ଅନ୍‌ଲାଇନ୍‌ କ୍ଲାସ୍‌ରେ ଅଶ୍ଳୀଳ ଫଟୋ: ପ୍ରଧାନ ଶିକ୍ଷକଙ୍କ ନାମରେ ଥାନାରେ ଅଭିଯୋଗ

କଟକ ଅଫିସ,୨।୮: ଅନ୍‌ଲାଇନ୍‌ କ୍ଲାସ୍‌ ଚାଲିଥିଲା। ପଞ୍ଚମ ଶ୍ରେଣୀର ଛାତ୍ରୀଛାତ୍ର ଅନ୍‌ଲାଇନ୍‌ରେ ପାଠ ପଢୁଥିଲେ। ହଠାତ୍‌ ମୋବାଇଲ ସ୍କ୍ରିନରେ ଅଶ୍ଳୀଳ ଫଟୋ ଦେଖାଯିବା ପରେ ଶିକ୍ଷୟିତ୍ରୀ, ଶିକ୍ଷକ, ଛାତ୍ରୀଛାତ୍ର ସମସ୍ତେ ଅସହଜ ହୋଇଗଲେ। କଟକର ଏକ ଶହେବର୍ଷ ପୁରୁଣା ବିଦ୍ୟାଳୟ ପକ୍ଷରୁ ଅନ୍‌ଲାଇନ୍‌ ପାଠପଢ଼ା ବେଳେ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ହିଁ ଏପରି କରିଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଜିଲାପାଳଙ୍କୁ ମଧ୍ୟ ଏନେଇ ଦାବିପତ୍ର ଦିଆଯିବା ସହ ଅଶ୍ଳୀଳ ଫଟୋ ପକାଇଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଦରଘାବଜାର ଥାନାରେ ମଧ୍ୟ ଏନେଇ ଏତଲା ଦିଆଯାଇଛି। ଗତ ୩୦ ତାରିଖରେ ଏଭଳି ଘଟିଥିବା ଅଭିଯୋଗକାରୀ ଅରୁଣ ସେଠୀ ନିଜ ଅଭିଯୋଗରେ ଦର୍ଶାଇଛନ୍ତି। ସମ୍ପୃକ୍ତ ପ୍ରଧାନଶିକ୍ଷକ କହିଛନ୍ତି ଯେ ତାଙ୍କ ଅଜାଣତରେ ଏଭଳି ଘଟିଛି। ପରିବାରର ଛୋଟ ପିଲା ତାଙ୍କ ମୋବାଇଲ ବ୍ୟବହାର କରୁଥିବା ସମୟରେ ଏହା ଭୁଲ୍‌ବଶତଃ ପୋଷ୍ଟ ହୋଇଛି। ସହଯୋଗୀ ଶିକ୍ଷକଙ୍କଠାରୁ ଏହା ଜାଣିବା ପରେ ସେ ପୋଷ୍ଟଟିକୁ ଡିଲିଟ୍‌ କରି ଦେଇଥିବା କହିଛନ୍ତି। ଅନ୍ୟପକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଜିଲାପାଳଙ୍କ ଜରିଆରେ ଘଟଣାର ତଦନ୍ତ ପାଇଁ ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କୁ କହିବା ସହ ସୋମବାର ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଆସିବା ପରେ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି କୋଟିଆ କମିଟି ବୈଠକ, ବିକାଶ କାର୍ଯ୍ୟର ସମୀକ୍ଷା କରିବେ ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର,୨୭।୧୦(ସୁନିତ୍‌ ମିଶ୍ର): କୋରାପୁଟ ଜିଲା ପଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତକୁ ନେଇ ଏବେ ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ଆନ୍ଧ୍ର ପ୍ରଦେଶ ସରକାର କୋଟିଆର କେତେକ…

ଅନ୍ଧକାରର ସୁଯୋଗ ନେଇ ୧୭ ଜଣ କଏଦୀ ଜେଲରୁ ଫେରାର, ଜେଲ କର୍ମଚାରୀଙ୍କ ଉପରେ ହୋଇଛି ଆକ୍ରମଣ

ଚେନ୍ନାଇ,୨୭।୧୦: ତାମିଲନାଡୁର ଥେନି ଜିଲାରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି, ଯେଉଁଠାରେ ଥେନି ଜେଲରୁ ୧୭ ଜଣ କଏଦୀ ଫେରାର ହୋଇଯାଇଛନ୍ତି। ଏହି ଘଟଣା ସ୍ଥାନୀୟ…

ମହାରାଷ୍ଟ୍ର ଏସ୍‌ଆଇଆର୍‌ରେ ୩୩% ଭୋଟର ବାଦ୍‌

ନୂଆଦିଲ୍ଲୀ,୨୭ା୧୦: ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବିବାଦ ଦେଖାଦେଇଥିବାବେଳେ ମହାରାଷ୍ଟ୍ରରେ ଭୋଟର ତାଲିକାରୁ ୩୩ ପ୍ରତିଶତ ଭୋଟରଙ୍କ ନାମ ବାଦ୍‌…

ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅର୍ଣ୍ଣବ’: ଆଖି ହେଲା ଦୃଶ୍ୟମାନ

ଭୁବନେଶ୍ୱର, ୨୬।୧୦: ବଙ୍ଗୋପସାଗର ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ଏହି ବାତ୍ୟାର ନାମ…

ଦାଦନ ଖଟିବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ, ଗାଁରେ ଶୋକର ଛାୟା

ଗୁଡାରି,୨୬।୧୦(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମପଂଚାୟତ ଅନ୍ତର୍ଗତ ଗୌଡ଼ ଢ଼େପାଗୁଡା ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସୁଦୂର ଗୁଜରାଟ ରାଜ୍ୟକୁ…

ଲେଖି ରଖନ୍ତୁ ଯଦି…ରୋହିତ-କୋହଲିଙ୍କୁ ନେଇ ଏମିତି କଥା କହିଦେଲେ ସୁରେଶ ରାଇନା, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୨୬।୧୦:ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା। ‘ମିଷ୍ଟର…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନ ତତ୍ପର, କାଲି ସ୍ବାସ୍ଥ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

ଭବାନୀପାଟଣା,୨୬।୧୦(ଉତ୍ତମ କୁମାର ଦାଶ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ର ମୁକାବିଲା ତଥା ପୂର୍ବ ପ୍ରସ୍ତୁତି ନେଇ କଳାହାଣ୍ଡି ଜିଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି ।…

ଜାତୀୟ ରାଜପଥରେ କାରକୁ ଧକ୍କା ଦେଲା ଟ୍ରକ: ୫ ଗୁରୁତର

ମାର୍ଶାଘାଇ ୨୬।୧o(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):ଚଣ୍ଡିଖୋଲ-ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥର ମାର୍ଶାଘାଇ ଥାନା ଅନ୍ତର୍ଗତ କୁସୁନପୁର ଆଖଣ୍ଡଳମଣି ମନ୍ଦିର ନିକଟରେ କାରକୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?