ମିଲ୍କି ୱେ ବ୍ଲାକ୍‌ ହୋଲ୍‌ରୁ ବାହାରୁଛି ଶକ୍ତିଶାଳୀ ପବନ

ନୂଆଦିଲ୍ଲୀ/ୱାଶିଂଟନ,୮ା୬: ମହାକାଶ ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ଆମ ଗାଲାକ୍ସି ଅର୍ଥାତ୍‌ ‘ମିଲ୍କି ୱେ’ (ଛାୟାପଥ)ର କେନ୍ଦ୍ରସ୍ଥଳରେ ଥିବା ସୁପରମାସିଭ୍‌ ବ୍ଲାକ୍‌ ହୋଲ୍‌ ‘ସାଜିଟେରିଅସ୍‌ ଏ*’ (ଏସ୍‌ଡିଆର ଏ*)ରୁ ଏକ ଶକ୍ତିଶାଳୀ ପ୍ରବାହ ବା ପବନ ନିର୍ଗତ ହେବାର ପ୍ରଥମ ପ୍ରତ୍ୟକ୍ଷ ପ୍ରମାଣ ପାଇଛନ୍ତି ଜ୍ୟୋତିର୍ବିଜ୍ଞାନୀମାନେ। ଏହି ଆବିଷ୍କାର ସହିତ ୧୯୭୦ ଦଶକରୁ ଗଷେବକମାନଙ୍କୁ ଆନ୍ଦୋଳିତ କରୁଥିବା ଏକ ପୁରୁଣା ରହସ୍ୟର ସମାଧାନ ହୋଇଛି। ଗତ ଜୁନ୍‌ ୪ରେ ପ୍ରତିଷ୍ଠିତ ମହାକାଶ ବିଜ୍ଞାନ ପତ୍ରିକା ‘ଦି ଆଷ୍ଟ୍ରୋଫିଜିକାଲ ଜର୍ନାଲ ଲେଟର୍ସ’ରେ ଏହି ଗବେଷଣା ପତ୍ର ପ୍ରକାଶ ପାଇଛି।
ଆଷ୍ଟ୍ରୋଫିଜିକ୍ସ ମଡେଲ୍‌ ଅନୁସାରେ, ବ୍ଲାକ୍‌ ହୋଲ୍‌ ଭିତରକୁ ଯିବା ପୂର୍ବରୁ ଆଲୋକର ଗତି ସହ ସମାନ ବେଗରେ ଗତି କରୁଥିବା ପଦାର୍ଥଗୁଡ଼ିକ ମଧ୍ୟରୁ ବଡ଼ ପରିମାଣରେ ‘ଜେଟ୍ସ’ ଏବଂ ‘ଉଇଣ୍ଡ୍‌’ ବାହାରିବା କଥା। ହେଲେ ଏହା ପୂର୍ବରୁ ଏହାର କୌଣସି ପ୍ରାମାଣିକ ସୂଚନା ମିଳି ନ ଥିଲା। ଏହି ସଫଳତା ପାଇଁ ଚିଲିରେ ଥିବା ‘ଆଟାକାମା ଲାର୍ଜ ମିଲିମିଟର/ସବ୍‌ ମିଲିମିଟର ଆରେ’ (ଆଲ୍‌ମା) ଟେଲିସ୍କୋପ୍‌ର ୫ ବର୍ଷର ଡାଟାକୁ ଗବେଷକମାନେ ବିଶ୍ଳେଷଣ କରିଥିଲେ। ଏହା ସାହାଯ୍ୟରେ ସେମାନେ ‘ସାଜିଟେରିଅସ୍‌ ଏ*’ ଚାରିପାଖରେ ଥିବା ଥଣ୍ଡା ମଲିକ୍ୟୁଲାର ଗ୍ୟାସ୍‌ର ଏକ ସ୍ପଷ୍ଟ ମାନଚିତ୍ର ପ୍ରସ୍ତୁତ କରିବାରେ ସଫଳ ହୋଇଥିଲେ। ବ୍ଲାକ୍‌ ହୋଲ୍‌ରୁ ବାହାରୁଥିବା ପ୍ରଖର ରେଡିଓ ଆଲୋକକୁ ଫିଲ୍ଟର କରିବା ପରେ ବିଜ୍ଞାନୀମାନେ ସେହି ଗ୍ୟାସ୍‌ ବାଦଲ ଭିତରେ ୩ ଆଲୋକବର୍ଷ (ଲାଇଟ ଇଅର୍‌) ଲମ୍ବର ଏକ କୋନ ଆକୃତିର ଶୂନ୍ୟସ୍ଥାନ ବା କ୍ୟାଭିଟି ଦେଖିବାକୁ ପାଇଥିଲେ। ନାସାର ‘ଚନ୍ଦ୍ର ଏକ୍ସ-ରେ ଅବଜରଭେଟୋରି’ରୁ ମିଳିଥିବା ଡାଟା ମଧ୍ୟ ଏହାକୁ ସ୍ପଷ୍ଟ କରିଛି। ଏହି ଶୂନ୍ୟସ୍ଥାନଟି ପ୍ରତି ସେକେଣ୍ଡରେ ବହୁ ହଜାର କିଲୋମିଟର ବେଗରେ ବ୍ଲାକ୍‌ ହୋଲ୍‌ରୁ ବାହାରକୁ ଆସୁଥିବା ଗରମ ଏବଂ ହାଇସ୍ପିଡ୍‌ ଗ୍ୟାସ୍‌ ଦ୍ୱାରା ପୂର୍ଣ୍ଣ ରହିଛି। ଏହି ଗବେଷଣାରେ ସାମିଲ ଥିବା ନର୍ଥୱେଷ୍ଟର୍ନ ୟୁନିଭର୍ସିଟିର ଆଷ୍ଟ୍ରୋଫିଜିସିଷ୍ଟ ମାର୍କ ଗୋର୍ସ୍କି ଏକ ବିବୃତିରେ କହିଛନ୍ତି, ‘ଯଦି ଏକ ବ୍ଲାକ୍‌ ହୋଲ୍‌ ସମ୍ପୂର୍ଣ୍ଣ ଭାକ୍ୟୁମ୍‌ (ଶୂନ୍ୟତା)ରେ ନାହିଁ, ତେବେ ଏଥିରୁ ପବନ ବାହାରିବା ନିଶ୍ଚିତ। ଆଉ ମହାକାଶରେ କୌଣସି ସ୍ଥାନ ସମ୍ପୂର୍ଣ୍ଣ ଭାକ୍ୟୁମ୍‌ ନୁହେଁ। ନୂଆ ନିରୀକ୍ଷଣ ଯୋଗୁ ଆମେ ପ୍ରଥମ ଥର ପାଇଁ ଏହି ପବନର ଚିହ୍ନକୁ ସ୍ପଷ୍ଟ ଭାବେ ଦେଖିପାରିଛୁ।’ ଗବେଷକଙ୍କ ଅନୁମାନ ଅନୁସାରେ, ଏହି ପବନ ପ୍ରାୟ ୨୦,୦୦୦ ବର୍ଷ ହେବ ବହି ଚାଲିଛି, କାରଣ ବର୍ତ୍ତମାନ ସାଜିଟେରିଅସ ଏ* ଏକ ଶାନ୍ତ ବା ‘ଡର୍ମାଣ୍ଟ’ ଅବସ୍ଥାରେ ଅଛି। ଗବେଷଣାର ଅନ୍ୟତମ ସହଯୋଗୀ ନର୍ଥୱେଷ୍ଟର୍ନ ୟୁନିଭର୍ସିଟିର ପ୍ରଫେସର ଏଲିନା ମୁରଚିକୋଭା କହିଛନ୍ତି ଯେ, ‘ବ୍ଲାକ୍‌ ହୋଲ୍‌ର ସବୁଠାରୁ ନିକଟରେ ଥିବା ମଲିକ୍ୟୁଲାର ଗ୍ୟାସ୍‌ ହିଁ ଏହାକୁ ଶକ୍ତି ଯୋଗାଉଛି ବୋଲି ଆମେ ପ୍ରଥମେ ଦର୍ଶାଇଛୁ।’ ନିଜ ଗାଲାକ୍ସିର କେନ୍ଦ୍ରକୁ ଦେଖିବା ଅତ୍ୟନ୍ତ କଷ୍ଟକର। ଗ୍ୟାସ, ଧୂଳିକଣା ଏବଂ ଆୟୋନାଇଜ୍ଡ ଷ୍ଟ୍ରକଚର ଯୋଗୁ ଏହାକୁ ଦେଖିବା ସହଜ ହୋଇ ନ ଥାଏ ବୋଲି ପ୍ରଫେସର ମୁରଚିକୋଭା ସୂଚନା ଦେଇଛନ୍ତି। ତେବେ ଏହି ଐତିହାସିକ ଆବିଷ୍କାର ଦ୍ୱାରା ଶାନ୍ତ ଥିବା ବ୍ଲାକ୍‌ ହୋଲ୍‌ଗୁଡ଼ିକ କିଭଳି ଭାବେ ନିଜ ପରିବେଶ ସହ ପ୍ରତିକ୍ରିୟା କରନ୍ତି ଏବଂ ତାରା ଗଠନ (ଷ୍ଟାର୍‌ ଫର୍ମେଶନ) ଉପରେ ପ୍ରଭାବ ପକାନ୍ତି, ତାହା ବୁଝିବାରେ ଜ୍ୟୋତିର୍ବିଜ୍ଞାନୀମାନଙ୍କୁ ବଡ଼ ସହାୟତା ମିଳିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?