Posted inଖେଳ

ପ୍ରମୋଦଙ୍କୁ ଏସିଆନ ପାରା ଗେମ୍ସ ଯୋଗ୍ୟତା

ଭୁବନେଶ୍ୱର, ୨୭।୭ (ତପନ ସ୍ବାଇଁ): ଓଡ଼ିଶା କ୍ରୀଡ଼ା ପାଇଁ ଆସିଛି ଏକ ଭଲ ଖବର। ଚାଇନାର ହାଙ୍ଗଝୋଉରେ ଅକ୍ଟୋବର ୨୨ରୁ ୨୮ ପର୍ଯ୍ୟନ୍ତ ହେବାକୁଥିବା ୪ର୍ଥ ଏସିଆନ ପାରା ଗେମ୍ସ ପାଇଁ ରାଜ୍ୟର ତାରକା ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଯୋଗ୍ୟତା ଅର୍ଜନ କରିଛନ୍ତି। କେବଳ ଗୋଟିଏ ନୁହେଁ ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସଡ ଡବଲ୍ସ ଆଦି ୩ଟି ଇଭେଣ୍ଟ ପାଇଁ ସେ ଯୋଗ୍ୟତା ପାଇଛନ୍ତି। ଆଗାମୀ ପାରା ଏସିଆନ ଗେମ୍ସ ପାଇଁ ଓଡ଼ିଶାର ପ୍ରଥମ ଖେଳାଳି ଭାବେ ସେ ଯୋଗ୍ୟତା ହାସଲ କରିଛନ୍ତି। ଏସିଆନ ଯୋଗ୍ୟତା ପାଇଁ ଉତ୍ତର ପ୍ରଦେଶର ଗ୍ରେଟର ନଏଡାଠାରେ ଚଳିତ ମାସ ୨୪ରୁ ୨୬ ପର୍ଯ୍ୟନ୍ତ ଟ୍ରାଏଲ୍ସ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରମୋଦଙ୍କ ସମେତ ଓଡ଼ିଶାରୁ ୪ ଖେଳାଳି ଭାଗ ନେଇଥିଲେ। ମାତ୍ର ପ୍ରମୋଦ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାରାଲିମ୍ପିକ୍‌ ଗୋଲ୍ଡ ମେଡାଲିଷ୍ଟ ପ୍ରମୋଦ ସିଙ୍ଗଲ୍ସ ଟ୍ରାଏଲ୍ସରେ ପ୍ରାଧାନ୍ୟ ବିସ୍ତାର କରି ୫ ମ୍ୟାଚରୁ ୪ଟିରେ ବିଜୟ ହାସଲ କରିଥିଲେ। ଡବଲ୍ସରେ ତାଙ୍କ ପାର୍ଟନର ଥିଲେ ଅନ୍ୟତମ ଭାରତୀୟ ଖେଳାଳି ସୁକାନ୍ତ କଦମ। ପ୍ରମୋଦ-ସୁକାନ୍ତ ଯୋଡ଼ି ୪ ମ୍ୟାଚରୁ ୩ଟିରେ ବିଜୟୀ ହୋଇ ଏସିଆନ ପାରା ଗେମ୍ସ ଟିକେଟ ପାଇଥିଲେ। ସେହିପରି ମିକ୍ସଡ ଡବଲ୍ସରେ ମନୀଷା ରାମଦାସଙ୍କୁ ସାଥିକରି ପ୍ରମୋଦ ୬ ଗେମ୍‌ରୁ ୫ଟିରେ ଜିତି ଯୋଗ୍ୟତା ଅର୍ଜନ କରିଥିଲେ।
ମୁଖ୍ୟ ଟୁର୍ନାମେଣ୍ଟକୁ ଅପେକ୍ଷା
ଏସିଆନ ପାରା ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବାରୁ ସ୍ବାଭାବିକଭାବେ ଖୁସି ପ୍ରକାଶ କରିଛନ୍ତି ପ୍ରମୋଦ। ”ଏସିଆନ ପାରା ଗେମ୍ସର ୩ଟି ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଟ୍ରାଏଲ୍ସରେ ମୋର ପ୍ରଦର୍ଶନ ଭଲ ରହିଥିଲା। ମୋ ମତରେ ବଡ଼ ଟୁର୍ନାମେଣ୍ଟଗୁଡ଼ିକ ପାଇଁ ଟ୍ରାଏଲ୍ସ ହେବା ଉଚିତ। ଏହାଦ୍ୱାରା ପ୍ରତ୍ୟେକ ଖେଳାଳି ସୁଯୋଗ ପାଇପାରିବେ। ଯୁବ ଖେଳାଳିମାନେ ମଧ୍ୟ ମୋଟିଭେଟ ହୋଇପାରିବେ ଏବଂ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ଚେଷ୍ଟା କରିବେ। ଏବେ ଟୁର୍ନାମେଣ୍ଟକୁ ମୁଁ ଆଗ୍ରହର ସହିତ ଅପେକ୍ଷା କରିଛି“ ବୋଲି ପ୍ରମୋଦ ପ୍ରକାଶ କରିଛନ୍ତି। ପ୍ରକାଶଯୋଗ୍ୟ ଯେ, ପ୍ରମୋଦଙ୍କ ପାଇଁ ଏସିଆନ ପାରା ଗେମ୍ସ ଯୋଗ୍ୟତା ଏହା ନୂଆ ନୁହେଁ। ୨୦୧୮ରେ ଜାକର୍ତ୍ତାରେ ଅନୁଷ୍ଠିତ ପ୍ରତିଯୋଗିତାରେ ସେ ସିଙ୍ଗଲ୍ସରେ ସ୍ବର୍ଣ୍ଣ ଏବଂ ଡବଲ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ୨୦୧୪ରେ ଇଞ୍ଚତ୍ଅନରେ ଆୟୋଜିତ ପ୍ରତିଯୋଗିତାରେ ସେ ପୁରୁଷ ସିଙ୍ଗଲ୍ସରେ ବ୍ରୋଞ୍ଜ ପଦକ ପାଇଥିଲେ। ୨୦୨୦ ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଅର୍ଜନ କରିଥିବା ପ୍ରମୋଦ ବିଶ୍ୱ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ୫ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୧ ବ୍ରୋଞ୍ଜ ପଦକ ଅର୍ଜନ କରିଛନ୍ତି। ୨୦୧୯ରେ ସେ ଅର୍ଜୁନ ଏବଂ ରାଜ୍ୟର ସର୍ବୋଚ୍ଚ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇଥିଲେ। ୨୦୨୧ରେ ଖେଳରନତ୍ ପୁରସ୍କାର ପାଇଥିବା ଏହି ପାରା ବ୍ୟାଡ୍‌ମିଣ୍ଟନ ତାରକା ୨୦୨୨ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?