ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା ସମୟସୀମା ଦୂରକରିବାକୁ ସ୍ଥିର କରିଥିବା ଲକ୍ଷ୍ୟକରାଯାଉଛି। ମୁଖ୍ୟ ଶାସନ ସଚିବ କେ. ବିଜୟାନନ୍ଦ ନଭେମ୍ବର ୩୦ରେ ଅବସର ନେବା କଥା, ହେଲେ ଏବେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ରାଜ୍ୟ ସରକାର ବିଜୟାନନ୍ଦଙ୍କୁ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ରହିବାକୁ କହିଛନ୍ତି। ସରକାରଙ୍କ ଧାରଣା ହେଉଛି, ନିରନ୍ତରତା ଶାସନକୁ ସାହାଯ୍ୟ କରିବ। ଅଣାନୁଷ୍ଠାନିକ ଭାବେ କୁହାଯାଉଛି, ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଯାହାକୁ ବିଶ୍ୱାସ କରନ୍ତି ତାଙ୍କ ବିଷୟରେ ସବୁ ଜାଣନ୍ତି । ତାଙ୍କ ଶାସନର ବିଭିନ୍ନ ଘଟଣା ସ୍ପଷ୍ଟକରେ ଯେ, ସେ ଅଦଳବଦଳ କରିବାରେ ଆଗ୍ରହୀ ନୁହନ୍ତି। ତେବେ ଉତ୍ତରାଧିକାର ବିଷୟକୁ ଦେଖାଯାଉ। ଚାପରେ ଶାନ୍ତ ରହିବା ପାଇଁ ୧୯୯୧ ବ୍ୟାଚ୍‌ ଅଧିକାରୀ ଜି. ସାଇ ପ୍ରସାଦଙ୍କୁ ଉତ୍ତରାଧିକାରୀ ବୋଲି ଘୋଷଣା କରାଯାଇଛି। ସେ ବର୍ତ୍ତମାନ ଜଳ ସମ୍ପଦ ତଦାରଖ କରୁଛନ୍ତି। ତାଙ୍କୁ ମୁଖ୍ୟତଃ ଜଣେ ଭରସାଯୋଗ୍ୟ, ବିଚକ୍ଷଣ ଅଧିକାରୀ ଭାବେ ଗଣାଗଲେ ମଧ୍ୟ ଅମଲାତାନ୍ତ୍ରିକ ପ୍ରଦର୍ଶନ ପାଇଁ ସୁଯୋଗ ଦିଆଯାଉ ନାହିଁ। ଅନ୍ୟ ଅର୍ଥରେ କହିବାକୁ ଗଲେ ନାଇଡୁ କାର୍ଯ୍ୟ କରିବାକୁ ତାଙ୍କ ଅପେକ୍ଷା ଅଧିକ ସକ୍ଷମ। ତେବେ ସମସ୍ୟା ହେଉଛି ସାଇ ପ୍ରସାଦ ମେ’୨୦୨୬ରେ ଅବସର ନେବେ ।
ଯଦି ଭାରତର ସରକାରଗୁଡ଼ିକ ‘ପ୍ରଶାସନିକ ସ୍ଥିରତା’ ନାମରେ ରବର ବ୍ୟାଣ୍ଡ୍‌ ପରି କାର୍ଯ୍ୟକାଳ ସୀମାକୁ ବୃଦ୍ଧି କରିଥାନ୍ତି। ଏହାକୁ ଲକ୍ଷ୍ୟକରି ଆନ୍ଧ୍ର ମଧ୍ୟ କାର୍ଯ୍ୟକାଳ ବୃଦ୍ଧିକରୁଛିି। କୌଣସି ଦକ୍ଷ ତଥା ନୂତନ ମୁହଁ ସାମ୍ନାକୁ ଅଣାଯାଉନାହିଁ। କେବଳ ଅଭିଜ୍ଞ ପ୍ରଶାସକ ଯେଉଁମାନେ ବ୍ୟବସ୍ଥାକୁ ଜାଣନ୍ତି, ନେତାଙ୍କୁ ଜାଣନ୍ତି ସେମାନଙ୍କୁ ରଖାଯାଉଛି। ବର୍ତ୍ତମାନ ପାଇଁ ଆନ୍ଧ୍ର ଗୋଟିଏ କଥା ସ୍ପଷ୍ଟ କରିଛି ଯେ, ଶୀର୍ଷ ପଦବୀ ପରିଚିତଙ୍କ ହାତରେ ରହୁଛି।
ବାର୍‌ମେରର ବାସ୍ତବତା
ଗୋଟିଏ ସପ୍ତାହ ମଧ୍ୟରେ ଭାରତରେ ଗୋଟିଏ ଜିଲା ‘ଡିଜିଟାଇଜେଶନ ପାଇଁ ଏକ ଜାତୀୟ ମଡେଲ’ ହେବା ଏବଂ ଏହାକୁ ନେଇ ଏକ ବୈଠକରେ ବିରୋଧାଭାଷର ଦୃଶ୍ୟ ସାମ୍ନାକୁ ଆସିଛି। ପ୍ରଥମେ ଏ ସମ୍ପର୍କିତ ଏକ ଖବର ପ୍ରକାଶ ପାଇଥିଲା, ଯେଉଁଥିରେ ବାର୍‌ମେର ଜିଲାପାଳ ଟିନା ଡାବିଙ୍କ ନେତୃତ୍ୱରେ ବାର୍‌ମେର, ଏସ୍‌ଆଇଆର୍‌ ମ୍ୟାପିଂର ୧୦୦ ପ୍ରତିଶତ ଡିଜିଟାଇଜେଶନ ହାସଲ କରିଛି ବୋଲି ରିପୋର୍ଟ କରାଯାଇଥିଲା। ଏହାକୁ ଏକ ମାଇଲଖୁଣ୍ଟ ଏବଂ ସମ୍ମାନର କଥା ବୋଲି କୁହାଯାଇଥିଲା। ହେଲେ ଏହା ପରେ ଆସିଥିଲା ଦିଶା ବୈଠକର ଭିଡିଓ। ସେଥିରେ ଜିଲାଟି ଡିଜିଟାଲ ପରିବର୍ତ୍ତନର ନିଆରା ଉଦାହରଣ ପାଲଟିଥିବା ପରି ଦେଖାଗଲା ନାହଁି। ଏମିତି ହେଲା, ବୈଠକରେ ସାଂସଦ, ବିଧାୟକ ଏବଂ ଉପସ୍ଥିତ ଅଧାଅଧି ଅଧିକାରୀ ଅଭିଯୋଗର ଏକ ଲମ୍ବା ତାଲିକା ନେଇ ସାମ୍ନାକୁ ଆସିଗଲେ। ସ୍ଥାନୀୟ ସାଂସଦ ଉମ୍ମେଦାରାମ ବେନିୱାଲ ଏବଂ ବିଧାୟକ ରବୀନ୍ଦ୍ର ସିଂହ ଭାଟି ଅନେକ ପ୍ରଶ୍ନ ଡାବିଙ୍କୁ ପଚାରିଥିଲେ। ସେ କିଛି ପ୍ରଶ୍ନର ଉତ୍ତର ଦେଲେ, ଅନେକ ପ୍ରଶ୍ନକୁ ଅସମାହିତ ରଖିଲେ। ସତ କହିବାକୁ ଗଲେ, ଭାରତୀୟ ଶାସନରେ ଗୋଟିଏ ପଟେ ଐତିହାସିକ ସଫଳତା ଘୋଷଣା କରାଯାଏ; ଅନ୍ୟ ପଟେ ପ୍ରାୟତଃ ସେହି କ୍ଷେତ୍ରରେ ତାହାକୁ ନେଇ ପ୍ରଶ୍ନ ଉଠେ। ବାର୍‌ମେରରେ ସବୁକିଛି ଡିଜିଟାଇଜେଶନ ହୋଇଥାଇପାରେ କିମ୍ବା ଆମ ବାବୁମାନେ କେବଳ ପ୍ରଶାସନିକ ସଫଳତାକୁ ରାଜନୈତିକ ରଙ୍ଗମଞ୍ଚରେ ପରିଣତ କରିବାର କଳାକୁ ସିଦ୍ଧ କରିଥାଇପାରିଥାନ୍ତି। ବାବୁ ସାମ୍ରାଜ୍ୟ ଏକ ସମୟରେ ବିଜୟର ଖବର ପ୍ରକାଶ କରିବା ଏବଂ ଲାଇଭ ଭିଡିଓରେ ଅକଳରେ ପଡ଼ି ଅପମାନିତ ହେବା ଦେଖି କେବଳ ଆମେ ଆଶ୍ଚର୍ଯ୍ୟ ହେବା।
ତେଲଙ୍ଗାନା ହାଇକୋର୍ଟଙ୍କ ହସ୍ତକ୍ଷେପ
ଆଇପିଏସ୍‌ ଅଧିକାରୀମାନେ ଆଇଏଏସ୍‌ ସ୍ତରୀୟ ପ୍ରଶାସନିକ ପଦବୀରେ କାହିଁକି ଅଛନ୍ତି ଏବଂ ଏହା ଆଇନଗତ ଚଞ୍ଚକତା ନୁହେଁ କି ବୋଲି ନିକଟରେ ତେଲଙ୍ଗାନା ହାଇକୋର୍ଟ ପ୍ରଶ୍ନ ପଚାରିଛନ୍ତି। ଏଭଳି ନିଯୁକ୍ତି ଭାରତର ପ୍ରଶାସନିକ ସେବା ବ୍ୟବସ୍ଥାର ଜଟିଳ ଦିଗକୁ ସୂଚିତ କରୁଛି। ସତର୍କତାର ସହ ଦାୟିତ୍ୱ ବଣ୍ଟନ କରାଗଲେ ମଧ୍ୟ ତାହା ପ୍ରଶିକ୍ଷଣ, ଗ୍ରହଣୀୟତା ଓ ସାଂଗଠନିକ ସିଦ୍ଧାନ୍ତର ପାର୍ଥକ୍ୟକୁ ପ୍ରତିଫଳିତ କରୁଛି। ସମସ୍ୟା ହେଉଛି, ନିକଟରେ ସରକାରୀ ନିର୍ଦ୍ଦେଶକ୍ରମେ ଆଇଏଏସ୍‌ ଅଧିକାରୀଙ୍କ ପାଇଁ ସଂରକ୍ଷିତ ବିଭାଗଗୁଡ଼ିକରେ ଷ୍ଟିଫେନ୍‌ ରବୀନ୍ଦ୍ର, ଶିଖା ଗୋଏଲ ଏବଂ ସିଭି ଆନନ୍ଦଙ୍କ ଭଳି ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ପ୍ରମୁଖ ସଚିବ କିମ୍ବା ସ୍ବତନ୍ତ୍ର ମୁଖ୍ୟ ସଚିବ ଭାବରେ ନିଯୁକ୍ତି ଦିଆଯାଇଛି। ଏକ ଆବେଦନ ଉପରେ ବିଚାର କରି କୋର୍ଟ ରାଜ୍ୟ ସରକାରଙ୍କୁ ଡିସେମ୍ବର ୧୦ ସୁଦ୍ଧା ସ୍ପଷ୍ଟୀକରଣ ଦେବାକୁ କହିଛନ୍ତି। ଆଇଏଏସ୍‌ ଏବଂ ଆଇପିଏସ୍‌ ଅଦଳବଦଳ ପାଇଁ ନୁହେଁ,ସେଗୁଡ଼ିକ ପୃଥକ୍‌ ସେବା ଓ ସରକାରୀ ସ୍ତରରେ ସେମାନଙ୍କ କ୍ଷମତା ସୀମିତ। ପ୍ରଶାସନିକ ତଦାରଖ ପାଇଁ ପୋଲିସ ବ୍ୟବସ୍ଥାର ସ୍ବଚ୍ଛ ଦୃଷ୍ଟିକୋଣ ଆବଶ୍ୟକ। ହେଲେ ପୋଲିସ ଅଧିକାରୀମାନେ ହଠାତ୍‌ ପ୍ରଶାସନିକ ଅଧିକାରୀ ହୋଇଯାଆନ୍ତି, ନିରପେକ୍ଷତା ଏବଂ ସମୀକ୍ଷା ପ୍ରଭାବିତ ହୋଇଥାଏ। ଆବେଦନକାରୀଙ୍କ ଯୁକ୍ତି, ଏପରି ନିଯୁକ୍ତି ଆଇଏଏସ୍‌ (କ୍ୟାଡର ଶକ୍ତି ସ୍ଥିରୀକରଣ) ନିୟମାବଳୀ, ୨୦୧୬ ପରି ସାମ୍ବିଧାନିକ ନିର୍ଦ୍ଦେଶର ଉଲ୍ଲଂଘନ କରିପାରେ। ଏଣୁ ଏବେ କେବଳ କୋର୍ଟ ଯାଞ୍ଚର ବିଷୟ ନୁହେଁ ବରଂ ବ୍ୟାପକ ସାର୍ବଜନୀନ ବିତର୍କର କଥା। ନିୟମ ଏବଂ କ୍ୟାଡର ପ୍ରଭେଦ ଅଦ୍ଭୁତ ଲାଗିପାରେ, କିନ୍ତୁ କ୍ଷମତା କେନ୍ଦ୍ରୀକରଣକୁ ରୋକିବା, ସ୍ବାଧୀନ ସମୀକ୍ଷା ସୁନିଶ୍ଚିତ କରିବା ଏବଂ ଗଣତାନ୍ତ୍ରିକ ଦାୟିତ୍ୱ ବଜାୟ ରଖିବା ପାଇଁ ଏଗୁଡ଼ିକ ରହିଛି। ତେବେ ତେଲଙ୍ଗାନା ହାଇକୋର୍ଟଙ୍କ ହସ୍ତକ୍ଷେପ ସ୍ବାଗତଯୋଗ୍ୟ।
Email: dilipcherian@gmail.com

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri