Posted inଖେଳ

ଲକ୍ଷ୍ୟ, ସିନ୍ଧୁଙ୍କୁ ବିଦେଶରେ ଟ୍ରେନିଂ ନେବାକୁ ମିଳିଲା ସୁଯୋଗ

ପ୍ୟାରିସ, ୨୩ା୫: ଅଲିିମ୍ପିକ ପ୍ରସ୍ତୁତି ପାଇ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌ ଓ ପି. ଭି. ସିନ୍ଧୁଙ୍କୁ ଫ୍ରାନ୍ସ ଏବଂ ଜର୍ମାନୀରେ ଟ୍ରେନିଂ ନେବାକୁ ସୁଯୋଗ ମିଳିଛି। ଏବାବଦରେ ସେମାନଙ୍କ ସମସ୍ତ ଖର୍ଚ୍ଚ କ୍ରୀଡ଼ା ମନ୍ତ୍ରଣାଳୟର ମିଶନ ଅଲିମ୍ପିକ ସେଲ୍‌ (ଏମ୍‌ଓସି) ମଞ୍ଜୁର କରିଛି।

ସେନ୍‌ ପ୍ୟାରିସ ଅଲିମ୍ପିକ୍ସ ପୁରୁଷ ସିଙ୍ଗଲ୍ସରେ ଭାଗ ନେବେ। ସେ ଫ୍ରାନ୍ସର ମର୍ସିଲି ଅନ୍ତର୍ଗତ ଦି ହାଲେ ଡେସ୍‌ ସ୍ପୋଟର୍‌ସ ପାର୍ସମେନ୍‌ଠାରେ ୧୨ ଦିନ ଧରି ଟ୍ରେନିଂ ନେବେ। ତାଙ୍କ ସହିତ କୋଚ୍‌ ଏବଂ ସପୋର୍ଟ ଷ୍ଟାଫ୍‌ ମଧ୍ୟ ଗସ୍ତ କରିବେ। ଅଲିମ୍ପିକ ଗେମ୍ସ ଜୁଲାଇ ୮ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ସିନ୍ଧୁ ଜର୍ମାନୀର ସାର୍‌ବ୍ରକେନଠାରେ ଅନୁଷ୍ଠିତ ହରମାନ-ନେଉବର୍ଗର ସ୍ପୋଟର୍‌ସସ୍କୁଲରେ ଟ୍ରେନିଂ ନେବେ। ପ୍ୟାରିସ ଗସ୍ତ କରିବା ପୂର୍ବରୁ ସେ ତାଙ୍କ କୋଚ୍‌ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କ ସହ ଏକ ମାସ ଧରି ଟ୍ରେନିଂ ନେବେ। ଖେଳାଳି ଦ୍ୱୟଙ୍କ ବିମାନ ଖର୍ଚ୍ଚ, ବୋର୍ଡିଂ ଓ ଲଜିଂ ଖର୍ଚ୍ଚ, ସ୍ଥାନୀୟ ପରିବହନ, ଭିଜା ଫି’ ଏବଂ ସଟଲକକ୍‌ ବାବଦରେ ସମସ୍ତ ଖର୍ଚ୍ଚ ଏମ୍‌ଓସି ଦ୍ୱାରା ଗୃହୀତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ଼୍ବକପ୍‌: ସୁପର ୮ରେ ଏଣ୍ଟ୍ରି ମାରିଲେ ୭ଟିମ୍‌, ୮ ନମ଼୍ବରରେ କିଏ?

ନୂଆଦିଲ୍ଲୀ, ୧୬।୬: ଟି-୨୦ ବିଶ଼୍ବକପ୍‌ ୨୦୨୪ରେ ସୁପର ୮ ପାଇଁ ୭ଟି ଟିମ୍‌ ସ୍ଥାନ ପକ୍କା କରିଛନ୍ତି। ସେମାନଙ୍କ ମଧ୍ୟରେ ଆମେରିକା, ଭାରତ, ୱେଷ୍ଟ-ଇଣ୍ଡିଜ୍‌, ଇଂଲଣ୍ଡ,...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ

ନୂଆଦିଲ୍ଲୀ, ୧୬।୬: ରବିବାର ୩ ମ୍ୟାଚ୍‌ ସିରିଜ୍‌ ବିଶିଷ୍ଟ ୱାନ୍‌ଡେ ଇଣ୍ଟରନ୍ୟାସନାଲର ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରର ଏମ୍‌ ଚିନ୍ନାସ଼୍ବାମୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ । ଭାରତ...

ବର୍ଷା ଆଶଙ୍କାରେ ଭାରତ-କାନାଡା

ଲୌଡରହିଲ, ୧୫।୬ (ପି.ଟି.): ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ସୁପର-୮ରେ ପ୍ରବେଶ କରିସାରିଥିବା ଭାରତ ଏହାର ଅନ୍ତିମ ଲିଗ୍‌ ମ୍ୟାଚରେ ଶନିବାର କାନାଡାକୁ ଭେଟିବ। ପୂର୍ବ...

ଓମାନକୁ ୮ ଉଇକେଟରେ ହରାଇଲା ଇଂଲଣ୍ଡ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ), ୧୫ା୬ (ଏପି): ଚଳିତ ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ର ଗ୍ରୁପ୍‌ ‘ବି’ରେ ଗୁରୁବାର ଖେଳାଯାଇଥିବା ଏକ ମ୍ୟାଚରେ ଆଦିଲ ରଶିଦ୍‌ (୪/୧୧)ଙ୍କ...

ପୁଣି ଆୟୋଜିତ ହେବ ହକି ଇଣ୍ଡିଆ ଲିଗ୍‌: ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ, ୧୪ା୬: ଦୀର୍ଘ ୮ ବର୍ଷ ପରେ ଆୟୋଜିତ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ୍‌(ଏଚ୍‌ଆଇଏଲ୍‌)। ଏଥିରେ ୮ ପୁରୁଷ ଓ ୬ ମହିଳା ଦଳ...

ଟି-୨୦ ବିଶ୍ୱକପ୍‌ ଅଧାରୁ ଭାରତ ଫେରିବେ ୨ ଖେଳାଳି

ଫ୍ଲୋରିଡା,୧୪।୬: ଜୁନ ୧୪ରେ ଫ୍ଲୋରିଡା ଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ଦଳର ଅଭ୍ୟାସ ଅଧିବେଶନ ବର୍ଷା ଯୋଗୁ ବାତିଲ ହୋଇଛି। ଟିମ ଇଣ୍ଡିଆ ଶନିବାର...

ଟିଏମସି ଏମପି ୟୁସୁଫ ପଠାନଙ୍କୁ ଝଟ୍‌କା

ଭଦୋଦରା,୧୪।୬: ଗୁଜରାଟରେ ଭାଜପା ଶାସିତ ଭଦୋଦରା ମ୍ୟୁନିସିପାଲ କର୍ପୋରେସନ (ଭିଏମସି) ପୂର୍ବତନ ଭାରତୀୟ କ୍ରିକେଟର ତଥା ଟିଏମସି ଏମପି ୟୁସୁଫ ପଠାନଙ୍କ ସମସ୍ୟାକୁ ବଢାଇ ଦେଇଛି।...

ଟି୨୦ ବିଶ୍ୱକପ: ସୁପର୍ ୮ରେ ଆଫଗାନିସ୍ତାନ, ନ୍ୟୁଜିଲାଣ୍ଡ ଟୁର୍ନାମେଣ୍ଟରୁ ବିଦା

ନୂଆଦିଲ୍ଲୀ,୧୪ା୬: ଆଫଗାନିସ୍ତାନ ପପୁଆ ନ୍ୟୁ ଗିନିକୁ ପରାସ୍ତ କରି ଟି -୨୦ ବିଶ୍ୱକପ ୨୦୨୪ ର ସୁପର୍ ୮ରେ ପହଞ୍ଚିଥିଲା ବେଳେ ନ୍ୟୁଜିଲ୍ୟାଣ୍ଡକୁ ଟୁର୍ନାମେଣ୍ଟରୁ ବିଦା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri