ପ୍ରମିଳା-ଭାସ୍କର ସାକ୍ଷାତ୍‌ ଆଲୋଚନା, ଚିନ୍ତାରେ ବିରୋଧୀ

ରାୟଗଡ଼ା,୨୩ା୧(ସ୍ବ.ପ୍ର.):ମନ୍ତ୍ରୀ ପ୍ରମିଳା ମଲିକ ପୂର୍ବତନ ଏମ୍‌ପି ଏନ. ଭାସ୍କର ରାଓଙ୍କ ଘରକୁ ଯିବା ବିଜେଡ଼ିର ଭାସ୍କର ବିରୋଧୀ ଗୋଷ୍ଠୀଙ୍କୁ ଚିନ୍ତାରେ ପକାଇଛି। ପ୍ରମିଳା ସେଠାକୁ କାହିଁକି ଗଲେ ଏବଂ ଭାସ୍କରଙ୍କ ସହିତ କଣ ଆଲୋଚନା କଲେ ସେନେଇ ବିରୋଧୀ ଖୋଳତାଡ ଆରମ୍ଭ କରିଛନ୍ତି।
ଚଇତି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ରବିବାର ସକାଳେ ରାୟଗଡ଼ାରେ ମନ୍ତ୍ରୀ ପ୍ରମିଳା ପହଞ୍ଚତ୍ଥିଲେ। ସେ ସର୍କିଟ ହାଉସରେ କିଛି ସମୟ କଟାଇ ଭାସ୍କରଙ୍କ ଘରକୁ ଯାଇଥିଲେ ା ଭାସ୍କରଙ୍କ ଘରକୁ ଯାଇ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଦଳୀୟ ସଂଗଠନକୁ ମଜଭୁତ କରିବା ସହିତ ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେଡ଼ିର ରଣନୀତି ପ୍ରସ୍ତୁତିରେ ଭାସ୍କରଙ୍କୁ ସାମିଲ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ା ଅବିଭକ୍ତ କୋରାପୁଟ ଜିଲାରେ ବିଜେଡ଼ି କିଭଳି ଭଲ ପ୍ରଦର୍ଶନ କରିବ ସେ ନେଇ ଭାସ୍କରଙ୍କ ସହ ଆଲୋଚନା କରିଥିବା ଆଲୋଚନା ହେଉଛି। ଭାସ୍କର ଓ ପ୍ରମିଳାଙ୍କ ଆଲୋଚନା ବେଳେ ସେଠାରେ କୌଣସି ଜିଲାସ୍ତରୀୟ ନେତା ଉପସ୍ଥିତ ନ ଥିଲେ। ଭାସ୍କରଙ୍କୁ ବିଜେଡ଼ି କିଛି ଗୁରୁ ଦାୟିତ୍ୱ ଦେବାକୁ ଯାଉଛି ା ଯାହାର ମାଧ୍ୟମ ସାଜିଛନ୍ତି ମନ୍ତ୍ରୀ ପ୍ରମିଳା ମଲିକ ବୋଲି ଶୁଣିବାକୁ ମିଳୁଛି। ଏନେଇ ଭାସ୍କର ବିରୋଧୀ ଗୋଷ୍ଠୀ ଚିନ୍ତାରେ ପଡିଛନ୍ତି। ଦଳରେ ପଦପଦବୀ ଲୋଭରେ କେତେକ ୨୦୧୯ରୁ ଭାସ୍କରଙ୍କୁ କୋଣଠେସା କରିବାକୁ ଉଦ୍ୟମ ଚଳାଇଛନ୍ତି ା ଭାସ୍କର ଦଳ ବିରୋଧରେ ପ୍ରଚାର କରୁଥିବା ମିଛ ଖବର ପ୍ରଚାର କରି ତାଙ୍କୁ ଦଳରେ ଅଣଦେଖା ପାଇଁ ଷଡ଼ଯନ୍ତ୍ର ଚାଲିଛି ା ଏସବୁର ସତ୍ୟତା ପରଖିବା ସହ ସମାଧାନ ପାଇଁ ହୁଏତ ପ୍ରମିଳା ଭାସ୍କରଙ୍କୁ ଭେଟିଥିବା କୁହାଯାଉଛି। ସେହିପରି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ସଂନ୍ଧ୍ୟାରେ ଭାସ୍କରଙ୍କୁ ଘରକୁ ଯାଇଥିବା ସୂଚନା ମିଳିଛି ା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ନେଇ ଏହି ଦୁଇ ମନ୍ତ୍ରୀ ଭାସ୍କରଙ୍କ ସହ ଆଲୋଚନା କରିଥିବା କେତେକ କର୍ମୀ ପ୍ରକାଶ କରିଛନ୍ତି ା ଅନ୍ୟପକ୍ଷରେ ମନ୍ତ୍ରୀ ପ୍ରମିଳାଙ୍କ ଉପସ୍ଥିତିରେ ଭାସ୍କର ଏବଂ ବିଜେଡ଼ି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଫୋନରେ ମଧ୍ୟ କଥାବାର୍ତ୍ତା ହୋଇଛି। ରାଜନୀତିରେ ଅବିଭକ୍ତ କୋରାପୁଟ ଜିଲାର ପିତାମହ ଭୀଷ୍ମ, ଚାଣକ୍ୟ ଆଦି ଆଖ୍ୟା ପାଇଥିବା ଭାସ୍କର ବିରୋଧୀଙ୍କ କଥାରେ କୌଣସି ପ୍ରତିକ୍ରିୟା ନ ଦେଇ ଦଳ ପାଇଁ ସର୍ବଦା ନିଷ୍ଠାପର ସହ ଦାୟିତ୍ୱ ତୁଲାଇଛନ୍ତି ା ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ମିଳିଛି ସେ ନିଷ୍ଠାର ସହ ସମ୍ପାଦନ କରିଛନ୍ତି ା ଗତ ପୌର ନିର୍ବାଚନରେ ସେ ରାୟଗଡ଼ାର ୨୧ କାଉନସିଲର ଏବଂ ପୌରାଧ୍ୟକ୍ଷ ଆସନରେ ବିଜେଡ଼ିକୁ ବିଜୟୀ କରିଥିଲେ ା ଏନେଇ ଭାସ୍କରଙ୍କୁ ପଚାରିବାରୁ ସେ କହିଥିଲେ, ସେମିତି କିଛି ନାହିଁ ା ମନ୍ତ୍ରୀ ପ୍ରମିଳାଙ୍କ ସହ ୩୦ ବର୍ଷର ସମ୍ପର୍କ ା ବ୍ୟକ୍ତିଗତ ଭାବେ ତାଙ୍କର ଏହି ସାକ୍ଷାତ ସୌଜନ୍ୟମୂଳକ ଥିଲା ା ମୁଁ ସବୁବେଳେ ବିଜେଡ଼ିରେ ଅଛି, ଦଳ ପାଇଁ କାମ କରୁଛି ଆଉ କରୁଥିବି ବୋଲି ଭାସ୍କର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri