ଆସିପାରେ ୧୦୦ ବିଲିୟନ ଡଲାରର ଏଫ୍‌ଡିଆଇ

ନୂଆଦିଲ୍ଲୀ,୨୬।୯: ଆସନ୍ତା ୨୦୪୭ ସୁଦ୍ଧା ଭାରତକୁ ବିକାଶଶୀଳ ନୁହେଁ, ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ କେନ୍ଦ୍ର ସରକାର ଦୃଢ଼ତାର ସହ ଲାଗିପଡ଼ିଛନ୍ତି। ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାକୁ ସରକାର ବିଭିନ୍ନ ବାଣିଜି୍ୟକ ନୀତିନିୟମରେ କୋହଳ ମନୋଭାବ ସହ ଅଧିକ ବିଦେଶୀ ପୁଞ୍ଜି ନିବେଶକୁ ଗୁରୁତ୍ୱ ଦେଉଥିବା ଜଣାପଡିଛି। ଚଳିତ ଆର୍ଥିକବର୍ଷ (୨୦୨୨-୨୩)ରେ ୧୦୦ ବିଲିୟନ ଡଲାର ଭାରତକୁ ଆସିପାରେ ବୋଲି ଆକଳନ କରାଯାଇଛି। ବିଶେଷ କରି ବିଦେଶୀ ପୁଞ୍ଜି ସିଧାସଳଖ ନିବେଶ(ଏଫଡିଆଇ)ମାଧ୍ୟମରେ ଏହାର ପୂରଣ ପାଇଁ ଲକ୍ଷ୍ୟ ରଖାଯାଇଛି।

ସେହିଭଳି ଅର୍ଥନୀତିରେ ସୁଧାର ଓ ବାଣିଜ୍ୟ କାରବାରରେ ସହଜତା ନିୟମ କାରଣରୁ ଚଳିତ ଆର୍ଥିକ ବର୍ଷରେ ୧୦୦ ବିଲିୟନ ଆମେରିକୀୟ ଡଲାରର ପ୍ରତ୍ୟକ୍ଷ ବିଦେଶୀ ନିବେଶ(ଏଫଡିଆଇ) ଆସିପାରେ ବୋଲି ନିକଟରେ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଏପରି କି ୨୦୨୧-୨୨ରେ ଦେଶ ସର୍ବାଧିକ ୮୩.୬ ବିଲିୟନ ଡଲାରର ବିଦେଶୀ ନିବେଶ ପାଇଛି ବୋଲି ସରକାର ମତବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୧୦୧ ଦେଶରୁ ଏହି ଏଫଡିଆଇ ଆସିଛି।

ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ୫୭ଟି ବିଭାଗରେ ଏହି ସବୁ ପୁଞ୍ଜିନିବେଶ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗତ କିଛିବର୍ଷ ହେବ ଅର୍ଥନୀତିରେ ସୁଧାର ଓ ବ୍ୟାପାରରେ ସହଜତା କାରଣରୁ ଚଳିତ ଆର୍ଥିକ ବର୍ଷରେ ଭାରତ ୧୦୦ ବିଲିୟନ ଏଫଡିଆଇ ଆଣିବା ଲକ୍ଷ୍ୟରେ ରହିଛି। ଅପରପକ୍ଷରେ ବିଦେଶୀ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ପାଇଁ କେନ୍ଦ୍ର ସରକାର ସବୁଠାରୁ ସ୍ବଚ୍ଛ ଓ ଉଦାର ଅର୍ଥନୈତିକ ନିୟମ ପ୍ରଣୟନ କରିଛନ୍ତି। ଯେଉଁଠାରେ ଅଧିକାଂଶ ଏଫଡିଆଇ ସ୍ବୟଂଚାଳିତ ଭାବେ ନିବେଶ କରିପାରିବେ। ଉକ୍ତ ସୁଧାରରେ କେତେକ ଗାଇଡଲାଇନ୍ସରେ ଉଦାରବାଦୀ ନୀତି, ଅନାବଶ୍ୟକ କଡ଼ା ନିୟମର ଅନୁପାଳନକୁ କମାଇବା, ନିବେଶ ମୂଲ୍ୟ ହ୍ରାସ ଓ ଭାରତରେ ବ୍ୟାପାର ସହଜତା ବଢ଼ାଇବା ଆଦି ଉଲ୍ଲେଖ ରହିଛି ବୋଲି ମନ୍ତ୍ରଣାଳୟ ମତ ପ୍ରକାଶ କରିଛି।

ସୂଚନାଯୋଗ୍ୟ ଯେ ଚଳିତ ଆର୍ଥିକବର୍ଷରେ ଏପ୍ରିଲ-ଜୁନ ପିରିୟଡରେ ଏଫଡିଆଇ ୬% ହ୍ରାସ ପାଇଁ ୧୬.୬ ବିଲିୟନ ଆମେରିକୀୟ ଡଲାର ହୋଇଥିଲା। ସେହିପରି ଖେଳନା ଶିଳ୍ପରେ ଭାରତ ଅଭିବୃଦ୍ଧିକୁ ନେଇ ସୂଚନା ଦେଇ ଶିଳ୍ପ ମନ୍ତ୍ରଣାଳୟ କହିଛି, ୨୦୨୧-୨୨ରେ ଖେଳନା ଆମଦାନୀ ୭୦% ହ୍ରାସ ପାଇ ୧୧୦ ମିଲିୟନ ଆମେରିକୀୟ ଡଲାର (୮୭୭.୮କୋଟି) ହୋଇଛି। ସେହିପରି ରପ୍ତାନି ୬୧% ବୃଦ୍ଧି ହୋଇ ୩୨୬ ମିଲିୟନ ଆମେରିକୀୟ ଡଲାର ହୋଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri