣାନାହିଁ, ତେବେ ଦିନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ କିପରି ଚଳାଇବେ?

ସୂଚନାଯୋଗ୍ୟ, ପ୍ରଣବ ଭାରତର ତ୍ରୟୋଦଶ ରାଷ୍ଟ୍ରପତି (୨୦୧୨-୨୦୧୭) ଥିଲେ। ୨୦୨୦ ଅଗଷ୍ଟ ୧୩ରେ ୮୪ ବର୍ଷ ବୟସରେ ତାଙ୍କ ପରଲୋକ ହୋଇଥିଲା। ୨୦୨୧ରେ ରାଜନୀତି ଛାଡ଼ିଦେଇଥିବା କଂଗ୍ରେସର ପୂର୍ବତନ ମୁଖପାତ୍ର ଶର୍ମିଷ୍ଠା ନିଜ ପୁସ୍ତକରେ ବାପାଙ୍କ ଗୌରବମୟ ରାଜନୈତିକ ଜୀବନ ସମ୍ପର୍କରେ ସମ୍ୟକ ରୂପେ ଉଲ୍ଲେଖ କରିଛନ୍ତି। ୨୦୦୪ ଲୋକ ସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ସରକାର ଗଠନ ବେଳେ ସୋନିଆ ପ୍ରଣବଙ୍କ ପରିବର୍ତ୍ତେ କିପରି ମନମୋହନ ସିଂଙ୍କୁ ଭାରତର ପ୍ରଧାନମନ୍ତ୍ରୀ ବାଛିଥିଲେ ତାହା ‘ଦି ପିଏମ୍‌ ଇଣ୍ଡିଆ ନେଭର ହ୍ୟାଡ୍‌’ ଅଧ୍ୟାୟରେ ଶର୍ମିଷ୍ଠା ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri