ନୂଆଦିଲ୍ଲୀ,୨୦।୧୦: ପ୍ରଜ୍ଞାନ ଓଝାଙ୍କୁ ଟିମ ଇଣ୍ଡିଆର ନୂଆ ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ୱ ମିଳଛି। ତେବେ ତାଙ୍କ କାର୍ଯ୍ୟ କେବଳ ଦଳ ଚୟନରେ ସୀମିତ ରହିବ ନାହିଁ, ବରଂ ଦଳ ଭିତରେ ଥିବା ମତଭେଦ ଦୂର କରିବା ମଧ୍ୟ ତାଙ୍କ ପାଇଁ ଏକ ବଡ଼ ଦାୟିତ୍ୱ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ରିପୋର୍ଟ ଅନୁସାରେ, ଭାରତୀୟ ଦଳର ଷ୍ଟାର୍ ବ୍ୟାଟର୍ ବିରାଟ କୋହଲି ଏବଂ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମଧ୍ୟରେ ରହିଥିବା କଥିତ ମତଭେଦର ସମାଧାନ କରିବା ଦିଗରେ ପ୍ରଜ୍ଞାନ ଓଝା କାମ କରୁଥିବା କୁହାଯାଉଛି। ଉଭୟଙ୍କ ସହ ଓଝାଙ୍କର ଭଲ ସମ୍ପର୍କ ଥିବାରୁ ସେ ଏହି ମାମଲାରେ ମଧ୍ୟସ୍ଥତା କରିପାରନ୍ତି। ପ୍ରଜ୍ଞାନ ଓଝା ଅଜିତ ଅଗରକରଙ୍କ ସ୍ଥାନ ନେଇଛନ୍ତି। ଏହି ଦାୟିତ୍ୱ ପାଇଁ ତାଙ୍କୁ ବିସିସିଆଇ ବାର୍ଷିକ ୩ କୋଟି ଟଙ୍କା ଦରମା ଦେବ।
ଭାରତୀୟ କ୍ରିକେଟ୍ର ଆଗାମୀ ଅନ୍ତର୍ଜାତୀୟ ପ୍ରତିଯୋଗିତାଗୁଡ଼ିକ ନୂଆ ଚୟନକର୍ତ୍ତାଙ୍କ ପାଇଁ ବଡ଼ ପରୀକ୍ଷା ହେବ। ୨୦୨୭ ଦିନିକିଆ ବିଶ୍ୱକପ, ୨୦୨୮ ଲସ ଏଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ଏବଂ ୨୦୨୮ ଟି-୨୦ ବିଶ୍ୱକପ୍କୁ ଦୃଷ୍ଟିରେ ରଖି ଦଳ ଗଠନ, ଯୁବ ଖେଳାଳିଙ୍କୁ ସୁଯୋଗ ଏବଂ ଅଭିଜ୍ଞ ଖେଳାଳିଙ୍କ ଚୟନ ଉପରେ ଗୁରୁତ୍ୱ ଦେବାକୁ ପଡ଼ିପାରେ।
ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ସମୟରେ ଭାରତ ତିନୋଟି ଆଇସିସି ଟ୍ରଫି ଜିତିଥିବା ଦାବି କରାଯାଇଛି। ଏପରି ସଫଳତାର ଧାରା ବଜାୟ ରଖିବା ଯେକୌଣସି ନୂଆ ଚୟନ କମିଟି ପାଇଁ ବଡ଼ ଆହ୍ବାନ ହେବ।
Dharitri – Odisha’s No.1 Odia Daily

