୪ ଦିନ ହେଲା ଡାକସେବା ଅଚଳ, ଦୂରଦୂରାନ୍ତରୁ ଆସି ନିରାଶ ହେଉଛନ୍ତି ଉପଭୋକ୍ତା

ଦାରିଙ୍ଗବାଡ଼ି,୪ା୯(ଅରୁଣ ସାହୁ): ଦିନେ କି ଓଳିଏ ନୁହଁ ଦୀର୍ଘଦିନ ଧରି ବାରମ୍ବାର ଡାକସେବା ଅଚଳ ହେଉଥିବା ଅଭିଯୋଗ ହୋଇଆସୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଉପଡାକଘରେ।

ପ୍ରକାଶ ଯେ, ଉକ୍ତ ଡାକ ଘର ଉପରେ ଦାରିଙ୍ଗବାଡ଼ିର ୧୭ ପଞ୍ଚାୟତ ସମେତ ବ୍ରାହ୍ମଣୀଗାଁଠାରେ ରହିଥିବା ଉପ ଡାକକାର୍ଯ୍ୟାଳୟ ମଧ୍ୟ ବାରମ୍ବାର ଅଚଳ ଯୋଗୁ ସେହି ଡାକ ଘରେ ନିର୍ଭର କରୁଥିବା ୮ ପଞ୍ଚାୟତର ଉପଭୋକ୍ତାମାନେ ଦାରିଙ୍ଗବାଡ଼ି ଡାକ ଘର ଉପରେ ନିର୍ଭର କରୁଛନ୍ତି। ଫଳରେ ଉକ୍ତ ବ୍ଲକର ୨୫ ପଞ୍ଚାୟତବାସୀ ନିର୍ଭର କରୁଛନ୍ତି ଓ ବାରମ୍ବାର ଅଚଳ ଯୋଗୁ ନିରାଶ ହେଉଛନ୍ତି। ଦୁରଦୂରାନ୍ତରୁ ଆସିଥିବା ଭୋକ୍ତାମାନେ ଲିଙ୍କ୍‌ ଫେଲ୍‌ କଥା ଶୁଣି ଘଣ୍ଟା ଘଣ୍ଟା ଅପେକ୍ଷା କରି ଶେଷରେ ନିରାଶ ହୋଇ ଫେରୁଛନ୍ତି। ଏବେ ଲଗାତର ୪ ଦିନ ହେଲା ଦାରିଙ୍ଗବାଡ଼ିରେ ଲୋକଙ୍କୁ ଉପଡାକଘରେ ସେବା ମିଳୁନାହିଁ। ଫଳରେ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ହେଲେ ଆଗକୁ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏବେ ଲୋକଙ୍କ ଚିଠି, ସ୍ପିଡ୍‌ ପୋଷ୍ଟ, ଅର୍ଥ ନେଣଦେଣ ହୋଇପାରୁଥି ନ ଥିବାବେଳେ ଡାକ ଦ୍ୱାରା ଆସୁଥିବା ସମସ୍ତ ପାର୍ସଲ ଉପଭୋକ୍ତା ରିସିଭ୍‌ କରିପାରୁନାହାନ୍ତି କିମ୍ବା ପଠାଇପାରୁନାହାନ୍ତି। ସେହିପରି ସରକାରଙ୍କ ବିଭିନ୍ନ ଯୋଜନାରେ ଆସୁଥିବା ମଜୁରୀ ଅର୍ଥ ସମେତ ବିଭିନ୍ନ ଅନୁଦାନକୁ ଉପଭୋକ୍ତାମାନେ ଉଠାଣ କରିପାରୁନାହାନ୍ତି।

ଏନେଇ ପୋଷ୍ଟମାଷ୍ଟର ବସନ୍ତ ନାୟକଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ସର୍ଭର ଡାଉନ ରହିବା ସହ ବିଏସ୍‌ଏନ୍‌ଏଲ୍‌ର ଇଣ୍ଟରନେଟ୍‌ ସେବା ବାରମ୍ବାର ଅଚଳ ଯୋଗୁ ଏଭଳି ସମସ୍ୟା ଉପୁଜିଛି। ଏ ସଂକ୍ରାନ୍ତରେ ସେ ଜିଲା ମୁଖ୍ୟ ଡାକ କାର୍ଯ୍ୟାଳୟର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

ପୌର ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷଙ୍କୁ ଭାଜପାର ସ୍ବାଗତ

ଗୁଣପୁର,୨୨।୭(ସୁଜାତା ପାଢ଼ୀ)- ନିକଟରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ…

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ। ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ…

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଳିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri