Posted inଜାତୀୟ

ରାହୁଲଙ୍କ ଟୁଇଟ୍‌କୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ

ନୂଆଦିଲ୍ଲୀ,୨୩ ।୧୧: ଭାରତ-ଚାଇନା ସୀମା ବିବାଦକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରୁଥିବା ବେଳେ ଏବେ ତାଙ୍କର ଏକ ଟୁଇଟ୍‌ର ଉତ୍ତର ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ସେ କହିଛନ୍ତି ଯଦି ଚାଇନା ଭାରତର କିଛି ଅଂଶ ଦଖଲ କରିଛି ତେବେ ଏଥିପାଇଁ କଂଗ୍ରେସ ଦଳ ଦାୟୀ । କାରଣ ୧୯୬୨ରେ ଏହାର ଭୁଲ ପଲିସି ଯୋଗୁ ଏଭଳି ଘଟଣା ଘଟିଛି । ତେଣୁ ଏହାକୁ ନେଇ ରାହୁଲ ଗାନ୍ଧୀ ଓ କଂଗ୍ରେସ ପ୍ରଶ୍ନ ଉଠାଇବା ଅନୁଚିତ । ସେମାନେ ପ୍ରଥମେ ନିଜ ଦଳକୁ ସଜାଡନ୍ତୁ ତା’ପରେ ଅନ୍ୟକଥା ଚିନ୍ତା କରିବେ । ସୂଚନାଯୋଗ୍ୟ, ଗତ ମେ’ ମାସରୁ ଭାରତ-ଚାଇନା ସୀମା ବିବାଦ ଲାଗି ରହିଥିବା ବେଳେ ଉଭୟ ପକ୍ଷର ସେନା ପଛକୁ ଘୁଞ୍ଚିବାକୁ ରାଜି ହେଉ ନାହାନ୍ତି । ଫଳରେ ବେଳକୁ ବେଳ ସୀମାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀରରେ ଖରାପ ଫିଲ୍ମ ଦେଖିବା ପାଇଁ ବ୍ୟବହୃତ ହେଉଛି ଇଣ୍ଟରନେଟ୍‌: ନୀତି ଆୟୋଗ ସଦସ୍ୟ

ନୂଆଦିଲ୍ଲୀ,୧୯।୧: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଥିଲା। ଏହା ଦ୍ୱାରା ସ୍ଥାନୀୟ ଅର୍ଥ ବ୍ୟବସ୍ଥା ଉପରେ କୌଣସି ପ୍ରଭାବ ପଡ଼ି...

୨୦୨୪ ସୁଦ୍ଧା ପ୍ରତିଟି ରାଜ୍ୟରେ ହେବ ଏନ୍‌ଆଇଏ ଅଫିସ୍‌

ନୂଆଦିଲ୍ଲୀ,୨୭।୧୦: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ରାଜ୍ୟ କ୍ଷେତ୍ରବାହାରେ କ୍ଷମତା ଦିଆଯିବା ସହ ୨୦୨୪ ସୁଦ୍ଧା ପ୍ରତି ରାଜ୍ୟରେ ଏହାର ଶାଖା ଖୋଲିବ ବୋଲି ସ୍ବରାଷ୍ଟ୍ର...

କରୋନା ଭାଇରସରେ ମୃତକଙ୍କ ପରିବାରକୁ ମିଳିବ ସହାୟତା

ନୂଆଦିଲ୍ଲୀ,୧୪।୩: ଏବେ କରୋନା ଭାଇରସ କବଳରେ ଭାରତ। ଏବେସୁଦ୍ଧା ଏଠାରେ ୮୫ ଜଣ କରୋନା ଭାଇରସ ପଜିଟିଭଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨...

ପାଞ୍ଚ ଲକ୍ଷ ୫୧ ହଜାର ଦୀପରେ ଝଲସିବ ଅଯୋଧ୍ୟା

ଲକ୍ଷ୍ନୌ,୧୩ ।୧୧: ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ ସମସ୍ତେ ପ୍ରସ୍ତୁତ ହୋଇ ସାରିଲେଣି । ମର୍ଯ୍ୟାଦା ପୁରୁଷ ରାମଙ୍କ ଜନ୍ମଭୂମୀ ଅଯୋଧ୍ୟାରେ ଦୀପ ଜାଳି...

ହିନ୍ଦୁ ଯୁବକ-ହିନ୍ଦୁ ଯୁବତୀଙ୍କୁ ମିଛ କହିବା ମଧ୍ୟ ଜିହାଦ୍‌, ଏଭଳି କହିଲେ ମୁଖ୍ୟମନ୍ତ୍ରୀ…

ଗୁଆହାଟି,୧୧।୭: ଜଣେ ହିନ୍ଦୁ ଯୁବକ ହିନ୍ଦୁ ଯୁବତୀଙ୍କୁ ମିଛ କହିବା ମଧ୍ୟ ଏକ ପ୍ରକାର ଜିହାଦ୍‌। ଏନେଇ ଖୁବ୍‌ ଶୀଘ୍ର ରାଜ୍ୟରେ ଆଇନ ଅଣାଯିବ। ଆଗାମୀ...

୩ ମାସରେ ପ୍ରଥମ ଥର ୨୪ଘଣ୍ଟାରେ ସର୍ବନିମ୍ନ ପଜିଟିଭ୍‌ ଚିହ୍ନଟ

ମୁମ୍ବାଇ,୨୮।୭: ଦେଶରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ଶହ...

ଭାଜପା ସରକାରଙ୍କ ମିଛ ଋଣଛାଡ଼ ଯୋଜନା; ଆତ୍ମହତ୍ୟା କରିଛନ୍ତି ଚାଷୀ: ପ୍ରିୟଙ୍କା

ସହାରନପୁର,୯।୩: ଉତ୍ତରପ୍ରଦେଶ ଭାଜପା ସରକାରଙ୍କୁ କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟାଗେର୍ଟ କରିଛନ୍ତି। ଭାଜପା ସରକାରଙ୍କ ମିଛ ଋଣଛାଡ଼ ଯୋଜନା ଯୋଗୁ ସାହରନପୁରରେ ଜଣେ...

ମୁମ୍ବାଇ ବିମାନବନ୍ଦରରେ ୬୧ କିଲୋ ସୁନା ଜବତ

ମୁମ୍ବାଇ,୧୩।୧୧:ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୀମାଶୁଳ୍କ ଅଧିକାରୀମାନେ ୬୧ କିଲୋଗ୍ରାମ ସୁନା ଜବତ କରିଛନ୍ତି, ଯାହାର ମୂଲ୍ୟ ୩୨ କୋଟି ଟଙ୍କା। ବିମାନବନ୍ଦରରେ...

Advertisement
Archives

Model This Week