ଲଗାତର ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ

ପାଣାଜୀ,୨୮।୩: ଗୋଆର ମୁଖ୍ୟମନ୍ତ୍ରୀ ଭାବରେ ସୋମବାର ଶପଥ ଗ୍ରହଣ କରିଛନ୍ତି ପ୍ରମୋଦ ସାୱନ୍ତ। ରାଜଧାନୀ ପାଣାଜୀସ୍ଥିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆୟୋଜିତ ଏକ ସମାରୋହରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବରିଷ୍ଠ ଭାଜପା ନେତା ଯୋଗ ଦେଇଛନ୍ତି। ପ୍ରମୋଦ ଲଗାତର ଦ୍ୱିତୀୟଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ବିଧାନସଭାର ପୂର୍ବତନ ବାଚସ୍ପତି ରହିଛନ୍ତି। ତାଙ୍କ ସହ ରବି ନାୟକ, ନୀଲେଶ କ୍ରାବଲ, ବିଶ୍ୱଜିତ ରାଣେ, ମାଭିନ ଗୁଦିନ୍ଦ୍ରୋ, ସୁଭାଷ ଶିରୋଦକର ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।
ପ୍ରମୋଦ ସାୱନ୍ତ ଉତ୍ତର ଗୋଆର ସାଙ୍କଲିମରୁ ବିଧାୟକ ଅଟନ୍ତି। ୨୦୧୭ରେ ବିଧାନସଭାର ବାଚସ୍ପତି ନିର୍ବାଚିତ ହୋଇଥିଲେ। ମାର୍ଚ୍ଚ ୨୦୧୯ରେ ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ। ବୃତ୍ତି ଅନୁଯାୟୀ ସେ ଜଣେ ଆୟୁର୍ବେଦ ଡାକ୍ତର।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ମାର୍କେଟ୍‌ କ୍ରାଶ୍‌: ୫ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ନୂଆଦିଲ୍ଲୀ,୨୩।୬: ଦକ୍ଷିଣ କୋରିଆ ବଜାରରେ ତୀବ୍ର ହ୍ରାସର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ପଡ଼ିଛି। BSE ସେନସେକ୍ସ ପ୍ରାୟ ୬୦୦-୭୦୦ ପଏଣ୍ଟ ହ୍ରାସ ପାଇଛି। NSE ନିଫ୍ଟି …

୧୦୨ କେଜି ଗଞ୍ଜେଇ ସହ ୪ ଜଣଙ୍କୁ ବାନ୍ଧିଲା ପୋଲିସ: ଇନୋଭା ଗାଡିରେ…

ଭଞ୍ଜନଗର,୨୩।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ସୋମବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ଠାରୁ ୧୦୨ କେଜି ଗଞ୍ଜେଇ,…

ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, କେମିତି ଯିବେ ଜାଣନ୍ତୁ…

ପୁରୀ,୨୩।୬: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ମଙ୍ଗଳବାର ଦ୍ୱିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ ପୁରୀବାସୀଙ୍କ…

ଉଦ୍ୟାନ ପରିସର ସଫା କଲେ ବିଧାୟକ: କହିଲେ, ସ୍ବଚ୍ଛତା ଅଭିଯାନ ନୁହେଁ, ଏକ ସାମାଜିକ ଦାୟିତ୍ୱ

ଛତ୍ରପୁର,୨୩।୬(ଦିଲ୍ଲୀପ ସାମଲ): ‘ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ’ ଅଭିଯାନ ଅନ୍ତର୍ଗତ ଆଜି ଛତ୍ରପୁର ପୌରପରିଷଦର ଏକାମ୍ର ନଗରସ୍ଥିତ ଶିଶୁ ଉଦ୍ୟାନରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି…

ସାନଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବଡ଼ଭାଇ,ପୁତୁରା: ଫେରାର୍‌ ଥିବାବେଳେ ବାପପୁଅଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୨୩।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମର ସାନଭାଇ କହ୍ନେଇ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦିଗପହଣ୍ଡି ପୋଲିସ…

ବିଧାନସଭା ଭିତରେ ଷ୍ଟାଲିନଙ୍କ ନକଲ କଲେ ମୁଖ୍ୟମନ୍ତ୍ରୀ ବିଜୟ, ତାଳିରେ କମ୍ପିଲା ଗୃହ, ଦେଖନ୍ତୁ VIDEO

ଚେନ୍ନାଇ,୨୩।୬: ତାମିଲନାଡୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଭାଷଣର ଶେଷ ଭାଗ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥିଲା, ଯେତିକି ତାଙ୍କର ସମ୍ପୂର୍ଣ୍ଣ ସମ୍ବୋଧନ ଥିଲା। ଭାଷଣ…

ମାତ୍ର ୫୦ ଟଙ୍କା ନିବେଶ କଲେ ମିଳିବ ୩୫ ଲକ୍ଷର ଦମଦାର୍‌ ରିଟର୍ନ; ଆପଣଙ୍କୁ ଧନୀ କରିବ ପୋଷ୍ଟ ଅଫିସର ଏହି ଯୋଜନା

ଭୁବନେଶ୍ୱର, ୨୩।୬: ମାସ ଶେଷରେ ଦରମା ବା ପାରିଶ୍ରମିକ ଯାହା ବି ହେଉ ନା କାହିଁକି, ସଞ୍ଚୟ କରିବା ନିହାତି ଜରୁରୀ ଯେପରି ଭବିଷ୍ୟତରେ ଆବଶ୍ୟକତା ସମୟରେ…

ଜିଲାପାଳ ପରାମର୍ଶ କ୍ରମେ ଜୋର୍‌ ସୋରରେ ଚାଲିଛି ସଫେଇ ଅଭିଯାନ, ସାମିଲ ହେଲେ…

ଗଞ୍ଜାମ,୨୩।୬(ବିଦ୍ୟାଧର ସାହୁ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହୱାନ ଓ ଗଞ୍ଜାମ ଜିଲାପାଳ ଭି କୀର୍ତ୍ତି ଭାସନଙ୍କ ପରାମର୍ଶ କ୍ରମେ ଜିଲାର ବିଭିନ୍ନ ସ୍ଥାନରେ ସଫେଇ ଅଭିଯାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri