ହଟୁନି ବିଦ୍ୟୁତ୍‌ ଖୁଣ୍ଟ, ଗଛ: ଚାଲିଛି ରାସ୍ତା କାମ

ଚଣ୍ଡିଖୋଲ,୧୪।୨(ପ୍ରଦୀପ୍ତ କୁମାର ପୃଷ୍ଟି): ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନର ବଡ଼ଚଣା ଉପଖଣ୍ଡରେ ରହିଛି ବଡ଼ଚଣା-ବାଲିଚନ୍ଦ୍ରପୁର ରାସ୍ତା। ଏହି ରାସ୍ତା ନବୀକରଣ ଓ ପ୍ରଶସ୍ତୀକରଣ କାର୍ଯ୍ୟ ଚାଲୁ ରହିଛି। ବିଭାଗ ପକ୍ଷରୁ ରାସ୍ତାରୁ ବିଦ୍ୟୁତ୍‌ ଖୁଣ୍ଟ ଓ ଗଛ ହଟାଇ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ହେବାର ନିୟମ ରହିଛି। ହେଲେ ଏହା ନ କରି ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ ଓ ଗଛ ଥାଇ ଚାଲିଛି କାମ। ଠିକା ସଂସ୍ଥା ରାସ୍ତା ମଝିରେ ଖୁଣ୍ଟ ଥାଇ ଢଳେଇ ପକାଇବା ଦ୍ୱାରା ଆଗାମୀ ଦିନରେ ଦୁର୍ଘଟଣା ଘଟି ଧନ ଜୀବନ କ୍ଷତି ହେବା ସମ୍ଭାବନା ସୃଷ୍ଟି ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିରୋଧର ସ୍ବର ଦେଖାଦେଇଛି।
ସୂଚନା ଅନୁଯାୟୀ ବଡ଼ଚଣା-ବାଲିଚନ୍ଦ୍ରପୁର ପୂର୍ତ୍ତ ବିଭାଗ ରାସ୍ତାର ଲମ୍ବ ୧୨.୫୦୦ କିଲୋମିଟର। ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇ ଟେଣ୍ଡର କରାଯାଇଛି। ଜଣେ ବଡ଼ଚଣାଠାରୁ ଭାକୁଡ ପର୍ଯ୍ୟନ୍ତ ଓ ଅନ୍ୟ ଜଣେ ଭାକୁଡ଼ଠାରୁ ବାଲିଚନ୍ଦ୍ରପୁର ପର୍ଯ୍ୟନ୍ତ ୨ ଠିକା ସଂସ୍ଥା କାମ ନେଇଛନ୍ତି। ୧୪ କୋଟି ଟଙ୍କା ବ୍ୟୟରେ ଏହି ରାସ୍ତା ପ୍ରଶସ୍ତୀକରଣ ହେଉଛି। ପୂର୍ବରୁ ରାସ୍ତାର ଓସାର ୫.୫ ମିଟରଥିବାବେଳେ ଏବେ ଏହାର ଓସାର ୭ ମିଟର କରାଯିବ।
ବିଦ୍ୟୁତ୍‌ ବିଭାଗକୁ ପୂର୍ତ୍ତ ବିଭାଗ ପକ୍ଷରୁ ଖୁଣ୍ଟ ଉଠାଇବା ପାଇଁ ଚିଠି କରାଯିବା କଥା। ସେମାନେ ରାସ୍ତା ପରିଦର୍ଶନ କରି କେତେ ଖୁଣ୍ଟ ଉଠିବ ତାହା ତଦାରଖ କରି ଏଷ୍ଟିମେଟ ପୂର୍ତ୍ତ ବିଭାଗକୁ ଦେବେ। ଆବଶ୍ୟକ ଟଙ୍କା ପୂର୍ତ୍ତ ବିଭାଗ ପକ୍ଷରୁ ଜମା କରାଯିବା ପରେ ବିଦ୍ୟୁତ୍‌ ବିଭାଗ ଠିକାଦାର ଖୁଣ୍ଟ ଉଠାଇବେ। ସେହିପରି କେତେ ଗଛ କଟାଯିବ ସେ ନେଇ ବନ ଉନ୍ନୟନ ନିଗମକୁ ମଧ୍ୟ ଚିଠି କରାଯିବା କଥା। ଆବଶ୍ୟକ ସଂଖ୍ୟକ ଟଙ୍କା ବନ ଉନ୍ନୟନ ନିଗମ ନିକଟରେ ଜମା କଲେ ସେମାନେ ଗଛ କାଟିବେ। ତେବେ ଦୀର୍ଘ ୬ ମାସ ତଳୁ ରାସ୍ତା ଟେଣ୍ଡର ସରି ଠିକା ସଂସ୍ଥା ସେମାନଙ୍କ କାର୍ଯ୍ୟ ଆରମ୍ଭ କଲେଣି। କିନ୍ତୁ ଅଦ୍ୟାବଧି ଗଛ କଟାଯାଇନି କି ବିଦ୍ୟୁତ୍‌ ଖୁଣ୍ଟ ଉଠି ପାରିନାହିଁ।
ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ କୁମାର ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି, ଗଛ କାଟିବା ପାଇଁ ଆମେ ବନ ଉନ୍ନୟନ ନିଗମକୁ ପତ୍ର ଲେଖି ଜଣାଇଛୁ। ସେମାନେ ଆସି ତଦାରଖ କରି ଯାଇଛନ୍ତି। ଖୁବ୍‌ଶୀଘ୍ର ଗଛ କଟାଯିବ। ସେହିଭଳି ବିଦ୍ୟୁତ୍‌ ବିଭାଗ ଠିକାଦାରଙ୍କୁ କହିଛୁ ସେ ଖୁଣ୍ଟ ୧୫ ଦିନ ମଧ୍ୟରେ ଉଠାଇବେ ବୋଲି ଯନ୍ତ୍ରୀ ପ୍ରକାଶ କରିଛନ୍ତି। ତେବେ ବିଦ୍ୟୁତ୍‌ ଖୁଣ୍ଟର ମୂଳକୁ ଠିକା ସଂସ୍ଥା ପ୍ରାୟ ୧ ଫୁଟର କଂକ୍ରିଟ ଢଳେଇ ପକାଇବା ପରେ କିପରି ଖୁଣ୍ଟ ଉଠିବ ସେଥିନେଇ ସଂଶୟ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri