ପୋର୍ଟାଲ ଖୋଲିଛି, ଇନ୍‌ଭେଷ୍ଟର୍ସ ନାହାନ୍ତି

ଭୁବନେଶ୍ବର,୨୬ା୯(ବ୍ୟୁରୋ): କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ରାଜ୍ୟସ୍ତରୀୟ ରେଜିଷ୍ଟ୍ରେଶନ ଭେଇକିଲ ସ୍କ୍ରାପିଂ ଫାସିଲିଟି(ଆର୍‌ଭିଏସ୍‌ଏଫ୍‌) ଘୋଷଣା ପାଇଁ କୁହଯାଇଛିି। ଏଥିଲାଗି ମନ୍ତ୍ରଣାଳୟ ପକ୍ଷରୁ ଏକ ଗେଜେଟ୍‌ ନୋଟିଫିକେଶନ ଜାରି କରାଯାଇଛିି। ଓଡ଼ିଶାରେ ୨୦ ବର୍ଷରୁ ଅଧିକ ୧୪.୭୪ଲକ୍ଷ ନନ୍‌ ଟ୍ରାନ୍ସପୋର୍ଟ ଏବଂ ୧୫ ବର୍ଷରୁ ଅଧିକ ୩.୬୩ ଲକ୍ଷ ଟ୍ରାନ୍ସପୋର୍ଟ ଗାଡ଼ି ରହିଛି। ସେଗୁଡିକ ସ୍କ୍ରାପିଂ କରାଯିବ। ଏହାକୁ ସ୍କ୍ରାପିଂ କରିବା ଲାଗି ଇନଭେଷ୍ଟର୍ସଙ୍କୁ ରାଜ୍ୟ ସଡ଼କ ପରିବହନ ବିଭାଗ ଆମନ୍ତ୍ରଣ କରିବା ଲାଗି ସବୁ କାମ ସରିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ନ୍ୟାଶନାଲ ସିଙ୍ଗଲ୍‌ ଓ୍ବିଣ୍ଡୋ ପୋର୍ଟାଲରେ ପୂର୍ବରୁ ରାଜ୍ୟ ସରକାର ଆକ୍ଟିଭ ଅଛନ୍ତି। ଏହି ପୋର୍ଟାଲ୍‌ରେ ଓଡ଼ିଶା ସମେତ ୯ଟି ରାଜ୍ୟରେ ସ୍କ୍ରାପିଂ ସେଣ୍ଟର ଲାଗି ଆବେଦନ କରିବାକୁ ଇନ୍‌ଭେଷ୍ଟର୍ସମାନଙ୍କ ପାଇଁ ସୁବିଧା ରହିଥିଲେ ସୁଦ୍ଧା ଓଡ଼ିଶା ପାଇଁ ଜଣେ ହେଲେ ବି ଆବେଦନ କରି ନ ଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଏଭଳିସ୍ଥିତିରେ ଇନ୍‌ଭେଷ୍ଟର୍ସମାନଙ୍କ ସନ୍ଦେହ ଦୂର କରିବା ଲାଗି ସୋମବାର ମନ୍ତ୍ରଣାଳୟ ଅଧିକାରୀ, ରାଜ୍ୟ ସରକାରଙ୍କ ଅଧିକାରୀ ଏବଂ ୭ ଇନଭେଷ୍ଟର୍ସ୍‌ଙ୍କ ମଧ୍ୟରେ ଏକ ଭିଡିଓ କନ୍‌ଫରେନ୍ସ ଜରିଆରେ ବୈଠକ ହେବ। ଏଥିରେ ସେମାନଙ୍କ ସନ୍ଦେହ ଦୂର କରିବା ଲାଗି ଚେଷ୍ଟା କରାଯିବ ବୋଲି ପରିବହନ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ପରିବହନ ଏବଂ ଶିଳ୍ପ ବିଭାଗ ଏହି କାର୍ଯ୍ୟ ମିଳିତ ଭାବେ କରିବେ। ନନ୍‌ ଟ୍ରାନ୍ସପୋର୍ଟ ଗାଡ଼ିକୁ ଯେଉଁ ମାଲିକମାନେ ସ୍କ୍ରାପିଂ କରିବେ ସେମାନଙ୍କୁ ଏକ ସାର୍ଟିଫିକେଟ ମିଳିବ। ଏହାସହ ସେମାନଙ୍କୁ ନୂଆ ଗାଡ଼ି କିଣିଲେ ତାଙ୍କ ଫାଷ୍ଟ ଟାଇମ୍‌ ଟ୍ୟାକ୍ସ ଉପରେ ୨୫ ପ୍ରତିଶତ ଛାଡ଼ମିଳିବ। ଟ୍ରାନ୍ସପୋର୍ଟ ଗାଡ଼ି ଯେଉଁମାନେ ସ୍କ୍ରାପିଂ କରିବେ ସେମାନଙ୍କୁ ୮ ବର୍ଷ ପର୍ଯ୍ୟନ୍ତ ୧୫ ପ୍ରତିଶତ ଟ୍ୟାକ୍ସ ଛାଡ଼ କରାଯିବ। ଏହାସହ ନୂଆ ଗାଡ଼ି କିଣିବା ସମୟରେ ସେମାନେ ଗାଡ଼ିର ମୂଲ୍ୟ ଉପରେ ୫ ପ୍ରତିଶତ ଛାଡ଼ ପାଇବେ। ଏନେଇ ଅଟୋ ମୋବାଇଲ ଡିଲରମାନଙ୍କ ପାଇଁ ଏକ ଆଡଭାଇଜରି ଜାରି କରାଯିବ। ସ୍କ୍ରାପିଂ ସେଣ୍ଟର ଲାଗି ୧୦ ଏକର ଜମିର ଆବଶ୍ୟକତା ଥିବାବେଳେ ରାଜ୍ୟ ସରକାର ଏହା ଯୋଗାଇଦେବେ। ଇଡ୍‌କୋ ତରଫରୁ ଯେଉଁ ଇନଭେଷ୍ଟର୍ସ ଏଥିପାଇଁ ଆସିବେ ତାଙ୍କୁ ଜମି ୧୦ ଏକର ମିଳିବ। ଏହାସହ ଇନଭେଷ୍ଟର୍ସମାନଙ୍କୁ ଆହୁରି ଅନ୍ୟାନ୍ୟ ସୁବିଧା ମଧ୍ୟ ରାଜ୍ୟ ସରକାର ଯୋଗାଇଦେବେ ବୋଲି ଜଣାପଡ଼ିଛି। ଇଲେକ୍ଟ୍ରିସିଟି ଉପରେ ସେମାନଙ୍କୁ ସବ୍‌ସିଡି ପ୍ରଦାନ କରାଯିବ। ଯେଉଁ ଗାଡିକୁ ସେମାନେ ସ୍କ୍ରାପିଂ କରିବେ ଏବଂ କିଣିବେ ତାହା ଉପରେ ଲାଗୁଥିବା ଏସ୍‌ଜିଏସ୍‌ଟିରୁ କିଛି ପ୍ରତିଶତ ମଧ୍ୟ ଛାଡ଼ କରାଯିବ। ଏହାସହ ଏହି ସ୍କ୍ରାପିଂ ସେଣ୍ଟର ଲାଗି ଯେଉଁ ମେଶିନାରି ସେମାନେ କିଣିବେ କେନ୍ଦ୍ର ସରକାର ତା’ ଉପରେ ସବ୍‌ସିଡି ଅର୍ଥ ମଧ୍ୟ ସରକାର ଯୋଗାଇଦେବେ। ତେବେ ମେକ୍‌ ଇନ୍‌ ଓଡ଼ିଶା ବ୍ୟବସ୍ଥାରେ ରାଜ୍ୟ ସରକାର ଇନଭେଷ୍ଟର୍ସମାନଙ୍କୁ ଏହି ସୁବିଧା ପ୍ରଦାନ କରିବେ ବୋଲି ଜଣାପଡିଛି।
ସିଙ୍ଗିଲ ଓ୍ବିଣ୍ଡୋ ପୋର୍ଟାଲରେ ଇନଭେଷ୍ଟର୍ସମାନେ ଆପ୍ଲିକେଶନ ପକାଇପାରିବେ। ଏସ୍‌ଟିଏ(ରାଜ୍ୟ ପରିବହନ କର୍ତ୍ତୃପକ୍ଷ) କମିଶନର ଇନଭେଷ୍ଟର୍ସ୍‌ମାନଙ୍କୁ ଲାଇସେନ୍ସ ପ୍ରଦାନ କରିବେ। ତେବେ ଏବେସୁଦ୍ଧା ମୋଟ ୭ ଜଣ ଇନଭେଷ୍ଟର୍ସ ଏଥିଲାଗି ଆପ୍ଲିକେଶନ ପକାଇବାକୁ ଚିନ୍ତା କରୁଥିଲେ ମଧ୍ୟ ସନ୍ଦେହ ଏବଂ ଭୟ ଯୋଗୁ ଆପ୍ଲିକେଶନ ପକାଉ ନ ଥିବା ଜଣାପଡ଼ିଛି। ଦେଶରେ କେବଳ ମହାରାଷ୍ଟ୍ରରେ ଏହି ସ୍କ୍ରାପିଂ ସେଣ୍ଟର ଥିବାବେଳେ ଅନ୍ୟ ରାଜ୍ୟରେ ଏ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ନାହିଁ। ତେଣୁ ଓଡିଶାରେ ଏହି ସେଣ୍ଟର ସ୍ଥାପନ କରିବା ପରେ ଆଗକୁ କ’ଣ ହେବ ଚିନ୍ତା କରି ଇନଭେଷ୍ଟର୍ସ୍‌ ଆସୁ ନ ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ସେଣ୍ଟର ସ୍ଥାନ ଲାଗି ପ୍ରାୟ ୧୦ରୁ ୧୨ କୋଟି ଟଙ୍କା ଖର୍ଚ୍ଚ ହେବ। ଯେତେଜଣ ଇନଭେଷ୍ଟର୍ସ ଆପ୍ଲିକେଶନ ପକାଇବେ ସମସ୍ତଙ୍କୁ ଲାଇସେନ୍ସ ପ୍ରଦାନ କରିଦିଆଯିବ ବୋଲି ରାଜ୍ୟ ସରକାର ଚିନ୍ତା କରିଥିବା ଜଣାପଡିଛି। ଆପ୍ଲିକେଶନ ଆସିବା ପରେ ଇଡ୍‌କୋ ତରଫରୁ ତୁରନ୍ତ ସେମାନଙ୍କୁ ଜମି ଯୋଗାଇ ଦିଆଯିବ। ୨୦୨୩ ଜୁନ୍‌ କିମ୍ବା ଜୁଲାଇ ସୁଦ୍ଧା ଗୋଟିଏ କିମ୍ବା ୨ଟା ସ୍କ୍ରାପିଂ ସେଣ୍ଟର ଆସିବ ବୋଲି ଏସ୍‌ଟିଏ ଚିନ୍ତା କରୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୃଦ୍‌ଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ

ଖଡିଆଳ,୧୩ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗ୍ରାମର ଆୟୁଷ ଡାକ୍ତର ଚିତ୍ତରଞ୍ଜନ ରାଉତ (୫୫)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୋଡ଼େନ ବ୍ଲକ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?