ମୁଁ ନିଶ୍ଚିତ ଯେ ଠିକ୍‌ ରାସ୍ତାରେ ଅଛି: ପ୍ରକୃତି ମିଶ୍ର

ଭୁବନେଶ୍ୱର,୨୩।୭: ଗୋଟିଏ ପଟେ ଓଲିଉଡ୍‌ ଅଭିନେତା ବାବୁସାନଙ୍କ ସହ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସମ୍ପର୍କ ଥିବା କଥା ପଦାକୁ ଆସିଥିବା ବେଳେ ଅପରପକ୍ଷେ ପରସ୍ପରକୁ ଭଲ ବନ୍ଧୁ ବୋଲି କହୁଛନ୍ତି ଦୁହେଁ। ଏଭଳି ସ୍ଥିତିରେ ବାବୁସାନଙ୍କ ସ୍ତ୍ରୀ ତୃପ୍ତି କିନ୍ତୁ ତାହା ମିଛ। ଉଭୟ ଏକାଠି ରହୁଥିବା କହିଛନ୍ତି। ଏବେ ଉଭୟଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥାନାରେ ମଧ୍ୟ ପହଞ୍ଚିସାରିଲାଣି। ପ୍ରଥମେ ଅଭିନେତ୍ରୀଙ୍କ ମା’ବାପା ଆଉ ଏବେ ବାବୁସାନଙ୍କ ମା’ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି ବୋହୂଙ୍କ ସହ ଥାନାରେ ଅଭିଯୋଗ କରିଛନ୍ତି। ଏସବୁ ମଧ୍ୟରେ ପ୍ରକୃତି ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ଚର୍ଚ୍ଚାରେ।

ସେ ପୋଷ୍ଟ କରି କହିଛନ୍ତି, ପ୍ରତ୍ୟେକ କାହାଣୀର ଦୁଇଟି ପାର୍ଶ୍ୱ ଥାଏ। ଦୁର୍ଭାଗ୍ୟବଶତଃ ଆମେ ଏମିତି ଏକ ସମାଜରେ ବାସ କରୁଛୁ ଯେଉଁଠାରେ କିଛି ଶୁଣିବା ପୂର୍ବରୁ ହିଁ ମହିଳାଙ୍କୁ ଦୋଷୀ ସଜାଇ ଦିଆଯାଏ। ମୁଁ ଏବଂ ମୋର କୋ-ଷ୍ଟାର ବାବୁସାନ ଚେନ୍ନାଇରେ ରହୁଥିବା ଉତ୍କଳ ସମାଜର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାହାରିଥିଲୁ। ସେହି ସମୟରେ ତାଙ୍କ ସ୍ତ୍ରୀ କିଛି ଗୁଣ୍ଡାଙ୍କୁ ଧରି ବାବୁସାନଙ୍କୁ ନିଯ୍ୟାତନା ଦେବା ସହ ମୋତେ ଅତର୍କିତ ଭାବେ ଶାରୀରିକ ଏବଂ ମାନସିକ ଆଘାତ ଦେଇଥିଲେ। ତାଙ୍କ ସ୍ତ୍ରୀଙ୍କ ଏଭଳି ବ୍ୟବହାର ମୋ’ ପକ୍ଷରେ ଆଦୌ ଗ୍ରହଣୀୟ ନୁହେଁ। ଯାହା ହେଉନା କାହିଁକି ମୁଁ ନିଶ୍ଚିତ ଯେ ଠିକ ରାସ୍ତାରେ ଅଛି। ଆଇନ ଉପରେ ମୋର ପୂରା ଭରସା ରହିଛି। ଆଗାମୀ ପରିସ୍ଥିତିକୁ ଧୌର୍ଯ୍ୟ ଏବଂ ସାହସର ସହ ସାମ୍ନା କରିବାକୁ ଆପଣଙ୍କର ସ୍ନେହ, ଶ୍ରଦ୍ଧା ଏବଂ ସମର୍ଥନର ଆବଶ୍ୟକତା କରୁଛି ବୋଲି ସେ ଲେଖିଛନ୍ତି। ପୋଷ୍ଟରେ ସେ ‘ଦ ଶୋ’ ମଷ୍ଟ ଗୋ’ ଅନ୍‌’ ବୋଲି କ୍ୟାପଶନରେ ଲେଖିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପୂର୍ବରୁ ଉଠିଲା କୋକେଇ

ଝାରସୁଗୁଡା ଅଫିସ, ୯।୨: ବାହାଘର ଆଉ ମାସେ ଥିବାବେଳେ ନର୍ବନ୍ଧକୁ ଥିଲା ଆଉ୨ ଦିନ । ପୁଅ ବାହାଘରକୁ ନେଇ ପରିବାର ଲୋକେ ଆୟୋଜନରେ ଲାଗି...

୧୯ ଜିଲାରୁ ୧୨୯ ପଜିଟିଭ୍‌: କେନ୍ଦ୍ରାପଡ଼ାରୁ ସର୍ବାଧିକ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରାଜ୍ୟରେ ରବିବାର ଚିହ୍ନଟ ୧୨୯ ନୂଆ ପଜିଟିଭ୍‌ ୧୯ ଜିଲାର। ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଜିଲାରେ ସର୍ବାଧିକ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା...

ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ୩ ମହାନଗର ଆସନ ସଂରକ୍ଷଣ ଚିଠା

ଭୁବନେଶ୍ୱର,୭।୧(ବ୍ୟୁରୋ)- ପୌର ନିର୍ବାଚନ ପାଇଁ ଓ୍ବାର୍ଡ ପୁନର୍ଗଗଠନ ଓ ଆସନ ସଂରକ୍ଷଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଶୁକ୍ରବାର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ...

ଏଫ୍‌ଏସ୍‌ଏସ୍‌ଏଆଇ ରିପୋର୍ଟ: ବିଷାକ୍ତ ହେଉଛି ଦୁଗ୍ଧ; ପରୋକ୍ଷରେ କର୍କଟ ରୋଗକୁ ନିମନ୍ତ୍ରଣ

ଭୁବନେଶ୍ୱର,୨୦ା୧୦(ବ୍ୟୁରୋ): ଖାଦ୍ୟପେୟରେ ଦୁଗ୍ଧ ଏକ ପ୍ରମୁଖ ଉପାଦାନ। ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଖାଇବାକୁ ପସନ୍ଦ କରନ୍ତି। ତେବେ...

ସରପଦାରେ ହେବ ମିନିଷ୍ଟାଡିୟମ୍‌

ଭଣ୍ଡାରିପୋଖରୀ, ୧୮।୯ (ଡି.ଏନ.ଏ.):  ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତର ସରପଦା ସ୍କୁଲ ପଡ଼ିଆରେ ମିନିଷ୍ଟାଡିୟମ୍‌ ନିର୍ମାଣ ହେବ। ଏଥିପାଇଁ ଅଢ଼େଇ ଏକର ସ୍ଥାନ...

ହ୍ରିତିକଙ୍କ ପରେ ସମ୍ପର୍କ ଉପରେ ମୋହର ମାରିଲେ ସୁଜୈନ

ବମ୍ବେ: ପରସ୍ପରଠାରୁ ଅଲଗା ହେବା ପରେ ଜୀବନରେ ଆଗକୁ ବଢ଼ିଛନ୍ତି ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ ସ୍ତ୍ରୀ ସୁଜୈନ ଖାନ୍‌। ଏବେ ଉଭୟ ନିଜ...

ସୁନ୍ଦରଗଡ଼: ଟ୍ରେନ୍‌ ଧକ୍କାରେ ୨ ହାତୀ ମୃତ

ରାଉରକେଲା ଅଫିସ,୪।୨: ସୁନ୍ଦରଗଡ଼ ଜିଲା ବିଶ୍ରା ବନ ବିଭାଗ ଅଧୀନ ମହିପାଣି ନିକଟରେ ବୁଧବାର ବିଳମ୍ବିତ ରାତିରେ ଟ୍ରେନ୍‌ ଧକ୍କାରେ ଦୁଇଟି ହାତୀଙ୍କ ମୃତ୍ୟୁ ହୋଇଛି।...

ମହାଯାତ୍ରା ଆରମ୍ଭ…

ମୁମ୍ବାଇ, ୬।୨ : ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କର ଅନ୍ତିମ ସଂସ୍କାର ପାଇଁ ମହାଯାତ୍ରା ଆରମ୍ଭ ହୋଇଛି। ଲତାଙ୍କ ପାର୍ଥିବ ଶରୀର ଉପରେ ତ୍ରିରଙ୍ଗା ରଖାଯାଇ...

Advertisement
Archives

Model This Week