ଆଳୁ ମିଶନ: ଟଙ୍କାଟିଏ ବି ଖର୍ଚ୍ଚ ହୋଇନି

ଭୁବନେଶ୍ୱର,୨୬।୮ (ରବିନାରାୟଣ ଜେନା): ରାଜ୍ୟରେ କୃଷକମାନଙ୍କୁ ସ୍ବାବଲମ୍ବୀ କରିବା ସହିତ ଆଳୁ ଚାହିଦା ମେଣ୍ଟାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୪-୧୫ରେ ‘ଆଳୁ ମିଶନ’ ଆରମ୍ଭ ହୋଇଥିଲା। ଏହାର ଉଦ୍ଦେଶ୍ୟ ରହିଥିଲା ଓଡ଼ିଶାରେ ଆଳୁ ଉତ୍ପାଦନ ବଢ଼ାଇବା ସହିତ ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର କରିବା। ୨୦୧୫-୧୬ରୁ ଏହା କାର୍ଯ୍ୟକାରୀ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ମିଶନ ପାଇଁ ୫୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଥିଲା। ଚଳିତ ବଜେଟ(୨୦୨୬-୨୭)ରେ ଏହି ପରିମାଣ ବୃଦ୍ଧି କରାଯାଇ ୩୬୬.୯୦ କୋଟି ଟଙ୍କା କରାଯାଇଛି। ହେଲେ ଏପର୍ଯ୍ୟନ୍ତ ବିଭାଗ ପକ୍ଷରୁ ଗୋଟିଏ ବି ଟଙ୍କା ଖର୍ଚ୍ଚ ହୋଇନାହିଁ। ସରକାରୀ ଯୋଜନା କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାରଙ୍କ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କଠାରୁ ଆରମ୍ଭକରି ଓଏଏସ୍‌ ଅଧିକାରୀଙ୍କ ସହ ଯନ୍ତ୍ରୀ ଓ ଅନ୍ୟାନ୍ୟ ବର୍ଗର ଅଧିକାରୀ ଏବଂ କର୍ମଚାରୀ ରହିଛନ୍ତି। ସେମାନଙ୍କ ପାଇଁ ଗାଡ଼ି, ଗସ୍ତଖର୍ଚ୍ଚଠାରୁ ଆରମ୍ଭକରି ବିଦେଶ ଭ୍ରମଣ ପର୍ଯ୍ୟନ୍ତ ଶହ ଶହ କୋଟି ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି। ହେଲେ ସରକାରୀ ଯୋଜନା କାର୍ଯ୍ୟକାରୀ ବେଳକୁ ସେମାନଙ୍କ ଜୁ ପାଉନାହିଁ। ଏଭଳି କେତେକ ଘଟଣାକୁ ନେଇ ନିକଟରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ବିରକ୍ତି ପ୍ରକାଶ କରିଥିଲେ। ରାଜ୍ୟରେ କାହିଁକି ଅଧିକ ଶୀତଳଭଣ୍ଡାର ସୃଷ୍ଟି ହୋଇପାରୁନାହିଁ ତାକୁ ନେଇ ଅଧିକାରୀଙ୍କ ଉପରେ ବର୍ଷିଥିଲେ। ଏବେ ‘ଧରିତ୍ରୀ’କୁ ଏକ ସାଂଘାତିକ ତଥ୍ୟ ହସ୍ତଗତ ହୋଇଛି, ଯେଉଁଥିରେ ଆଳୁ ମିଶନ ସହିତ ଅନ୍ୟ କେତେକ ଯୋଜନାରେ ଜୁଲାଇ ସୁଦ୍ଧା ଗୋଟିଏ ବି ଟଙ୍କା କାର୍ଯ୍ୟକାରୀ ହୋଇ ନ ଥିବା ନିକଟରେ ଉଦ୍ୟାନ ବିଭାଗ ସମୀକ୍ଷା ବୈଠକରୁ ଜଣାଯାଇଛି।
ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ, ଚଳିତବର୍ଷ କୃଷି ବଜେଟରେ ଆଳୁ ମିଶନ ସହିତ ଅନ୍ୟ ୭ଟି ଯୋଜନାରେ ଜୁଲାଇ ଶେଷ ସୁଦ୍ଧା ଗୋଟିଏ ବି ଟଙ୍କା ଖର୍ଚ୍ଚ ହୋଇନାହିଁ। ଆଳୁ ମିଶନ ସହିତ ପରିବା ଏବଂ ମସଲା ମିଶନ ଲାଗି ସରକାରଙ୍କ ପକ୍ଷରୁ ବଜେଟରେ ୩୬୬.୯୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ସେହିପରି ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଗୁଡ଼ିକୁ ଛତୁଚାଷ ଏବଂ ଫୁଲଚାଷ ପାଇଁ ପ୍ରୋତ୍ସାହନ ଦେବା ଲାଗି ବଜେଟରେ ୫୭ କୋଟିର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଗୋଟିଏ ବି ଟଙ୍କା ଖର୍ଚ୍ଚ ହୋଇ ନ ଥିବାବେଳେ ଭିତ୍ତିଭୂମି ବାବଦକୁ ଥିବା ୧୦ କୋଟି, କୃଷି ଉତ୍ପାଦକ ସଙ୍ଗଠନ ପାଇଁ ୫ କୋଟି, ଶୀତଳଭଣ୍ଡାର ଲାଗି ୬୩ କୋଟି, ସାର ଓ ଅନ୍ୟାନ୍ୟ କୀଟନାଶକ ପାଇଁ ଚାଷୀଙ୍କ ରିହାତି ବାବଦକୁ ୧୫.୩୦ କୋଟି ଏବଂ ଉଦ୍ୟାନ କୃଷି ମିଶନର ୧୨.୫୧ କୋଟି ଭଳି ଅନ୍ୟାନ୍ୟ ଯୋଜନାର ଅର୍ଥ ମଧ୍ୟ ଖର୍ଚ୍ଚ ହୋଇ ନ ଥିବା ରିପୋର୍ଟରୁ ଜଣାଯାଇଛି। ତେବେ ବ୍ଲକସ୍ତରରେ ଥିବା ବିଭିନ୍ନ ନର୍ସରୀ ଓ ବିକ୍ରୟ କେନ୍ଦ୍ର ପାଇଁ ବଜେଟରେ ବ୍ୟବସ୍ଥା ହୋଇଥିବା ୧୪.୫୦ କୋଟିରୁ ୩୩.୬୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଉଦ୍ୟାନ କୃଷି ବିଭାଗର ପ୍ରାୟ ୧୫ଟି ଯୋଜନା ଲାଗି ବଜେଟରେ ପ୍ରସ୍ତୁତ ହୋଇଥିବା ୭୮୭କୋଟି ୪୧ଲକ୍ଷ ୫୩ହଜାର ଟଙ୍କାରୁ ବିଭାଗ ମାତ୍ର ୩୩.୬୬ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାଯାଇଛି। ସବୁଠାରୁ ବଡ଼କଥା ହେଲା, ରାଜ୍ୟରେ କୃଷକମାନଙ୍କୁ ଆର୍ଥିକ ସଶକ୍ତୀକରଣ କରିବା ସହିତ ସେମାନଙ୍କ ଆୟ ବୃଦ୍ଧି ଲାଗି ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କୃଷି ବଜେଟ ପ୍ରସ୍ତୁତ କରାଯାଇଛି। ହେଲେ ଏପର୍ଯ୍ୟନ୍ତ ବଜେଟ ଅର୍ଥ ଟଙ୍କାଟିଏ ଖର୍ଚ୍ଚ ନ ହେବା କେବଳ ଯେ ବିଭାଗୀୟ ଅଧିକାରୀଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଉଛି ତାହା ନୁହେଁ, କୃଷିକ୍ଷେତ୍ର ଓ କୃଷକଙ୍କ ପାଇଁ ସରକାର ଯେଉଁ ସ୍ବପ୍ନ ଦେଖୁଛନ୍ତି ତାହା ସଫଳ ହେବାରେ ଅନ୍ତରାୟ ସୃଷ୍ଟି ହେଉଛି। ଆଳୁ ମିଶନର ମୂଳ ଲକ୍ଷ୍ୟ ଓ ବର୍ତ୍ତମାନର ଆଳୁ ଉତ୍ପାଦନ-ଉପଲବ୍ଧତା ସ୍ଥିତି ମଧ୍ୟରେ କେତେ ସଫଳତା ମିଳିଛି, ସେନେଇ ପ୍ରଶ୍ନ ଉଠୁଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?