Posted inଫୁରସତ

କ୍ୟାନ୍‌ସର ପୀଡ଼ିତଙ୍କୁ ଲୋଡ଼ା ସକାରାତ୍ମକ ସହଯୋଗ

ଆଜି ସାରା ବିଶ୍ୱରେ ରୋଜ ଡେ’ ପାଳନ କରାଯାଉଛି। କ୍ୟାନସରରେ ପୀଡିତ ଲୋକଙ୍କ ଜୀବନରେ ସୁଖ ଆଣିବା ଏବଂ ଜୀବନର ମହତ୍ତ୍ୱ ବୁଝାଇବା ପାଇଁ ପ୍ରତିବର୍ଷ ୨୨ ସେପ୍ଟେମ୍ବରରେ ଏହି ଦିବସ ଭାବେ ପାଳନ କରାଯାଏ। କ୍ୟାନସର ପୀଡିତଙ୍କ ମନରେ ସକାରାତ୍ମକ ଭାବନାର ଉଦ୍ରେକ କରିବା ଏହି ଦିବସ ପାଳନର ଲକ୍ଷ୍ୟ। ଶାରୀରିକ ପ୍ରଭାବ ବ୍ୟତୀତ କ୍ୟାନସରକୁ ନେଇ ଚାପ, ମାନସିକ ପ୍ରଭାବ ଯନ୍ତ୍ରଣା ସୃଷ୍ଟି କରେ। ଏହି ରୋଗର ମୁକାବିଲା କରିବାବେଳେ ପୀଡିତମାନେ ହତାଶ ହୋଇପଡିଥା’ନ୍ତି। ତେଣୁ ଏଭଳି ସମୟରେ ସେମାନେ ଦୃଢ଼ ମନୋବଳ ତଥା ସକାରାତ୍ମକ ସହଯୋଗ ଆବଶ୍ୟକ କରନ୍ତି। ସେମାନଙ୍କୁ ମାନସିକ ଭାବରେ ସମର୍ଥନ ସହ ଭରସା ସୃଷ୍ଟି କରିବା ପାଇଁ ‘ଓ୍ବାଲର୍‌ଡ ରୋଜ ଡେ’ ପାଳନ କରାଯାଉଛି।
୧୨ ବର୍ଷୀୟ ଝିଅ ମେଲିଣ୍ଡା ରୋଜଙ୍କ ସ୍ମୃତିରେ ହିଁ ଏହି ଦିବସଟି ପାଳିତ ହୋଇ ଆସୁଛ। ୧୯୯୪ରେ ମାତ୍ର ୧୨ ବର୍ଷ ବୟସରେ ବ୍ଲଡ କ୍ୟାନ୍ସରରେ ପୀଡିତ ହୋଇ ଯନ୍ତ୍ରଣା ପାଉଥିବାବେଳେ ଡାକ୍ତର ତାଙ୍କୁ ଦୁଇ ସପ୍ତାହର ସମୟ ଦେଇଥିଲେ।
ହେଲେ ମେଲିଣ୍ଡା ମୃତ୍ୟୁକୁ ଭୟ ନ କରି ବେଶ ଖୁସିରେ ସେହି ୨ ସପ୍ତାହ ଉପଭୋଗ କରିଥିଲେ। ତାଙ୍କର ଏହି ମନୋଭାବ ତାଙ୍କର ଆୟୁଷ ୬ ମାସ ବଢାଇ ଦେଇଥିଲା। ସେପ୍ଟେମ୍ବର ୨୨ ରେ ପ୍ରାଣ ହରାଇଥିଲେ ମେଲିଣ୍ଡା ରୋଜ। ତାଙ୍କର ଆତ୍ମବିଶ୍ୱାସ ଓ ଦୃଢ ମନୋବଳକୁ ପ୍ରତିଟି ପୀଡିତଙ୍କ ପାଖରେ ପହଞ୍ଚାଇବାକୁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?