Posted inଖେଳ

ପ୍ରମୋଦ ସେମିଫାଇନାଲରେ

ଭୁବନେଶ୍ୱର, ୨୫ା୨ (କ୍ରୀଡ଼ା ପ୍ରତିନିଧି): ସ୍ପେନ୍‌ର ଭିକ୍ଟୋରିଆଠାରେ ଚାଲିଥିବା ସ୍ପାନିଶ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ଶୁକ୍ରବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ କ୍ୱାର୍ଟର ଫାଇନାଲରେ ସେ ଥାଇଲାଣ୍ଡର ମୋଙ୍ଗଖୋନ ବୁନସୁନଙ୍କୁ ୧୬-୨୧, ୨୧-୧୨, ୨୧-୧୮ରେ ପରାସ୍ତ କରିଛନ୍ତି। ସେମିଫାଇନାଲରେ ସେ ଜାପାନର ଦାଇସୁକେ ଫୁଜିହାରାଙ୍କୁ ଭେଟିବେ। ପୂର୍ବରୁ ଅନୁଷ୍ଠିତ ପ୍ରି-କ୍ୱାର୍ଟର ଫାଇନାଲରେ ସେ ୟୁକ୍ରେନର ଓଲେକଜାଣ୍ଡର ଚିର୍କୋଭଙ୍କୁ ୧୧-୨୧, ୨୧-୧୭, ୨୧-୧୨ ପଏଣ୍ଟରେ ପରାସ୍ତ କରିଥିଲେ। ପ୍ରଥମ ସେଟ୍‌ରେ ପରାଜିତ ହୋଇଥିଲେ ହେଁ ପ୍ରମୋଦ ସଫଳ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ୨ ସେଟ୍‌ ଜିତିଥିଲେ। ଅନ୍ୟପକ୍ଷରେ ପ୍ରମୋଦ ଓ
ମନୀଷା ରାମଦାସ ମିକ୍ସଡ ଡବଲ୍ସ ଯୋଡି ପ୍ରି-କ୍ୱାଟରରେ ଇଣ୍ଡୋନେସିଆର ଫ୍ରେଡି ସେତିଓ୍ବାନ ଓ ଖାଲିମାଟୁସ ସାଦିୟାଙ୍କଠାରୁ ୨୧-୧୫, ୧୮-୨୧, ୧୮-୨୧ରେ ହାରି ଯାଇଛନ୍ତି। ପ୍ରେତିଯୋଗିତାରେ ଭାଗ ନେଇଥିବା ଅନ୍ୟତମ ଓଡ଼ିଶା ଖେଳାଳି ଦୀପ ରଞ୍ଜନ ବିଶୋଇ ଡବଲ୍ସରେ ମନୋଜ ସରକାରଙ୍କୁ ସାଥିକରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଯୋଡ଼ି ଫ୍ରାନ୍ସର ଗୁଇଲାଉମେ ଗାଇଲି ଓ ଚିର୍କୋଭ ଓଲେକଜାଣ୍ଡର ଯୋଡ଼ିଙ୍କୁ ୨୧-୧୨, ୨୧-୯ରେ ପରାସ୍ତ କରିଛନ୍ତି। କ୍ୱାର୍ଟର ଫାଇନାଲରେ ଦୀପ ରଞ୍ଜନ-ମନୋଜ ଯୋଡ଼ି ନିଜ ଦେଶର ପ୍ରମୋଦ ଭଗତ ଓ ସୁକାନ୍ତ କଦମ ଯୋଡ଼ିଙ୍କୁ ଭେଟିବେ।
ସେହିପରି ଶୁଭ୍ରଜିତ ମହାରଣା ଓ ମହମ୍ମଦ ଅର୍ବାଜ ଅନସାରୀ ଡବଲ୍ସ ଯୋଡି ପ୍ରି-କ୍ୱାଟର୍ର୍‌ରେ ମେକ୍ସିକୋର ଆନ୍ତୋନୀ ଆଲଭାରାଡୋ ଓ ଆଞ୍ଜେଲ ଗାବ୍ରିଏଲଙ୍କୁ ୨୧-୧୪, ୨୧-୧୬ରେ ପରାସ୍ତ କରିଛନ୍ତି। ବିଜୟୀ ଯୋଡ଼ି କ୍ୱାର୍ଟରରେ ନିଜ ଦେଶର ବିକ୍ରମ କୁମାର ଓ ସୁହାସ୍‌ ୟତିରାଜ୍‌ ଯୋଡ଼ିଙ୍କୁ ଭେଟିବେ। ଦିଲେଶ୍ୱର୍‌ ରାଓ
ସିଙ୍ଗଲ୍ସ ଓ ଡବଲ୍ସରେ ହାରିଯାଇ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡ ଦଳକୁ ଆଣ୍ଡରସନଙ୍କ ପ୍ରତ୍ୟାବର୍ତ୍ତନ

ଲଣ୍ଡନ, ୭।୧୨- ଚଳିତ ମାସ ଅନ୍ତିମ ସପ୍ତାହରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ଲାଗି ଶନିବାର ଭ୍ରମଣକାରୀ ଇଂଲଣ୍ଡ ଦଳ ଘୋଷଣା...

ଫ୍ରେଞ୍ଚ୍‌ ଓପନ୍‌: ନାଡ଼ାଲ, ଜୋକୋଭିଚ୍‌ଙ୍କ ଅଗ୍ରଗତି

ପ୍ୟାରିସ୍‌,୨୮।୫ (ଏଏଫ୍‌ପି)- ଗତଥରର ଚାମ୍ପିୟନ ସ୍ପେନ୍‌ର ରାଫାଲ ନାଡ଼ାଲ ଓ ସର୍ବିଆ ତାରକା ନୋଭାକ ଜୋକୋଭିଚ୍‌ ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ ଦ୍ୱିତୀୟ...

କେକେଆରକୁ ହୃଦଘାତ୍‌ ଦେଲା ଶାର୍ଦ୍ଦୁଳଙ୍କ ଓଭର

ଦୁବାଇ,୧୫।୧୦: ଚଳିତ ଆଇପିଏଲ ଫାଇନାଲ ମ୍ୟାଚ୍‌ରେ ୯୧୩ ରନ୍‌ର ବିଶାଳ ଟାର୍ଗେଟ ପିଛା କରୁଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ଗୋଟିଏ ଓଭରରେ ଡବଲ ଝଟକା...

ଷ୍ଟୋକ୍ସ ବିବିସି ସ୍ପୋଟର୍‌ସ ପର୍ସନାଲିଟି ଅଫ୍‌ ଦ ଇୟର

ଲଣ୍ଡନ,୧୬।୧୨- ବିବିସି ସ୍ପୋଟର୍‌ସ ପର୍ସନାଲିଟି ଅଫ୍‌ ଦ ଇୟର ପୁରସ୍କାରରେ ଇଂଲଣ୍ଡ କ୍ରିକେଟ ହ୍ୟାଟ୍ରିକ କରିଛି। ବିଶ୍ୱକପ୍‌ ଚାମ୍ପିୟନ ଇଂଲଣ୍ଡକୁ ବର୍ଷର ଶ୍ରେଷ୍ଠ ଦଳ ଓ...

ଦୁଇ ମାସ ପାଇଁ କ୍ରିକେଟରୁ ଦୂରେଇ ରହିବେ

ଅକଲାଣ୍ଡ,୭।୧୨: ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ ଓ୍ବିଲିୟମସନ କହୁଣୀ ଜନିତ ସମସ୍ୟା କାରଣରୁ ଆଗାମୀ ଦୁଇ ମାସ ପାଇଁ କ୍ରିକେଟରୁ ଦୂରେଇ ରହିବେ। ଫଳରେ ସେ...

ରୋହିତଙ୍କ କୀର୍ତ୍ତିମାନ

ଧର୍ମଶାଳା,୨୭।୨: ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ସର୍ବାଧିକ ମ୍ୟାଚ୍‌ ଖେଳିବାର ରେକର୍ଡର ଅଧିକାରୀ ହୋଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ରବିବାର ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଅନ୍ତିମ...

୪୪ତମ ଚେସ୍‌ ଅଲିମ୍ପିଆଡ୍‌ରୁ ଓହରିଲା ପାକିସ୍ତାନ

ଇସ୍‌ଲାମାବାଦ୍‌/ନୂଆଦିଲ୍ଲୀ,୨୮ା୭: ଚେନ୍ନାଇରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ୪୪ତମ ଚେସ୍‌ ଅଲିମ୍ପିଆଡ୍‌ରୁ ଓହରିଯାଇଛି ପାକିସ୍ତାନ। ଜମ୍ମୁ-କଶ୍ମୀର ବାଟ ଦେଇ ପ୍ରତିଯୋଗିତାର ଟର୍ଚ୍ଚ ରିଲେ ଯାଇଥିବାରୁ ପ୍ରତିବାଦ ସ୍ବରୂପ...

ସୂର୍ଯ୍ୟକୁମାରଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ପଣ୍ଟିଂ

ନୂଆଦିଲ୍ଲୀ,୨୭।୧: ଅଷ୍ଟ୍ରେଲିଆର ମହାନ କ୍ରିକେଟର ରିକି ପଣ୍ଟିଂ ଭାରତୀୟ ମିଡିଲ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି। ବର୍ତ୍ତମାନ ସମୟରେ କୌଶଳ...

Advertisement
Archives

Model This Week