ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅର୍ଣ୍ଣବ’: ଆଖି ହେଲା ଦୃଶ୍ୟମାନ

ଭୁବନେଶ୍ୱର, ୨୬।୧୦: ବଙ୍ଗୋପସାଗର ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ଏହି ବାତ୍ୟାର ନାମ ‘ଅର୍ଣ୍ଣବ’ ରଖାଯାଇଛି। ସୋମବାର ରାତି ପ୍ରାୟ ୯ଟା ବେଳକୁ ବାତ୍ୟା ଅର୍ଣ୍ଣବ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏହାପରେ ୯ଟା ୪୫ ବେଳକୁ ଅର୍ଣ୍ଣବର ଆଖି ଦୃଶ୍ୟମାନ ହୋଇଛି। ଏହା ଏବେ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୪୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଘଣ୍ଟା ପ୍ରତି ୧୭ କିମି ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି।

ତେବେ ମଧ୍ୟରାତ୍ର ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇଛି। ପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ମଙ୍ଗଳବାର ଏହା ଅତି ଭୀଷଣ ବାତ୍ୟାରେ ପରିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହି ରୂପେ ଅର୍ଣ୍ଣବ ବୁଧବାର ପୂର୍ବାହ୍ନ ସୁଦ୍ଧା ବାପାଟଲା ଏବଂ ବିଶାଖପାଟଣା ମଧ୍ୟରେ ୟାନମ୍‌ ନିକଟବର୍ତ୍ତୀ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ଓ ୟାନାମ୍‌ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୨୫ କିଲୋମିଟର ଏବଂ ଝଟ୍‌କା ପବନର ବେଗ ୧୪୦ କିଲୋମିଟର ରହିପାରେ। ବାତ୍ୟା ପ୍ରଭାବରେ ପାହାଡିଆ ଅଞ୍ଚଳଗୁଡିକରେ ଭୁସ୍ଖଳନର ଆଶଙ୍କା ରହିଛି। ଏଥିସହ ଦୁର୍ବଳ କିମ୍ବା ବିପଦସଙ୍କୁଳ ଅବସ୍ଥାରେ ଥିବା ଗୃହ/କୋଠାବାଡି, କଚ୍ଚା, ଛପର ଘର ଆଦି ଭାଙ୍ଗିବା, କେତେକ ଅଞ୍ଚଳରେ ଫସଲର କ୍ଷୟକ୍ଷତି, ନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଭଳି ସ୍ଥିତି ଦେଖାଦେବା ନେଇ ଅନୁମାନ କରଯାଇଛି।
ଅନ୍ୟପକ୍ଷରେ ମଙ୍ଗଳବାରଠାରୁ ରାଜ୍ୟରେ ବର୍ଷାର ପ୍ରଭାବ ଦେଖାଦେବ। ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ଏହି ସମୟରେ ପବନର ବେଗ ସର୍ବାଧିକ ୬୦ କିଲୋମିଟର ଘଣ୍ଟାପ୍ରତି ବହିବା ନେଇ ସୂଚନା ରହିଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ୨୮ ତାରିଖ ବୁଧବାର ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲାକୁ ରେଡ୍‌ ଓ୍ବାର୍ନିଂ ଦିଆଯାଇଛି। ଏହି ସମୟରେ ପବନର ବେଗ ସର୍ବାଧିକ ୭୦ କିଲୋମିଟର ଘଣ୍ଟାପ୍ରତି ବେଗରେ ବହିବ ବୋଲି ଜଣାଯାଇଛି। ଏହାବାଦ୍‌ ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଅରେଞ୍ଜ ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି।

 

Dharitri – Odisha’s No.1 Odia Daily

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଖଟିବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ, ଗାଁରେ ଶୋକର ଛାୟା

ଗୁଡାରି,୨୬।୧୦(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମପଂଚାୟତ ଅନ୍ତର୍ଗତ ଗୌଡ଼ ଢ଼େପାଗୁଡା ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସୁଦୂର ଗୁଜରାଟ ରାଜ୍ୟକୁ…

ଲେଖି ରଖନ୍ତୁ ଯଦି…ରୋହିତ-କୋହଲିଙ୍କୁ ନେଇ ଏମିତି କଥା କହିଦେଲେ ସୁରେଶ ରାଇନା, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୨୬।୧୦:ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା। ‘ମିଷ୍ଟର…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନ ତତ୍ପର, କାଲି ସ୍ବାସ୍ଥ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

ଭବାନୀପାଟଣା,୨୬।୧୦(ଉତ୍ତମ କୁମାର ଦାଶ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ର ମୁକାବିଲା ତଥା ପୂର୍ବ ପ୍ରସ୍ତୁତି ନେଇ କଳାହାଣ୍ଡି ଜିଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି ।…

କୋହଲି-ରୋହିତଙ୍କ ପରେ ଏହି ୨ ଖେଳାଳି ଭାରତର ସୁପରଷ୍ଟାର: ପୂର୍ବତନ ଅଲ୍‌ରାଉଣ୍ଡଙ୍କ ମନ୍ତବ୍ୟ ସମସ୍ତଙ୍କୁ କଲା ଚକିତ

ନୂଆଦିଲ୍ଲୀ,୨୬।୧୦: ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟ୍‌ର ଦାୟିତ୍ୱ ନେବାକୁ ନୂଆ ପିଢ଼ି ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍‌ରାଉଣ୍ଡର ଲାନ୍ସ କ୍ଲୁଜନର…

IPL 2027: ଚେନ୍ନାଇ ସୁପର କିଙ୍ଗ୍ସକୁ ମିଳିଲେ ନୂଆ କୋଚ୍, ଦାୟିତ୍ୱ ସମ୍ଭାଳିବେ…

ନୂଆଦିଲ୍ଲୀ,୨୬।୧୦: ଆଇପିଏଲ୍‌ ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର କୋଚିଂ ଷ୍ଟାଫ୍‌ରେ ନୂଆ ନିଯୁକ୍ତି ହୋଇଛି । ଇଂଲଣ୍ଡର ପୂର୍ବତନ ବୋଲର ଗାରେଥ୍ ବ୍ୟାଟିଙ୍କୁ ଦଳର…

କୋଟିଆ ବିବାଦ, ଓଡିଶା ପୋଲିସ୍ ପୋଷ୍ଟ୍ ସ୍ଥାପନର ୨୪ ଘଣ୍ଟା ନପୁରୁଣୁ ଆନ୍ଧ୍ରର ଫୋର୍ସ ମୁତୟନ

ପଟ୍ଟାଙ୍ଗି,୨୬।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି…

ନିର୍ବାଚନ ଆୟୋଗଙ୍କ ବଡ଼ ପଦକ୍ଷେପ: ୬ ବରିଷ୍ଠ ଅଧିକାରୀ ସସପେଣ୍ଡ

ଲକ୍ଷ୍ନୌ,୨୬।୧୦: ଉତ୍ତର ପ୍ରଦେଶ ବିଧାନ ପରିଷଦ ନିର୍ବାଚନ ସମୟରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି ନିର୍ବାଚନ ଆୟୋଗ । ଆଗ୍ରା…

‘It’s Done, Broooo!’ ଖାର୍ଗେଙ୍କ ବୟାନ ପରେ ଭାଜପାର କଟାକ୍ଷ, ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ,୨୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିତାଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ବିବାଦୀୟ ମନ୍ତବ୍ୟ ପରେ ରାଜନୈତିକ ମାହୋଲ ସରଗରମ ହୋଇଛି । ଏହି ପ୍ରସଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?