Odisha Elections 2024
Posted inଖେଳ

‘ସାରା ଜୀବନ ଧୋନୀଙ୍କ ପାଖରେ ଋଣୀ ରହିବି’

ଚେନ୍ନାଇ,୧୭।୩: ଷ୍ଟାର ସ୍ପିନର ଆର୍‌ ଅଶ୍ୱିନ୍‌ ଦିନକୁ ଦିନ ନୂଆ ଉପଲବ୍ଧି ହାସଲ କରୁଛନ୍ତି। ହେଲେ ୨୦୧୧ ଆଇପିଏଲ୍‌ ଫାଇନାଲରେ ମହେନ୍ଦ୍ର ସିଂହ ଧୋନୀ ଦେଖାଇଥିବା ବିଶ୍ୱାସ, ମାର୍ଗଦର୍ଶନକୁ ଭୁଲିନାହାନ୍ତି। କାରଣ ଏହା ତାଙ୍କ କ୍ୟାରିୟରକୁ ନୂଆ ଦିଗ ଦେଇଥିଲା। ଏଥିଲାଗି ସେ ଧୋନୀଙ୍କ ପାଖରେ ଋଣୀ ରହିବେ ବୋଲି ଏକ ସାକ୍ଷାତକାରରେ ଅଶ୍ୱିନ କହିଛନ୍ତି।

ଭିନ୍ନ ରଣନୀତିରେ ଧୋନୀ ୨୦୧୧ ଆଇପିଏଲ୍‌ ଫାଇନାଲରେ ଅଶ୍ୱିନଙ୍କୁ ନୂଆ ବଲ୍‌ ଦେଇଥିଲେ। ହେଲେ ଚମତ୍କାର ବୋଲିଂ ୪ର୍ଥ ବଲ୍‌ରେ ଫର୍ମରେ ଥିବା କ୍ରିସ୍‌ ଗେଲଙ୍କ ଉଇକେଟ ନେଇଥିଲେ। ସେବେଠାରୁ ଦୀର୍ଘ ଏକ ଦଶକ ଧରି ଉତ୍ଥାନ ପତନ ସତ୍ତ୍ୱେ ସେ ୧୦୦ତମ ଟେଷ୍ଟ ଖେଳିଛନ୍ତି। ଏପରିକି ନିଜ ନାମରେ ୫୧୬ ଉଇକେଟ ନେଇଛନ୍ତି।

ତାମିଲନାଡ଼ୁ କ୍ରିକେଟ ସଂଘ(ଟିଏନ୍‌ସିଏ) ଦ୍ୱାରା ୫୦୦ ଉଇକେଟ ଏବଂ ୧୦୦ ଟେଷ୍ଟ ଖେଳିବା ଡବଲ୍‌ ଖୁସିକୁ ସେଲିବ୍ରେଟ୍‌ କରିବାକୁ ଏକ ସମ୍ମାନ ସମାରୋହର ଆୟୋଜନ କରାଯାଇଥିଲା। ତାଙ୍କୁ ୧ କୋଟିର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଅଶ୍ୱିନ ପୁରୁଣା ଦିନକୁ ମନେ ପକାଇଥିଲେ, ଯେତେବେଳେ ଧୋନୀ ତାଙ୍କ ଉପରେ ବିଶ୍ୱାସ ଦେଖାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱରେକର୍ଡ ସହ ସ୍ବର୍ଣ୍ଣ ଜିତିଲେ ଦୀପ୍ତି

ନୂଆଦିଲ୍ଲୀ,୨୦।୪: ଭାରତର ଦୀପ୍ତି ଜୀବାଞ୍ଜୀ ବିଶ୍ୱ ରେକର୍ଡ ସୃଷ୍ଟି କରି ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୪ ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଦୀପ୍ତି ୪୦୦...

ଆରସିବି ଫାଇନାଲ୍‌ ଯିବା ନିଶ୍ଚିତ! ଏହି ରେକର୍ଡ କହୁଛି ସବୁକିଛି

ନୂଆଦିଲ୍ଲୀ,୨୦।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୋଟିଏ ପ୍ରତିଶତ ଆଶାକୁ ୧୦୦ ପ୍ରତିଶତରେ ପରିଣତ କରି ଆଇପିଏଲ ୨୦୨୪ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିଛି।...

ଧୋନୀଙ୍କ ଅବସରକୁ ନେଇ ଆସିଲା ବଡ଼ ଅପଡେଟ୍‌: ଜାଣନ୍ତୁ କେବେ ସିଏସ୍‌କେକୁ କହିବେ ବାଏ ବାଏ

ଚେନ୍ନାଇ,୨୦।୫: ଚେନ୍ନାଇ ସୁପର କିଙ୍ଗ୍ସର ଏମଏସ ଧୋନୀ ସବୁଠାରୁ ସଫଳ ଅଧିନାୟକ। ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ମୋଟ ପାଞ୍ଚଟି ଆଇପିଏଲ ଟ୍ରଫି ଜିତିଛି। କିନ୍ତୁ ଏହି...

ଆଇପିଏଲରୁ ବାହାରିଲେ ଧୋନି, ମନଦୁଃଖରେ ଫେରିଲେ ରାଞ୍ଚି

ନୂଆଦିଲ୍ଲୀ,୨୦।୫: ଇଣ୍ଡିଆନ ପ୍ରିମିୟର ଲିଗରେ ବର୍ତ୍ତମାନର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସର ଯାତ୍ରା ଶେଷ ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ଶେଷ ଲିଗ ମ୍ୟାଚରେ...

ଆଇପିଏଲର ନୂଆ ‘ସିକ୍ସର କିଙ୍ଗ’, କୋହଲି ସମେତ ପଛରେ ପଡିଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୧୯।୫: ଆଇପିଏଲ ର ପ୍ରତ୍ୟେକ ସିଜନରେ, ଅନେକ ରେକର୍ଡ ତିଆରି ହେବା ଏବଂ ଭାଙ୍ଗିଥିବାର ଦେଖାଯାଏ । ଚଳିତ ସିଜନରେ ସନରାଇଜର୍ସ ହାଇଦ୍ରାବାଦରେ ଖେଳୁଥିବା ଯୁବ...

ଏବେ ତୁମେ କେମିତି ଅନୁଭବ କରୁଛ ମା’? ଶେଷ ଓଭର ପରେ ଘରକୁ ଫୋନ କଲେ ୟଶ ଦୟାଲ

ନୂଆଦିଲ୍ଲୀ,୧୯।୫: କେବଳ ଜଣେ ମା’ ନିଜ ସନ୍ତାନର ଅସହାୟତା ଏବଂ ସୁଖକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଅନୁଭବ କରିପାରନ୍ତି। ୪୦୫ ଦିନ ପୂର୍ବେ, ରିଙ୍କୁ ସିଂ...

ହରଭଜନଙ୍କ ଭବିଷ୍ୟବାଣୀ: ଏହି ଦୁଇ ଟିମ ମଧ୍ୟରେ ଖେଳାଯିବ IPL 2024 ଫାଇନାଲ ମ୍ୟାଚ

ନୂଆଦିଲ୍ଲୀ,୧୯।୫: ପୂର୍ବତନ ଭାରତୀୟ ଅଫ ସ୍ପିନର ହରଭଜନ ସିଂ ଆଇପିଏଲ ୨୦୨୪ର ଫାଇନାଲିଷ୍ଟ ଦଳ ଚୟନ କରିଛନ୍ତି। ହରଭଜନ ସିଂ ବିଶ୍ୱାସ କରନ୍ତି ଯେ ଆଇପିଏଲ...

ସିଏସ୍‌କେ ହାରିବା ପରେ ଭୋ ଭୋ ହୋଇ କାନ୍ଦିଲେ ରାୟୁଡୁ, ପରଦିନ ଆର୍‌ସିବିକୁ କହିଲେ ବଡ଼ କଥା; VIDEO

ବାଙ୍ଗାଲୁରୁ,୧୯।୫: ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଶନିବାର ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଖେଳାଯାଇଥିଲା। କୋହଲିଙ୍କ ଟିମ୍‌ ଧୋନୀଙ୍କ ଦଳକୁ ୨୭ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri