ମହାମାରୀରେ ସକାରାତ୍ମକ ମନୋଭାବ

ବାଦଲ ଭୂୟଁା

କରୋନା କାଳରେ ଅନେକ ପ୍ରକାର ଦୁଶ୍ଚିନ୍ତା ମନକୁ ଭାରାକ୍ରାନ୍ତ କରୁଛି। କି ଯୁବକ, କି ବୟସ୍କ ଅନେକେ ଏକ ଅଜଣା ଭୟରେ ଆତଙ୍କିତ ଅଛନ୍ତି। ଅନେକ ସମୟରେ ଏହି ଭୟ, ଦୁଶ୍ଚିନ୍ତା ଓ ନକାରାତ୍ମକ ଚିନ୍ତା ହିଁ ମଣିଷ ପାଇଁ ଘାତକ ସାବ୍ୟସ୍ତ ହେଉଛି। ତେଣୁ ରୋଗୀ ହୁଅନ୍ତୁ କି ସୁସ୍ଥ ମଣିଷ କରୋନା କାଳରେ ସମସ୍ତେ ନିଜ ଭିତରେ ସକାରାତ୍ମକ ଭାବନା ଉଦ୍ରେକ କରିବା ଜରୁରୀ। ସକାରାତ୍ମକ ଭାବନା ମନକୁ ଆପେ ଆସେ ନାହିଁ। ଏଥିପାଇଁ କିଛି ଭଲ କାମ କରିବାକୁ ହୁଏ, ଭଲ କଥା ପଢ଼ିବାକୁ ହୁଏ, ଭଲ ବିଷୟ ଦେଖିବାକୁ ହୁଏ। ତେଣୁ କରୋନା କାଳରେ ନିଜକୁ ସୁସ୍ଥ ଓ ସକାରାତ୍ମକ ରଖିବା ପାଇଁ ଆସନ୍ତୁ କିଛି ଆଲୋଚନା କରିବା।
ପ୍ରଥମ କଥା ନିଜେ ସତର୍କ ରହନ୍ତୁ। ପରିବାର ଓ ଆଖପାଖର ଲୋକଙ୍କୁ ବି ସତର୍କ କରାନ୍ତୁ। ସରକାର ଓ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସମୟ ସମୟରେ ଜାରି ସତର୍କତା ସୂଚକ ସମସ୍ତ ନିର୍ଦ୍ଦେଶାବଳୀର ଅନୁପାଳନ କରନ୍ତୁ। ଏହାଦ୍ୱାରା ନିଜକୁ ସଂକ୍ରମିତ ହେବାରୁ ଅନେକ ମାତ୍ରାରେ ରକ୍ଷା କରିପାରିବେ। ସୁସ୍ଥ ଓ ନିରାପଦ ରହିଲେ ସକାରାତ୍ମକତା ବଢ଼ିବ। କରୋନା ସମୟରେ ବାହାରକୁ ଯିବା କମିଛି। ଏଥିସହ ଘରେ ଅଧିକ ସମୟ ମିଳୁଛି। ଏହି ସମୟର ସଦୁପଯୋଗ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଆମେ ଯେତେ ଭଲ ଭାବରେ ନିଜ ସମୟର ଉପଯୋଗ କରିବା, ଆମ ମନରେ ସେତେ ସକାରାତ୍ମକ ଚିନ୍ତା ଓ ଚେତନା ବୃଦ୍ଧି ପାଇବ। ପ୍ରାଣାୟାମ, ବ୍ୟାୟାମ ପାଇଁ ପ୍ରତିଦିନ କିଛି ସମୟ ଦେବା ଜରୁରୀ। ପକରୋନା କାଳରେ ସମସ୍ତେ ପ୍ରତ୍ୟହ ଖବରକାଗଜ ପଢ଼ିବା ଦରକାର। ଏହାଦ୍ୱାରା ଆମେ ନିଜ ଆଖପାଖରୁ ନେଇ ଦେଶ ଦୁନିଆର ଖବର ଜାଣିବା ସହ ପରିସ୍ଥିତି ଅନୁଯାୟୀ ନିଜକୁ ପ୍ରସ୍ତୁତ କରିପାରିବା। ଖବରକାଗଜ ଆମକୁ ଦୈନନ୍ଦିନ ଖବର ସହ ଖେଳ, ସାହିତ୍ୟ, ବିଜ୍ଞାନ, ମନୋରଞ୍ଜନ ଆଦି ସବୁ କ୍ଷେତ୍ରରେ ଖବର ଆଣି ନିଜ ଘରେ ଯୋଗାଇ ଦେଇଥାଏ। ଏହା ମନକୁ ସତେଜ ରଖିବାରେ ସହାୟକ ହୁଏ। ଏହାଛଡ଼ା ଅଧିକରୁ ଅଧିକ ଭଲ ବହି ପଢ଼ି ନିଜ ଜ୍ଞାନ ବୃଦ୍ଧି କରିପାରିବା। କରୋନା କାଳରେ ପୁଷ୍ଟିକର ଖାଦ୍ୟ ଖାଇଲେ ଦେହ ସୁସ୍ଥ ରହିବା ସହ ମନ ବି ପ୍ରଫୁଲ୍ଲ ରହେ। କେଉଁ ଖାଦ୍ୟ ପୁଷ୍ଟିକର ଓ ସ୍ବାସ୍ଥ୍ୟ ପାଇଁ ଭଲ ସେ ସମ୍ପର୍କରେ ଆମେ ସମସ୍ତେ ଊଣାଅଧିକେ ଅବଗତ। ତେଣୁ ଫଳ, ସତେଜ ପନିପରିବା, ଶାଗ, କ୍ଷୀର, ଦହି ଆଦି ଅଧିକ ପରିମାଣରେ ଖାଇବା ଉଚିତ।
ମହିଳା ହୁଅନ୍ତୁ କି ପୁରୁଷ କରୋନା ସମୟରେ ଅନେକ ଲୋକ ଘରେ ରହି ନିଜ ରୋଷେଇ କରିବା ସଉକକୁ ପୂରା କରୁଛନ୍ତି। ତାହା ଖୁବ୍‌ ଭଲ ଅଭ୍ୟାସ। ଏହାଦ୍ୱାରା ସ୍ବାଦିଷ୍ଟ ଘର ତିଆରି ଖାଦ୍ୟ ଖାଇବାକୁ ମିଳିବା ସହ ମନ ମଧ୍ୟ ପ୍ରଫୁଲ୍ଲ ରହେ। ଆମେ ନିଜ ସାମର୍ଥ୍ୟ ଅନୁଯାୟୀ ଆଖପାଖର ଗରିବ, ଅସହାୟ ଲୋକଙ୍କୁ ଖାଦ୍ୟ, ପୋଷାକ ଆଦି ଦେଇପାରିବା। ଆମ ପାଇଁ କାମ କରୁଥିବା ଘରୋଇ ସହାୟକ, ମାଳୀ, କ୍ଷୀରବାଲା, ଖବରକାଗଜ ହକର, ସ୍କୁଲ ଭ୍ୟାନ ଚାଳକ ବା ଅନ୍ୟ କାହାର ଯଦି ସ୍ବାସ୍ଥ୍ୟଗତ ବା ଅନ୍ୟ କୌଣସି କାରଣରୁ କିଛି ଆର୍ଥିକ ଆବଶ୍ୟକତା ପଡ଼ିଲା ତା’ହେଲେ ଶକ୍ତି ଅନୁଯାୟୀ ସହାୟତା କରିପାରିବା।
ଆମ ଆଖପାଖରେ ବ୍ୟବସାୟ କରି ପେଟ ପୋଷୁଥିବା ସ୍ଥାନୀୟ କ୍ଷୁଦ୍ର ବ୍ୟବସାୟୀ, ବୁଲା ବିକାଳିଙ୍କୁ ସହାୟତା କରିବା ଆମର ଦାୟିତ୍ୱ। କରୋନା ସମୟରେ ସେମାନେ ବି ଆର୍ଥିକ ଦୃଷ୍ଟିରୁ ବେଶ୍‌ ପ୍ରଭାବିତ ହୋଇଛନ୍ତି। ଗୋଟିଏ ପଟେ ସେମାନଙ୍କ ବିକ୍ରି ହ୍ରାସ ପାଇଥିଲା ବେଳେ ଦରଦାମ ଆକାଶଛୁଅଁା ହୋଇଛି। ତେଣୁ ସେମାନେ କେମିତି ନିଜ ପରିବାରକୁ ତିନିଓଳି ଖାଇବାକୁ ଦେଇପାରିବେ ସେ କଥା ଆମେ ଚିନ୍ତା କରିବା ଦରକାର। ଆମ ବଳକା ସମୟର ସିଂହଭାଗ ମୋବାଇଲ ଫୋନକୁ ଯାଉଛି ଏହା କେହି ଅସ୍ବୀକାର କରିପାରିବେ ନାହିଁ। ମୋବାଇଲ ନିଶାରୁ ଯେ ଯେତିକି ଦୂରରେ ରହିବ ସେ ଅନ୍ୟ ଭଲ କାର୍ଯ୍ୟ କରିବାକୁ ସେତେ ଅଧିକ ସମୟ ପାଇବ। ପ୍ରତ୍ୟେକ ମଣିଷ ଭିତରେ କିଛି ନା କିଛି ଲୁକ୍କାୟିତ ପ୍ରତିଭା ରହିଛି, ଯାହା ଆମେ କାମର ଚାପରେ ଏକ ପ୍ରକାର ପାସୋରି ଦେଇଛୁ। ଏହାକୁ ପୁନଃ ଆବିଷ୍କାର କରିବାର ଉପଯୁକ୍ତ ସୁଯୋଗ ଆଣି ଦେଇଛି କରୋନା। କିଏ ଭଲ କବିତା ଲେଖେ ତ କିଏ ଚିତ୍ର ଆଙ୍କେ। କିଏ ଭଲ ରୋଷେଇ କରେ ତ କିଏ ପୁଣି ନାଚ, ଗୀତ, ବାଦ୍ୟ ଓ ଅଭିନୟ ଆଦିରେ ରୁଚି ରଖେ। କାହାର ପସନ୍ଦ ଚେସ ଖେଳ ତ କିଏ ବହି ପଢ଼ିବାକୁ ଭଲ ପାଏ। ନିଜ ପିଲାଙ୍କ ସହ ପିଲା ହୋଇ ଖେଳିବାକୁ ତ ସମସ୍ତଙ୍କୁ ଭଲ ଲାଗେ। ମୋବାଇଲ ଫୋନ୍‌ରୁ ଦୂରରେ ରହି କିଛି ସମୟ ଏଥିପାଇଁ ଦେଲେ ଅସୁବିଧା କ’ଣ?
୪ଜି ପ୍ରତାପ ଆପାର୍ଟମେଣ୍ଟ,
୭ ଏକ୍ସଟେନସନ ରୋଡ୍‌, ପୁରୁଣା ସୋନାରୀ, ଜାମସେଦପୁର,
ମୋ:୭୪୮୮୯୯୮୫୩୨


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri