Posted inUncategorized

ଜଙ୍ଗଲରେ ବିତୁଛି ପ୍ରମିଳାଙ୍କ ଜୀବନ

ପିପିଲି,୬।୫(ଡି.ଏନ.ଏ.): ପିପିଲି ବ୍ଲକ ଅଞ୍ଚଳରେ ଜଣେ ବୃଦ୍ଧା ପ୍ରାୟ ୨୦ବର୍ଷରୁ ଅଧିକ ସମୟ ହେବ ଜଙ୍ଗଲ ଭିତରେ ଦୁର୍ବିସହ ଜୀବନଯାପନ କାଟୁଛନ୍ତି। ସେ ହେଉଛନ୍ତି ପ୍ରମିଳା ସ୍ବାଇଁ, ବୟସ ୭୦ ଛୁଇଁଲାଣି, ଚନ୍ଦ୍ରଦେଇପୁର ପଞ୍ଚାୟତ ୧୪ ନମ୍ବର ୱାର୍ଡରେ ଚାଳ ଘରଟିଏ। ପରିବାର କହିଲେ କେହି ନାହାନ୍ତି। ୨୦ବର୍ଷ ହେବ ଗାଁ ପଛପଟ ଜଙ୍ଗଲ ଭିତରେ ଝାଟିମାଟି କୁଡ଼ିଆ ଘରେ ରହି ଆସୁଥିଲେ। ହେଲେ ଗତ ଫନୀ ବାତ୍ୟାରେ ସେତକ ବି ଚାଲିଗଲା, ଘର ଭାଙ୍ଗି ମାଟିରେ ମିଶିଗଲା। ସେବେଠାରୁ ଏକ ପଲିଥିନ ଜରିଆରେ ୪ବର୍ଷ ହେବ ବିପଦସଙ୍କୁଳ ଅବସ୍ଥାରେ ଜୀବନ ବିତାଉଛନ୍ତି। କେତେବେଳେ ରାତିରେ ବିଛଣାରେ ସାପ ଆସି ଯାଉଛି ତ କେତେବେଳେ କୁକୁର ଆସି ହାଣ୍ଡିରୁ ଭାତ ଖାଇ ଦେଉଛି, ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡ଼ୁଛି। ବଞ୍ଚିବା ପାଇଁ ପ୍ରମିଳା ସଙ୍ଘର୍ଷ କରି ଆସୁଥିଲେ ମଧ୍ୟ କାହାର ନଜର ପଡ଼ୁନି ତାଙ୍କ ଉପରେ। ଫନୀ ପରେ ସହାୟତା ପାଇଁ ୩ଥର ତଦନ୍ତ ହୋଇଥିବାବେଳେ ଥ୍ରି ମ୍ୟାନ କମିଟି ମଧ୍ୟ ପ୍ରମିଳାଙ୍କ ବାସ୍ତବ ସ୍ଥିତିକୁ ଦେଖିଛନ୍ତି। ହେଲେ ବ୍ଲକ ପ୍ରଶାସନର ଅପାରଗତ ଯୋଗୁ ପ୍ରମିଳାଙ୍କୁ ଏପର୍ଯ୍ୟନ୍ତ ଆବାସଘର କି କୌଣସି ପ୍ରକାର ସହାୟତା ମିଳିପାରି ନାହିଁ। ଏପରିକି ବାରମ୍ବାର ନିର୍ବାଚିତ ଜନପ୍ରତିନିଧିଙ୍କୁ ଆବାସ ଖଣ୍ଡିଏ ପାଇଁ ପ୍ରମିଳା ଗୁହାରି କରିବା ସହ ଆବାସ ଯୋଜନା ପାଇଁ ଫର୍ମ ମଧ୍ୟ ପଞ୍ଚାୟତରେ ଦାଖଲ କରିଛନ୍ତି। ତାଙ୍କ ପାଇଁ ଆବାସ ଯୋଜନା ଯେପରି ସାତସପନ ପାଲଟି ଯାଇଛି। ସବୁଠୁ ନିରାଶ ହେବା ପରେ ଏବେ ଶେଷରେ ବୟସର ଅପରାହ୍ନରେ ଭାଗ୍ୟକୁ ଆଦରି ସେଇ ଜଙ୍ଗଲ ଭିତରେ ଅନ୍ଧକାରମୟ ଜୀବନ ବିତାଉଥିବା କହିଛନ୍ତି ପ୍ରମିଳା। ସେପଟେ ତାଙ୍କୁ ଏଭଳି ଦୟନୀୟ ଅବସ୍ଥାରେ ଦେଖି ୱାର୍ଡ ସଭ୍ୟ ପ୍ରଭାତୀ ସାହୁ ସହାୟତା ପାଇଁ ଆଗକୁ ଆସିଛନ୍ତି। ପ୍ରଶାସନିକ ତ୍ରୁଟି ଯୋଗୁ ପ୍ରମିଳା ଆବାସ ଯୋଜନାରୁ ଦୀର୍ଘଦିନ ହେବ ବଞ୍ଚିତ ଅଛନ୍ତି, ତେଣୁ ଯଥାଶୀଘ୍ର ବ୍ଲକ ପ୍ରଶାସନ ତଦନ୍ତ କରି ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ୱାର୍ଡ ସଭ୍ୟା ସାହୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri