ସମ୍ଭାବ୍ୟ ପ୍ରତିଦ୍ୱନ୍ଦ୍ୱୀ

Dillip Cherian

ଇନ୍‌ଲାଣ୍ଡ ୱାଟରୱେଜ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ଆଇଡବ୍ଲ୍ୟୁଏଆଇ) ଚେୟାରମ୍ୟାନ ପଦବୀରୁ ବରିଷ୍ଠ ଆଇଏଏସ୍‌ ଅଧିକାରୀ ସଞ୍ଜୟ ବନ୍ଦ୍ୟୋପାଧ୍ୟାୟ ମୂଳ କ୍ୟାଡରକୁ ଅକସ୍ମାତ୍‌ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଅପ୍ରତ୍ୟାଶିତ ପଦକ୍ଷେପର ମୂଳ କାରଣକୁ ନେଇ ପର୍ଯ୍ୟବେକ୍ଷକ ତଥା ବାବୁଙ୍କ ମଧ୍ୟରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପୂର୍ବରୁ କେନ୍ଦ୍ରରେ ସଚିବ ସ୍ତରୀୟ ସମାନ ପଦବୀରେ ଅବସ୍ଥାପିତ ବନ୍ଦ୍ୟୋପାଧ୍ୟାୟଙ୍କୁ ତୁରନ୍ତ ତାଙ୍କ ମୂଳ ମଧ୍ୟପ୍ରଦେଶ କ୍ୟାଡରରେ ପୁନଃ ନିଯୁକ୍ତି ଦିଆଯାଇ ତୁରନ୍ତ ଯୋଗଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ମଧ୍ୟପ୍ରଦେଶର ବାବୁ ପରିସରରେ ଗୁଞ୍ଜରଣ ଉଠୁଛି ଯେ, ପରବର୍ତ୍ତୀ ତଥା ସମ୍ଭାବ୍ୟ ରାଜ୍ୟ ମୁଖ୍ୟ ଶାସନ ସଚିବ ନିଯୁକ୍ତି ସହ ତାଙ୍କ ପ୍ରତ୍ୟାବର୍ତ୍ତନର ସମ୍ପର୍କ ରହିଛି। ତେବେ ଚଳିତ ବର୍ଷ ମାର୍ଚ୍ଚରେ କାର୍ଯ୍ୟରତ ମୁଖ୍ୟ ଶାସନ ସଚିବ ବୀରା ରାଣାଙ୍କ ଅବସର ଗ୍ରହଣକୁ ନେଇ ଅନିଶ୍ଚିତତା ଦେଖାଦେଇଛି। କାରଣ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ହେବା ଆଶଙ୍କା ରହିଛି। ନିକଟରେ ଅନୁଷ୍ଠିତ ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲକରିବା ସହ ମଧ୍ୟପ୍ରଦେଶରେ ନେତୃତ୍ୱରେ ପରିବର୍ତ୍ତନ ଘଟିଛି ଓ ଜଣେ ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏଣୁ ସେଠାକାର ସ୍ଥିତି ଉପରେ କେନ୍ଦ୍ର ନଜର ରଖିଛି। ବିଧାନସଭା ନିର୍ବାଚନ ପୂର୍ବରୁ ରାଣାଙ୍କ ନିଯୁକ୍ତିକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦେଖିଲେ ସେ ମୁଖ୍ୟ ଶାସନ ସଚିବ ଭାବରେ ରହିବା ଅଧିକ ଅନିଶ୍ଚିତତା ଭିତରେ ଅଛି। ଅନ୍ୟ ଏକ ବିକଳ୍ପ ଦୃଷ୍ଟିକୋଣକୁ ବିଚାରକଲେ ଜଣାପଡ଼େ ଯେ, ତାଙ୍କଠାରୁ ଜୁନିୟର ପରିବହନ ସଚିବମାନଙ୍କ ଅଧୀନରେ ବନ୍ଦ୍ୟୋପାଧ୍ୟାୟଙ୍କୁ କ୍ରମାଗତ ଭାବେ ନିଯୁକ୍ତ କରାଯାଉଥିବାରୁ ତାଙ୍କୁ ମୂଳ କ୍ୟାଡରକୁ ଫେରାଇ ଆଣିବା ନିଷ୍ପତ୍ତି ନିଆଯାଇଥାଇପାରେ। ଏହା ସତ୍ତ୍ୱେ, କ୍ୟାଡରର ଜଣେ ବରିଷ୍ଠ ଅଧିକାରୀ ଏବଂ ଚାକିରି କାର୍ଯ୍ୟକାଳ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବାରୁ ବନ୍ଦୋପାଧ୍ୟାୟ ମଧ୍ୟପ୍ରଦେଶର ମୁଖ୍ୟ ଶାସନ ସଚିବ ପଦବୀ ପାଇଁ ଜଣେ ସମ୍ଭାବ୍ୟ ପ୍ରତିଦ୍ୱନ୍ଦ୍ୱୀ।
ଦକ୍ଷତାର ଉପଯୋଗ
ଜମ୍ମୁ କଶ୍ମୀର ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି (ଜେକେଆର୍‌ଇଆର୍‌ଏ)ର ଅଧ୍ୟକ୍ଷ ଭାବେ ଆଇଏଏସ୍‌ ଅଧିକାରୀ ସତୀଶ ଚନ୍ଦ୍ରାଙ୍କୁ ନିଯୁକ୍ତକରି କେନ୍ଦ୍ର ତାଙ୍କ ଉପରେ ପୁନଃ ଆସ୍ଥା ସ୍ଥାପନ କରିଛି। ଜୁନ୍‌ ୨୦୨୧ରେ ଆରମ୍ଭ କରାଯାଇଥିବା ଜମ୍ମୁକଶ୍ମୀର ଲୋକ ସେବା ଆୟୋଗର ଅଧ୍ୟକ୍ଷ ଭାବେ ସେ ତାଙ୍କ କାର୍ଯ୍ୟକାଳ ଶେଷ କରିଥିଲେ। ଆର୍‌ଇଆର୍‌ଏର ପ୍ରଥମ ଅଧ୍ୟକ୍ଷ ପରିମଲ ରାୟ ନିଯୁକ୍ତି ପାଇବାର ୫୦ ଦିନ ମଧ୍ୟରେ ଇସ୍ତଫା ଦେବା ପରେ ୨୦୨୨ ସେପ୍ଟେମ୍ବରରୁ ଖାଲି ପଡ଼ିଥିବା ଏହି ଗୁରୁତ୍ୱପୂର୍ଣ୍ଣ ପଦବୀର ଦାୟିତ୍ୱ ନେଇଛନ୍ତି ଚନ୍ଦ୍ରା। ଆନ୍ଧ୍ରପ୍ରଦେଶର କ୍ୟାଡର ଆଇଏଏସ୍‌ ଚନ୍ଦ୍ରାଙ୍କୁ ଏକ ପ୍ରମୁଖ ପଦବୀକୁ ଫେରାଇ ଆଣିବା ନିଷ୍ପତ୍ତି ସୂଚିତ କରୁଛି ଯେ, ଏହି ସମ୍ବେଦନଶୀଳ ଅଞ୍ଚଳରେ ଚନ୍ଦ୍ରାଙ୍କ ଦକ୍ଷତା, ଉପଯୋଗିତା ଏବଂ ପ୍ରଭାବକୁ କେନ୍ଦ୍ର ସ୍ବୀକାର କରିଛି। ସୂତ୍ରରୁ ଜଣାପଡ଼ିଛି, ବାହାରର ଜଣେ ଅଧିକାରୀଙ୍କୁ ନିଯୁକ୍ତି ଦେଇ ଜଣେ ପ୍ରଶାସକଙ୍କ ଦକ୍ଷତା ବଢ଼ାଇପାରିବ ବୋଲି କେନ୍ଦ୍ର ଲକ୍ଷ୍ୟ ରଖିଛି। ପ୍ରଥମେ ଜମ୍ମୁ କଶ୍ମୀର ଲୋକ ସେବା ଆୟୋଗ ଏବଂ ଏବେ ଆର୍‌ଇଆର୍‌ଏର ଅଧ୍ୟକ୍ଷ ଭାବେ ଚନ୍ଦ୍ରାଙ୍କ ଲଗାତର ନିଯୁକ୍ତି ଜମ୍ମୁ କଶ୍ମୀର ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ବାନର ସମାଧାନ ପାଇଁ ତାଜା ଦୃଷ୍ଟିକୋଣ ଏବଂ ପ୍ରଶାସନିକ ଦୃଢ଼ତା ପାଇଁ ଏକ ସୁଚିନ୍ତିତ ପ୍ରୟାସର ସଙ୍କେତ ଦିଏ। କେନ୍ଦ୍ର ଜମ୍ମୁ କଶ୍ମୀରରେ ଶାସନରେ ଜଟିଳ ସମସ୍ୟାର ସମ୍ମୁଖୀନ ହେଉଛି। ବିଶେଷକରି ସାଧାରଣ ନିର୍ବାଚନର କିଛି ମାସ ପରେ ସେଠାରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ତାଙ୍କ ଅନୁଭବ ଓ ଦକ୍ଷତାରୁ ଲାଭ ଉଠାଇବା ଏବଂ ବାହାରର ଅଧିକାରୀ ଦୃଷ୍ଟିକୋଣରୁ ତାଙ୍କ ଦ୍ୱାରା ପ୍ରଶାସନ ସଞ୍ଚାଳନ କରିବାକୁ କେନ୍ଦ୍ର ଚାହଁୁଥିବା ଚନ୍ଦ୍ରାଙ୍କ ନିଯୁକ୍ତିରୁ ସ୍ପଷ୍ଟ ହୁଏ।
ନୂଆ ଆଭିମୁଖ୍ୟ
ଚଣ୍ଡିଗଡ଼ ପ୍ରଶାସକଙ୍କୁ ନିୟମିତ ପରାମର୍ଶଦାତା ଯୋଗାଇଦେବା ପାଇଁ କେନ୍ଦ୍ର ଏକ ନୂତନ ଆଭିମୁଖ୍ୟ ଗ୍ରହଣ କରୁଥିବା ଜଣାପଡ଼ିଛି। ପୁଡୁଚେରୀ ମୁଖ୍ୟ ସଚିବ ରାଜୀବ ବର୍ମାଙ୍କୁ ଚଣ୍ଡିଗଡ଼କୁ ସ୍ଥାନାନ୍ତର କରିବା ପାଇଁ ପ୍ରାରମ୍ଭିକ ପ୍ରସ୍ତାବ ରହିଥିଲା। କିନ୍ତୁ ବର୍ତ୍ତମାନ ଏହି ପଦବୀ ପାଇଁ ଅନ୍ୟ ଜଣେ ଆଇଏଏସ୍‌ ଅଧିକାରୀଙ୍କ ଉପରେ ଧ୍ୟାନ ଦିଆଯାଇଛି। ସୂତ୍ରରୁ ପ୍ରକାଶ ଯେ, ପୂର୍ବତନ ଡିଡିଏ ଉପାଧ୍ୟକ୍ଷ ତଥା ଦିଲ୍ଲୀ ସରକାରଙ୍କ ବର୍ତ୍ତମାନର ଅତିରିକ୍ତ ମୁଖ୍ୟ ଶାସନ ସଚିବ ୧୯୯୧ ବ୍ୟାଚ୍‌ ୟୁନିୟନ ଟେରିଟୋରି (ୟୁଟି) କ୍ୟାଡର ଅଧିକାରୀ ମନୀଷ କୁମାର ଗୁପ୍ତା ଚଣ୍ଡିଗଡ଼ ପାଇଁ ପରାମର୍ଶଦାତା ଦୌଡ଼ରେ ଆଗରେ ରହିଛନ୍ତି। ଗତବର୍ଷ ଅକ୍ଟୋବରରେ ଧରମ ପାଲଙ୍କ ଅବସର ପରେ ୟୁଟି ପରାମର୍ଶଦାତା ପଦବୀ ଅସ୍ଥାୟୀ ବ୍ୟବସ୍ଥାରେ ରହିଆସିଛି। କେତେଜଣ ବ୍ୟକ୍ତି ଏହି ନୂତନ ପଦ୍ଧତିର ସମ୍ଭାବ୍ୟତା ଉପରେ ସନ୍ଦେହ ପ୍ରକଟ କରୁଛନ୍ତି। ପ୍ରଶାସକ ତଥା ପଞ୍ଜାବର ରାଜ୍ୟପାଳ ବଓ୍ବଁରିଲାଲ ପୁରୋହିତ କାର୍ଯ୍ୟନିର୍ବାହୀ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିବା ନୀତିନ କୁମାର ଯାଦବଙ୍କ ଉପରେ ସନ୍ତୁଷ୍ଟ ଥିବା ଦର୍ଶାଇ କେତେକେ ଯୁକ୍ତି କରନ୍ତି ଯେ,ପ୍ରଶାସନ ପାଇଁ ଅତିରିକ୍ତ ଦାୟିତ୍ୱ ବ୍ୟବସ୍ଥା ଠିକ୍‌ ଅଛି। ନୀତିନ କୁମାର ଏବେ ଗୃହ ବିଭାଗରେ ପ୍ରମୁଖ ସଚିବ ଅଛନ୍ତି ଓ ପଞ୍ଜାବ ପ୍ରଶାସକଙ୍କ କାର୍ଯ୍ୟନିର୍ବାହୀ ପରାମର୍ଶଦାତା ଭାବେ ଦାୟିତ୍ୱ ତୁଲାଉଛନ୍ତି। ସାମ୍ନାକୁ ଆସିଥିବା ଏଭଳି ଆଭିମୁଖ୍ୟ ସମ୍ଭାବ୍ୟ ନିଯୁକ୍ତି ପଛରେ ଥିବା ରଣନୀତିକ ବିଚାର ଏବଂ ଉପଯୁକ୍ତ ପ୍ରାର୍ଥୀ ବାଛିବାରେ ଜଡ଼ିତ ମନୋଭାବ ଉପରେ ପ୍ରଶ୍ନ ସୃଷ୍ଟିକରେ। ଅବଶ୍ୟ ଚୂଡ଼ାନ୍ତ ନିଯୁକ୍ତି ପାଇଁ କେନ୍ଦ୍ର ନିଷ୍ପତ୍ତି ନେବ, କିନ୍ତୁ ସେପର୍ଯ୍ୟନ୍ତ ବାବୁମାନେ ସଂଶୟରେ ରହିବେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri