ତେଜୁଛି ପୋଷ୍ଟର ରାଜନୀତି

କଟକ,୫।୩(ଶିଳ୍ପା ପ୍ରିୟଦର୍ଶିନୀ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ବିବାଦ ଦେଖିବାକୁ ମିଳୁଛି। ଏବେ ପୋଷ୍ଟର ରାଜନୀତି ତୀବ୍ର ହେବାରେ ଲାଗିଛି। ଏଥିରୁ ବାଦ୍‌ ପଡ଼ିନି ଭାଜପା। ମଙ୍ଗଳବାର କଟକ ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ଦେଖିବାକୁ ମିଳିଛି ଭାଜପା ପୋଷ୍ଟର। ହେଲେ ଏହା କୌଣସି ଶୁଭେଚ୍ଛାର ପୋଷ୍ଟର ନୁହେଁ। ଏହି ପୋଷ୍ଟରରେ ଭାଜପା କଟକ ନଗର ସଭାପତି ଲଲାଟେନ୍ଦୁ ବଡ଼ୁଙ୍କ ଫଟୋ ଓ ଉପସଭାପତି ସନ୍ତୋଷ ମହାନ୍ତିଙ୍କ ନାମ ରହିଛି। ଲଲାଟେନ୍ଦୁଙ୍କ ଫଟୋ ଓ ସନ୍ତୋଷଙ୍କ ନାମରେ ଛକିଦାଗ ପଡ଼ିଥିବା ପରିଲକ୍ଷିତ ହୋଇଛି। ସନ୍ତୋଷଙ୍କୁ ଦଳରେ ଲଲାଟେନ୍ଦୁ ମିଶାଇଥିବାରୁ ଏହାକୁ ଭାଜପା ବିରୋଧ କରୁଛି ବୋଲି ଉକ୍ତ ପୋଷ୍ଟରରେ ଉଲ୍ଲେଖ ରହିଛି, ଯାହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ଲାଗିଛି। ଉକ୍ତ ପୋଷ୍ଟର ଏବେ ଦଳୀୟ କନ୍ଦଳକୁ ପଦାରେ ପକାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଏ ନେଇ ନଗର ସଭାପତି ବଡୁଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ସମସ୍ତ କୁଚକ୍ରାନ୍ତ କାମ କେବଳ ବିରୋଧୀ ଦଳ ହିଁ କରିଛି। ମୋ ନେତୃତ୍ୱକୁ ସହି ନ ପାରି ଏଭଳି ପୋଷ୍ଟର ମାରି ନିଜ କୁମାନସିକତାକୁ ଦର୍ଶାଉଛନ୍ତି ବିରୋଧୀ ଦଳ। ଭାଜପାରେ ସମସ୍ତେ ପ୍ରତିଷ୍ଠିତ ବ୍ୟକ୍ତି ରହିଛନ୍ତି। ଯେଉଁମାନେ ଏପରି କାମ କରୁଛନ୍ତି ସେମାନଙ୍କର ସତ୍‌ସାହସ ନାହିଁ ସାମ୍ନାରେ ଲଢ଼େଇ କରିବା ପାଇଁ। ଏପରିକି ମୋତେ କିଛି ଫୋନ୍‌କଲ ଆସୁଛି, ଯେଉଁଥିରେ ମୋତେ ସିଧାସଳଖ ଧମକାଯାଉଛି। ଏନେଇ ମୁଁ ଥାନାର ଦ୍ୱାରସ୍ଥ ହେବି ବୋଲି ବଡୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠୁ ଉତ୍ତପ୍ତ ୨୦ ସହର ମଧ୍ୟରୁ ୧୯ ଭାରତରେ

ନୂଆଦିଲ୍ଲୀ,୨୨ା୪: ଭାରତ ଏବେ ବିଶ୍ୱ ଉତ୍ତାପ ବୃଦ୍ଧିର କେନ୍ଦ୍ରସ୍ଥଳ ପାଲଟିଛି। ବିଶ୍ୱର ୨୦ଟି ସବୁଠୁ ଉତ୍ତପ୍ତ ସହର ମଧ୍ୟରୁ ୧୯ଟି ଭାରତରେ ରହିଥିବା ଏକ୍ୟୁଆଇ ପକ୍ଷରୁ ଜାରି…

୨୩% ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୨ା୪: ଆଗାମୀ ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୩ ପ୍ରତିଶତଙ୍କ…

ପଦ୍ମପୁରକୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବ୍ୟାହତ: ଲକ୍ଷାଧିକ ଟଙ୍କାର ପ୍ରକଳ୍ପ ବିଫଳ

ପଦ୍ମପୁର,୨୨ା୪(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ସହରବାସୀଙ୍କୁ ପାନୀୟ ଜଳ ଯୋଗାଣର ସୁଧାର ଆଣିବା ଲକ୍ଷ୍ୟରେ ଅଙ୍ଗନଦୀର ଦର୍ବେ କେଲାଠାରେ ନିର୍ମାଣ ହୋଇଥିବା ବ୍ୟାରେଜ ବିଫଳ ହୋଇଛି। ଏବେ…

ଗରିବଙ୍କୁ ଦିଆଯିବ ଫ୍ଲାଟ୍‌: ରାଜସ୍ବମନ୍ତ୍ରୀ

ଭୁବନେଶ୍ୱର,୨୨।୪ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ଗରିବ ତଥା ନିମ୍ନମଧ୍ୟବିତ୍ତ ଶ୍ରେଣୀର ଲୋକ ଯେପରି ଜମି ଓ ଘର ଖଣ୍ଡିଏ ପାଇବେ ସେଥିପ୍ରତି ସରକାର ଯତ୍ନବାନ ଅଛନ୍ତି।…

ସରକାରୀ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଉନ୍ନୟନ କାମ ଅଭିଯୋଗ

ଲୋଇସିଂହା,୨୨।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମର ପ୍ରାଥମିକ କୃଷି ସମବାୟ ସମିତିର ଗୋଦାମ ଗୃହର ପୁନରୁଦ୍ଧାର ଓ ପାଚେରି କାମ ଗତ କିଛି ଦିନ…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର,୨୨ା୪(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ରାଜ୍ୟ ମନ୍ତ୍ରିମଣ୍ଡଳର ୩୯ତମ ବୈଠକ ତଥା ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବାଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ…

କାଲିଠୁ ୨୫ ଯାଏ ସ୍କୁଲ ଛୁଟି: ହିଟ୍‌ ଓ୍ବେଭ୍‌କୁ ନେଇ ଏହି ଜିଲାରେ…

ଭୁବନେଶ୍ୱର,୨୧।୪: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ହିଟ ୱେଭ (Heat Wave) କୁ ଦୃଷ୍ଟିରେ ରଖି ଯାଜପୁର ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ପ୍ରସ୍ତାବ ଦେବା ବାହାନାରେ ବର୍ବରତାର ସୀମା ପାର୍, ପ୍ରେମିକଙ୍କୁ ବାନ୍ଧି ନିଆଁ ଲଗାଇଦେଲେ ପ୍ରେମିକା

ବେଙ୍ଗାଲୁରୁ୨୧।୪: ପ୍ରେମ ସମ୍ପର୍କ ସହିତ ଜଡିତ ଏକ ପ୍ରକୃତ ଭୟଙ୍କର ଏବଂ ହୃଦୟ ବିଦାରକ ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ଯୁବତୀ ପ୍ରେମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri