Posted inଜାତୀୟ

କୋଭିଡ ପରବର୍ତ୍ତୀ ଜଟିଳତା ବଢାଉଛି ଚିନ୍ତା

ଥିରୁଭାନନ୍ତପୁରମ୍‌,୨୯।୮: ଦେଶରେ କରୋନା ସଂଖ୍ୟା ପୁଣି ୪୫ ହଜାରରୁ ଅଧିକ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂଖ୍ୟା ବୃଦ୍ଧି ଯୋଗୁ ଚିନ୍ତା ବଢାଇ ଦେଇଛି। କରୋନା ସଂକ୍ରମଣରେ କେରଳର ଅବସ୍ଥା ଅତ୍ୟନ୍ତ ଖରାପ। କେରଳରେ ଦୈନିକ ୩୦ ହଜାର ନୂଆ ମାମଲା ରୁଜୁ ହେଉଛି। ଏଠାରେ ଡେଲଟା ପ୍ଲସ ଭାରିଆଣ୍ଟ ମାମଲା ଅଧିକ ଆସୁଛି। ଏଠାରେ ପିଲାମାନେ ମଧ୍ୟ ଏହି ଡେଲଟା ପ୍ଲସ ଭାରିଆଣ୍ଟର ଶିକାର ହେଉଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଗତ ପାଞ୍ଚ ମାସ ମଧ୍ୟରେ କେରଳର ୩୦୦ରୁ ଅଧିକ ପିଲା ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ-ଇନ ଚିଲ୍‌ଡ୍ରେନ୍‌(ଏମ୍‌ଆଇଏସ-ସି) ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏହା ଏକ ପ୍ରକାର କୋଭିଡ ପରବର୍ତ୍ତୀ ଜଟିଳତା, ଯେଉଁଥିରେ ଚାରି ପିଲାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହା ରାଜ୍ୟ ପାଇଁ ଏକ ନୂତନ ଚିନ୍ତା ଭାବରେ ଉଭା ହୋଇଛି।
କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ ଅଭିଭାବକଙ୍କୁ ନିବେଦନ କରିଛନ୍ତି ଯେ, ଯଦି ସେମାନଙ୍କ ପିଲାମାନେ (ଏମ୍‌ଆଇଏସ-ସି) ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ଡାକ୍ତରଖାନା ଯାଆନ୍ତୁ କିମ୍ବା ଡାକ୍ତରୀ ସାହାଯ୍ୟ ନିଅନ୍ତୁ। ଏହି ରୋଗ ଭଲ ହୋଇପାରିବ, କିନ୍ତୁ ଏହାକୁ ଅଣଦେଖା କଲେ ଏହା କଷ୍ଟସାଧ୍ୟ ହୋଇଯିବ ବୋଲି ସେ କହିଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, କରୋନାରୁ ସୁସ୍ଥ ହେବାର ତିନି-ଚାରି ସପ୍ତାହ ପରେ ଜ୍ୱର, ପେଟ ଯନ୍ତ୍ରଣା, ନାଲି ଆଖି ଭଳି ଲକ୍ଷଣ ପିଲାମାନଙ୍କଠାରେ ଦେଖାଯାଉଛି। ଏମ୍‌ଆଇଏସ-ସି ଏକ ପୋଷ୍ଟ-କୋଭିଡ ରୋଗ ଅଟେ। ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଏ ପର୍ଯ୍ୟନ୍ତ କରୋନା ସଂକ୍ରମିତ ସମସ୍ତ ରାଜ୍ୟ ଜନସଂଖ୍ୟାର ୧୦% ୧୮ ବର୍ଷରୁ କମ ବୟସର ପିଲାଙ୍କୁ ଅନ୍ତର୍ଭୁକ୍ତ କରୁଥିବାବେଳେ ଅଧିକାଂଶ ଏମ୍‌ଆଇଏସ-ସି ସଂକ୍ରମିତ ରୋଗ ୧୫ ବର୍ଷରୁ କମ ପିଲାମାନଙ୍କଠାରେ ଦେଖାଯାଇଛି। ଚଳିତ ବର୍ଷ ମାର୍ଚ୍ଚରେ ଥିରୁଭାନନ୍ତପୁରମର ସରକାରୀ ଡାକ୍ତରଖାନାରେ ଏମ୍‌ଆଇଏସ-ସି ର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ମଡେଲଙ୍କୁ ଛୁରିଭୁସି ହତ୍ୟା

ନୂଆଦିଲ୍ଲୀ,୨୭ା୮: ଦିଲ୍ଲୀର ତିଲକନଗର ଅଧୀନ ନ୍ୟୁ ମହାବୀରନଗର ଅଞ୍ଚଳରେ ଏକ ଭଡ଼ାଘରେ ଜଣେ ୨୧ ବର୍ଷୀୟା ଛାତ୍ରୀ ତଥା ମଡେଲଙ୍କୁ ଛୁରିଭୁସି ହତ୍ୟା କରାଯାଇଛି। ମୁସ୍କାନ ନାମ୍ନୀ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri