ପ୍ରଭାସଙ୍କ ପ୍ରଶଂସକଙ୍କୁ ମିଳିବ ଭାଲେଣ୍ଟାଇନ ଡେ’ ଉପହାର

ମୁମ୍ବାଇ: ସାଉଥ୍ ଷ୍ଟାର ପ୍ରଭାସଙ୍କ ଲାଗି ଚଳିତ ବର୍ଷ ଭାଲେଣ୍ଟାଇନ ଡେ’ ସ୍ପେଶାଲ ହେବାକୁ ଯାଉଛି । ତାଙ୍କର ବହୁ ପ୍ରତିକ୍ଷିତ ବହୁଭାଷି ଫିଲ୍ମ ‘ରାଧେଶ୍ୟାମ’ ର ଟିଜର ଭାଲେଣ୍ଟାଇନ ଡେ’ରେ ରିଲିଜ ହେବାକୁ ଯାଉଛି । ନିଜେ ପ୍ରଭାସ ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ଶେୟାର କରି ଏହି ସୂଚନା ଦେଇଛନ୍ତି । ଏହି ପୋଷ୍ଟରରେ ପ୍ରଭାସ ରୋମର ସଡ଼କରେ ବୁଲୁଥିବାର ଦେଖାଯାଇଛି । ଏଥିରେ ସେ ଏକ ଲଭର ବୟ ଭୂମିକାରେ ନଜର ଆସିବେ । ଆଉ ପୂଜା ହେଗଡେଙ୍କ ସହ ରୋମାନ୍ସ କରିବେ । ରାଧେଶ୍ୟାମର ଟିଜର ଭାଲେଣ୍ଟଇନ ଡେ’ ଦିନ ସକାଳ ୯ଟା ୧୮ରେ ରିଲିଜ୍ ହେବ । ପୋଷ୍ଟର ଶେୟାର କରି ପ୍ରଭାସ ଲେଖିଛନ୍ତି, ରାଧେଶ୍ୟାମର ଝଲକ ସହ ଭାଲେଣ୍ଟାଇନ ଡେ’ରେ ଦେଖାହେବ । ଦର୍ଶକେ ପ୍ରଭାସଙ୍କୁ ଏକ ରୋମାଣ୍ଟିକ୍ ଲାଇଟରେ ଦେଖିବାକୁ ଅପେକ୍ଷା ରଖିଛନ୍ତି । ପ୍ରଭାସ ଭାରତରେ ସବୁଠାରୁ ଡିଜାରେବଲ ଅଭିନେତା ହୋଇଥିବା ବେଳେ ତାଙ୍କୁ ରୋମାଣ୍ଟିକ ଭୂମିକାରେ ଦେଖିବା ଏକ ଟ୍ରିଟ୍ର ଭଳି ହୋଇଥାଏ । ରାଧେଶ୍ୟାମ ଏକ ବହୁଭାଷି ଫିଲ୍ମ ହୋଇଥିବା ବେଳେ ରାଧା କୃଷ୍ଣ କୁମାର ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମରେ ପ୍ରଭାସ ଓ ପୂଜା ହେଗଡେଙ୍କ ବ୍ୟତୀତ ସଚ୍ଚିନ ଖେଡକର, ପ୍ରିୟଦର୍ଶି ଭାଗ୍ୟଶ୍ରୀ, ମୁରଲି ଶର୍ମାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହାର ମ୍ୟୁଜିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଏହାର ଟିମ୍ ଭିନ୍ନ ଭିନ୍ନ ମାର୍କେଟରୁ ଭିନ୍ନ ଭିନ୍ନ ସଙ୍ଗିତ ନିର୍ଦ୍ଦେଶକଙ୍କୁ ଏକାଥରେ ଆଣିବାକୁ ପ୍ରୟାସ କରିଛନ୍ତି । ଫିଲ୍ମରେ ସବୁ ଗୀତ ଅଲଗା ଅଲଗା ଭର୍ସନରେ ପରସ୍ପରଠାରୁ ଭିନ୍ନ ହେବ । ଯାହାକି ଭାରତୀୟ ସିନେମାରେ ପୂର୍ବରୁ କେବେ ହୋଇ ନ ଥିବା କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡା ଏଡିଜେ

ଗୁଣପୁର,୨୭।୫( ସୁଜାତା ପାଢ଼ୀ ): ଘରୋଇ କନ୍ଦଳ ପରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ବିଚାରଣା କରି ରାୟଗଡା ଏଡିଜେ ଅଳ୍ପନା ସ୍ବାଇଁ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri